ଭୁବନେଶ୍ୱର : ପ୍ରସିଦ୍ଧ କିଶୋର ଭାଇନା ହୋଟେଲ ସିଲ I ଖାଦ୍ୟରେ ଅପମିଶ୍ରଣ ଯୋଗୁଁ ଭୂବନେଶ୍ୱରେ କିଶୋର ଭାଇନା ହୋଟେଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ଏହି ନିଷ୍ପତ୍ତି ନେଇଛି ବିଭାଗ । ଗତକାଲି ହୋଟେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରିଥିଲା ବିଏମସି ଟିମ୍ । ଖାଦ୍ୟରେ ରଙ୍ଗ, ଏକ୍ସପାୟରୀ ସସ୍ ସହ ସ୍ୱଚ୍ଛତା ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଥିଲା । ଚଢ଼ାଉ କରି ଦୋକାନର ଫୁଡ୍ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଛି ବିଏମସି ।
ସୂଚନା ଅନୁସାରେ ଦୂରଦର୍ଶନ କେନ୍ଦ୍ରପାଖ କିଶୋର ଭାଇନI ମଟନ ରାଜଧାନୀରେ ଭାରି ଫେମସ୍ । ନିଜର ସ୍ୱତନ୍ତ୍ର ମଟନ୍ ତରକାରୀ ପାଇଁ ପ୍ରସିଦ୍ଧ ଥିଲେ କିଶୋର । ହେଲେ କିଶୋର ଭାଇନାଙ୍କ ମଟନ ଦୋକାନ ଚାରି କଡ଼ରେ ଥିଲା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍ ପାଖରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ଖାଦ୍ୟ ପ୍ରସ୍ତୁତି ସମୟରେ ଏକ୍ସପIରି ସସ୍କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଛି । ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି । ଫୁଡ୍ ଲାଇସେନ୍ସକୁ ବାତିଲ କରିଛି ବିଭାଗ । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ତାଙ୍କ ନାଁରେ ଶହ ଶହ ଭିଡିଓ ୟୁଟ୍ୟୁବରେ ମଧ୍ୟ ଚାଲୁଛି I

Comments are closed.