ଏହାର ନାମରୁ ବୁଝିହୁଏ କି ଏହା ଏକ ଲାବରେ ପ୍ରସ୍ତୁତ । ସାଧାରଣତଃ ନ୍ୟାଚୁରାଲ ଡାଇମଣ୍ଡ୍ କାର୍ବନରୁ ପ୍ରାକୃତିକ ଉପାୟରେ ମାଟିତଳେ ପ୍ରସ୍ତୁତ ହୋଇଥାଏ । ହେଲେ ଲାବ ଡାଇମଣ୍ଡକୁ ଦୁଇଟି ବୈଜ୍ଞାନିକ ଉପାୟରେ ଲାବରେ ପ୍ରସ୍ତୁତ କରାଯାଇଥାଏ । ଗୋଟିଏ ହେଲା କେମିକାଲ ଭେପର ଜିପୋଜିସନ ଏବଂ ଅନ୍ୟଟି ହାଇ ପ୍ରେସର ବା ତାପମାତ୍ରାରେ କେମିକାଲ କମ୍ପୋଜିସନକୁ ବ୍ୟବହାର କରି । ୧୯୭୦ ସମିହାରେ ପ୍ରଥମଥର ପାଇଁ ଆମେରିକାରେ ଲାବ ଡାଇମଣ୍ଡ୍ର ପ୍ରସ୍ତୁତି କରାଯାଇଥିଲା । ଏହାପରେ ଏହି ସମୟରେ ପ୍ରଥମଥର ପାଇଁ ଜେମୋଲୋଜିକାଲ ଇନଷ୍ଟିଚ୍ୟୁଟ ଅଫ ଆମେରିକା ( ଜିଆଇଏ) ପକ୍ଷରୁ ଏହା ଉପରେ ପ୍ରଥମ ସାଇଣ୍ଟିଫିକ ଷ୍ଟଡିର ଆୟୋଜନ କରାଯାଇଥିଲା । ଏଲଜିଡି ବା ଲାବ୍ ଡାଇମଣ୍ଡ ପ୍ରାକୃତିକ ହୀରା ସହ ଗଠନ ପ୍ରଣାଳୀରେ ଅନେକାଂଶରେ ସମାନ । ଏହାକୁ ଖାଲି ଆଖିରେ ଦେଖିଲେ କେହି ଜାଣିପାରିବେ ନାହିଁ କି ଏହା ନ୍ୟାଚୁରାଲ ଡାଇମଣ୍ଡ୍ ନୁହେଁ ବୋଲି । ସାଧାରଣତଃ ପ୍ରାକୃତିକ ହୀରା ପ୍ରସ୍ତୁତ ହେବାପାଇଁ ଶହଶହ ବର୍ଷ ଲାଗିଥାଏ, ହେଲେ ଲାବ ଡାଇମଣ୍ଡକୁ ପ୍ରସ୍ତୁତ ହେବା ପାଇଁ ମାତ୍ର ଗୋଟିଏ ମାସ ସମୟ ଲାଗିଥାଏ । ଲାବ ଡାଇମଣ୍ଡ୍ ପ୍ରସ୍ତୁତ କରିବାର ପ୍ରକ୍ରିୟା ବେଶ ସ୍ୱତନ୍ତ୍ର ଓୟୁନିକ ହୋଇଥାଏ । ଏହାର ଆରମ୍ଭ ଏକ ଛୋଟ ଡାଇମଣ୍ଡ ଖଣ୍ଡରୁ ହୋଇଥାଏ । ଏହି ହୀରା ଉପରେ ଅତ୍ୟଧୀକ ତାପମାତ୍ରାରେ ଚାପ ପକାଯାଇ ଏଚପିଏଚଟି ମେଥଡକୁ ବ୍ୟବହାର କରାଯାଇଥାଏ । ଏହାକୁ ପାଖାପାଖି ୧,୫୦୦ ଡିଗ୍ରୀ ସେଲସିଅସରେ ପ୍ରୋସେସିଂ କରାଯାଇଥାଏ । ଏହି ଲାବଡାଇମଣ୍ଡ ପ୍ରସ୍ତୁତିର ଏଚପିଏଚଟିର ପ୍ରକ୍ରିୟା ଚୀନରେ ଅଧିକମାତ୍ରାରେ ବ୍ୟବହାର କରାଯାଇଥାଏ । ହେଲେ ଭାରତରେ ଏହାକୁ ସିଭିଡି ମେଥଡରେ ବହୁଳଭାବେ ପ୍ରସ୍ତୁତ କରାଯାଇଥାଏ । ଏହି ସିଭିଡି ପ୍ରକ୍ରିୟାରେ ଲାବଡାଇମଣ୍ଡର ମଞ୍ଜି ବା ଏକ ହୀରା ଖଣ୍ଡକୁ ଏକ ବନ୍ଦ ଚାମ୍ବରରେ ପାଖାପାଖି ୮୦୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ କରାଯାଇଥାଏ । ଏହି ଚାମ୍ବରରେ ମିଥେନ ଗ୍ୟାସକୁ ଭରାଯାଇଥାଏ । ଏହି ଗ୍ୟାସ ମଲିକୁଲ୍ସ ଗୁଡିକ କାର୍ବୋନ ଓ ହାଇଡ୍ରୋଜେନ ଆଟମ ଖ୍ରିଷ୍ଟାଲରେ ପରିଣତ ହୋଇଥାଏ । ଏଗୁଡିକ ବିଭିନ୍ନ ଖ୍ରିଷ୍ଟାଲ ଆକାର ଯେପରି ସ୍କେ୍ୱୟାର କିମ୍ବା ଟାବୁଲାରରେ ଜମା ହୋଇଥାଏ । ଏହାପରେ ଏହାକୁ କୁଲିଂ ଇଫେକଫ ଦିଆଯାଇ ଲାବ ଡାଇମଣ୍ଡ ପ୍ରସ୍ତୁତ କରାଯାଇଥାଏ ।
Comments are closed.