ଗାଁ ଭିତରେ ବୁଲିଛି ଜଙ୍ଗଲି ଭାଲୁ

କୋକସରା: ନଭେମ୍ବର ୦୩: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁ ବସ୍ତି ଭିତରେ ଏକ ଜଙ୍ଗଲି ଭାଲୁ ବୁଲୁଛି । ଏହି ଖବର ଚାରିଆଡ଼େ ବ୍ୟାପିବା ପରେ ସ୍ଥାନୀୟ ଲୋକ ଆତଙ୍କିତ ହେବା ସହିତ ଘରୁ ବାହାରିବାକୁ ଡ଼ରୁଛନ୍ତି । ସୂଚନା ଅନୁସାରେ, ସୋମବାର ରାତିରେ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ଭାଲୁ ଟି ରାତି ପ୍ରାୟ ସାଢ଼େ ୯ ଟା ବେଳେ ଗାଁନିକଟରେ ଥିବା ପୋଖରୀ ହୁଡା ଦେଇ ବସ୍ତି ରେ ପସିଥିଲା । ଭାଲୁ ଦେଖି କୁକୁର ଭୁକି ବାରୁ ଶବର ପଡା ଗଲି ରାସ୍ତା ଦେଇ ପୁଣି ଜଙ୍ଗଲ ପଟେ ଚାଲି ଯାଇ ଥିବାଜଣା ପଡିଛି । ତେବେ ସେହି ଭାଲୁଟି ଏବେ ମଧ୍ୟ ଗ୍ରାମରେ ବୁଲୁଛି ବୋଲି କେତେକ ଲୋକ ପ୍ରକାଶ କରିଛନ୍ତି ।

ଭାଲୁ ଟି ଗାଁ ଭିରକୁ ଚାଲିଆସି ବୁଲୁଥିବାବେଳେ କିଛି ଲୋକ ଫୋଟେ ଉଠା ଥିଲେ । ଏବେ ସୋସିଆଲ ମିଡ଼ିଆ ଆରେ ତାହା ଭାଇରାଲ୍‌ ହେଉଛି । ଏହିକୁ ଦେଖି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ଫରେଷ୍ଟର ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ଲଡୁ ଗାଁ ବସ୍ତି ରେ ଭାଲୁ ଆସିଥିବା ଖବର ମିଳିବା ପରେ ଘଟଣାସ୍ଥଲକୁ ଯାଇ ତଦନ୍ତ କରିଥିବା କଥା କହିଛନ୍ତି । ଗୋଟିଏ ଭାଲୁ ଗାଁ କୁ ଆସିଥିଲା ଓ ପରେ ସେ ଜଙ୍ଗଲକୁ ଚାଲି ଯାଇଛି ବୋଲି କହିଥିଲେ ।

Govt

Comments are closed.