ହଂକଂ: ଦୁନିଆରେ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରନାମା ପାଇଁ ପ୍ରସିଦ୍ଧ ଲାଭ କରିଛନ୍ତି । ଏମାନଙ୍କ ମଧ୍ୟରେ ହଂକଂର ୬ ବର୍ଷର ବାଳିକା ସ୍କାରଲେଟ୍ ଏଶଲେ ଶେଙ୍ଗ୍ ସାମିଲ ହୋଇଛନ୍ତି । ସ୍କାରଲେଟ୍ଙ୍କୁ ଲିପ୍ ବାମ୍ ଏତେ ପସନ୍ଦ କରନ୍ତି ଯେ ତାଙ୍କ ପୁରା ଘର ଏଥିରେ ପରିପୂର୍ଣ୍ଣ । ସେ ପିଲାଟିବେଳୁ ଲିପ୍ ବାମ୍ କିଣିବାକୁ ଭଲ ପାଆନ୍ତି । ତାଙ୍କ ଘର ଏବେ ଏକ ଦୋକାନରେ ପରିଣତ ହୋଇଯାଇଛି । ଏହି ଅଜବ ସଉକ ତାଙ୍କୁ ଗିନିଜ ୱାଲïର୍ ରେକର୍ଡରେ ସ୍ଥାନିତ କରିଛି ।

ସ୍କାରଲେଟ୍ ତାଙ୍କ ବଡ଼ ଭଉଣୀ କୋଲିନ୍ ସହ ମିଶି ଏହି ଲିପ୍ ବାମ୍କୁ ସଂଗ୍ରହ କରିଥାନ୍ତି ଏବଂ ତାଙ୍କ ପାଖରେ ପାଖାପାଖି ୩ ହଜାର ୮୮୮ଟି ଲିପ୍ ବାମ୍ ଅଛି । ଭିନ୍ନ ଭିନ୍ନ ରଙ୍ଗ, ଗଠନ ଏବଂ ଆକୃତିର ନାମୀଦାମୀ ବ୍ରାଣ୍ଡ୍ର ଲିପ୍ ବାମ୍ ଅଛି । ତାଙ୍କର ଏହି ସଂଗୃହିତ ଲିପ୍ ବାମ୍ର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଛି । ଛୋଟବେଳେ ଓଠ ଶୁଖିଗଲା ବେଳେ ସ୍କାରଲେଟ୍ଙ୍କ ମାଆ ଏବଂ ଜେଜେମାଆ ତାଙ୍କୁ ଲିପ୍ ବାମ୍ ଲଗାଇଦେଉଥିଲେ ।

ଏଥିରୁ ସେ ଲିପ୍ ବାମ୍ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ଧୀରେ ଧୀରେ ସେ ବିଭିନ୍ନ ଫ୍ଲେଭର୍ର ଲିପ୍ ବାମ୍ କିଣିଲେ ଏବଂ ତାହାକୁ ସମ୍ଭାଳିକି ରଖିଲେ । ସେହିସବୁ ଲିପ୍ ବାମ୍କୁ ଦେଖିବା, ଫ୍ଲେଭର୍ସ ଟେଷ୍ଟ କରିବାକୁ ଉଭୟ ଭଉଣୀକୁ ଭଲ ଲାଗେ ବୋଲି କହିଛନ୍ତି । ସଂଗୃହିତ ଲିପ୍ ବାମ୍ରେ ପୋକମ୍ୟାନ ପରି କ୍ୟାରେକଫର ମଧ୍ୟ ବାମ୍ ସାମିଲ ରହିଛି । ତେବେ ଗିନିଜ ବୁକ୍ରେ ତାଙ୍କ ନାମ ସାମିଲ ହେବା ପରେ ସ୍କାରଲେଟଙ୍କ ଫଟୋ ଏବଂ ଲିପ୍ ବାମ୍ କଲେକ୍ସନର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି ।

Comments are closed.