ମୁମ୍ବାଇ: ଅପ୍ରେଲ ୧୮: ନିକଟରେ ରିଲିଜ ହେଇଥିବା ଫିଲ୍ମ କେଜିଏଫ୍ ଚାପଟର ଟୁ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଏହା ସହିତ ରିଲିଜ ହେଇଥିବା ଫିଲ୍ମ ସହ ନିକଟ ଅତୀତରେ ବକ୍ସ ଅଫିସରେ ସବୁଠୁ ଭଲ କରିଥିବା ଫିଲ୍ମକୁ ମଧ୍ୟ ପଛରେ ପକାଇଛି ଏହି ଫିଲ୍ମ । ସୁପରଷ୍ଟାର ୟଶ ଙ୍କ ଦ୍ୱାରା ଅଭିନୀତ କେଜିଏଫ୍ ଚାପଟର ୨ ବକ୍ସ ଅଫିସରେ ଧମାଲ ମଚାଇଛି। ରେକର୍ଡ ପରେ ରେକର୍ଡ କରି ଚାଲିଛି ଏହି ଫିଲ୍ମ। ରେକର୍ଡିଂ ବ୍ରେକିଂ ଓପନିଂ ପରେ ୟଶଙ୍କ ଫିଲ୍ମର ନିଜର ଏହି ସଫଲତାକୁ ବଜାୟ ରଖିବାକୁ ଚେଷ୍ଟା କରୁଛି। କେବଳ ହିନ୍ଦୀ ଭର୍ସନରେ ଫିଲ୍ମଟି ଏ ପର୍ଯ୍ୟନ୍ତ ୧୪୩ କୋଟି ଆୟ କରି ସାରିଛି। ଫିଲ୍ମର ଆୟ କେତେ ରହିଛି ଏହାର ସୂଚନା ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ କରି କହିଛନ୍ତି। ସେ କହିଛନ୍ତି କେଜିଏଫ ୨ ଆଉ ଏକ ରେରର୍ଡ ବ୍ରେକି କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମର ତୃତୀୟ ଦିନ ଜବରଦସ୍ତ ରହିଛି। ଫିଲ୍ମ ମେଟ୍ରୋ ସହରରେ ଜବରଦସ୍ତ ବିଜନେସ୍ କରୁଛି। ମାତ୍ର ତିନି ଦିନରେ ଫିଲ୍ମର ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନ ୩୦୦ କୋଟି ଉପରେ ରହିଛି।ତରଣ ଆଦର୍ଶ କେଜିଏଫ-୨କୁ ବକ୍ସ ଅଫିସରେ ମୁନଷ୍ଟାର ଦର୍ଶାଇଛନ୍ତି। ଆୟ ମାମଲାରେ ଫିଲ୍ମଟି ହିନ୍ଦୀ ଭର୍ସନରେ ୫୩ କୋଟି ୯୫ ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନରେ ଏହା ୪୬ କୋଟି ୭୯ ଲକ୍ଷ ଆୟ କରିଛି। ପୁଣି ଫିଲ୍ମଟି ଶନିବାର ତୃତୀୟ ଦିନରେ ୪୨ କୋଟି ୯୦ ଲକ୍ଷ ଟଙ୍କା ଆୟ କରିଛି। ରବିବାର ମଧ୍ୟ ଛୁଟି ଦିନରେ ଫିଲ୍ମ ଜବରଦସ୍ତ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

Comments are closed.