ଉଭୟ ହଲ୍‌ ଓ ଓଟିଟିରେ ରିଲିଜ୍‌ ହେବ ଲାଲ ସିଂ ଚଡା

ନୂଆଦିଲ୍ଳୀ: ଜୁଲାଇ ୦୯: ବର୍ତ୍ତମାନ ଅମୀର ଖାନଙ୍କ ଫିଲ୍ମ ଲାଲ୍‌ ସିଂ ଚଢାକୁ ନେଇ ଖୁବ୍‌ ଚର୍ଚ୍ଚା । ଆଶା କରାଯାଉଛି କି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ୍‌ କରିବ । କରୋନା କାରଣରୁ ପୂର୍ବରୁ ଏହାର ରିଲିଜ୍‌ ତାରିଖ ଅନେକ ଥର ଘୁଞ୍ଚା ଯାଇଛି । ହେଲେ ବର୍ତ୍ତମାନ ଫିଲ୍ମଟିର ରିଲିଜ୍‌ ଅଗଷ୍ଟ ୧୧କୁ ସ୍ଥିର ହୋଇଛି । ଏହି ଫିଲ୍ମ ଲାଲ ସିଂ ଚଢା ଏକ ବ୍ଲକବଷ୍ଟର ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ଏକ ଦେଶୀ ରିମେକ । ଯାହା ଅନେକ ଓସ୍କାର ଜିତିଥିଲା । ଅମୀର ଖାନ ଏହି ୧୯୯୪ ମସିହାର ଫିଲ୍ମକୁ ନିଜ ଷ୍ଟାଇଲରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ତେବେ ଅମୀର ଖାନଙ୍କ ଚଳଚ୍ଚିତ୍ର ହଲରେ ରିଲିଜ୍‌ ହେବା ସହିତ ଓଟିଟିରେ ମଧ୍ୟ ରିଲିଜ୍‌ ହେବାକୁ ଯାଉଛି । ହେଲେ ଏଯାଏଁ ଏହାର ତାରିଖ ସ୍ଥିର ହୋଇନାହିଁ । ଏହା ବ୍ୟତୀତ ଏହି ଫିଲ୍ମଟି କେଉଁ ଓଟିଟି ପ୍ଲାଟଫର୍ମରେ ଆସିବ ତାହା ଏକ ବଡ଼ ପ୍ରଶ୍ନ । ଏହାକୁ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ମଧ୍ୟ ନିଆଯିବ । କି;ୁ ବର୍ତ୍ତମାନ ରିପୋର୍ଟ ଆସିଛି ଯେ ନିର୍ମାତାମାନେ ଫିଲ୍ମକୁ ଅକେଫାବରରେ ଓଟିଟିରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ମାତାମାନେ କହିଛନ୍ତି କି ହଲରେ ରିଲିଜ ହେବାର ଦୁଇ ମାସ ପରେ ଏହାକୁ ଓଟିଟିକୁ ଅଣାଯିବ ।

Govt

Comments are closed.