ଭୁବନେଶ୍ୱର: ଜୁନ ୧୩: ବିଏମ୍ସି କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ରଜ ପାଇଁ ମାର୍କେଟିଂ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମଲ୍ ସାରା ଧୂଆଁ ଭର୍ତ୍ତି ହୋଇଯିବାରୁ ସେଠାରେ ଧାଁ ଧଉଡ଼ ଚାଲିଥିଲା । ଯିଏ ଯେଉଁଠି କିଣାକିଣି କରୁଥିଲେ ସେଠାରୁ ଉଠି ବାହାରକୁ ଦଉଡ଼ିବାକୁ ଆରମ୍ଭ କରିଥିଲେ । ନିଆଁ ବ୍ୟାପିବା ଭୟରେ ମଲରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା । ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟବଶତଃ ନିଆଁ ଅନ୍ୟ ଦୋକାନକୁ ବ୍ୟାପିନଥିଲା । ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ଓ ବାଲି ପକାଇ ବ୍ୟବସାୟୀମାନେ ଦମକଳ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ । ତେବେ ମଲ ର ଦ୍ୱିତୀୟ ମହଲାରେ ଥିବା ବ୍ୟାଟେରି ରୁମରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ଘଟଣାରେ କାହାର ଏତେ ମାତ୍ରାରେ କ୍ଷୟ କ୍ଷତି ହୋଇନଥିବା ସୂଚନା ରହିଛି ।

Comments are closed.