କେଗାଲ ଏକ୍ସରସାଇଜ୍‌

ଏକ୍ସରସାଇଜ୍‌ ଦ୍ୱାରା କେବଳ ଶରୀର ଫିଟ୍‌ ରହେ ନାହିଁ ବରଂ ବହୁ ଘାତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ କିଛି ଜୀବନଶୈଳୀ ଜନିତ ରୋଗକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇଥାଏ । ବୟସ ବଢିବା ସହିତ ବହୁ ଲୋକଙ୍କ ଠାରେ ୟୁରିନ୍‌ ଲିକେଜ୍‌ ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟା ଗର୍ଭାବସ୍ଥା ପରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳେ । ଏହି ସମସ୍ୟାକୁ ଦୂର କରିବା ଲାଗି କେଗାଲ ଏକ୍ସରସାଇଜ୍‌ ବହୁତ ଲାଭଦାୟକ ହୋଇଥାଏ । ସାଧାରଣତଃ ଡାକ୍ତର ଗର୍ଭାବସ୍ଥା ସମୟରେ ଓ ପ୍ରସବ ପରେ ମହିଳାଙ୍କ ପେଲଭିକ୍‌ ମାଂସପେଶୀରେ ସୁଧାର ଲାଗି ଏହି ବ୍ୟାୟାମ କରିବା ଲାଗି ପରାମର୍ଶ ଦେଇଥାନ୍ତି ।

ଏହି ଏକ୍ସରସାଇଜ୍‌ ପେଲଭିକ୍‌ ଫ୍ଲୋର ଏକ୍ସରସାଇଜ୍‌ ଭାବରେ ବି ଜଣାଶୁଣା । ଏହା ଅଭ୍ୟାସ କରିବା ଦ୍ୱାରା ପେଲଭିକ୍‌ ଫ୍ଲୋର ମାଂସପେଶୀକୁ ବି ଶକ୍ତି ମିଳିଥାଏ । ଯେତେବେଳେ ପେଲଭିକ୍‌ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ ସେତେବେଳେ ଗର୍ଭାଶୟ ଓ ମୂତ୍ରାଶୟ ବି ସୁସ୍ଥ ରହିଥାଏ ।

କିପରି କରିବେ:

Kegel exercises

୧-ସର୍ବପ୍ରଥମେ ଚିତ୍‌ ହୋଇ ଭୂମି ଉପରେ ଶୋଇ ପଡନ୍ତୁ । ଏହାପରେ ଆଣ୍ଠୁ ଭାଙ୍ଗି ଦିଅନ୍ତୁ । ପେଟକୁ ରିଲାକ୍ସ ରଖନ୍ତୁ । ପାଦକୁ ପାଖକୁ ଆଣି ପିଠିକୁ କର୍ଭ ପରି କରନ୍ତୁ ।

୨-ଏବେ କିଗଲ ମାଂସପେଶୀକୁ ଚିହ୍ନନ୍ତୁ । ମୂତ୍ର ରୋକିବା ଲାଗି ଏହି ମାଂସପେଶୀର ବ୍ୟବହାର କରାଯାଏ ।

୩-ସ୍ୱଭାବିକ ଭାବରେ ଶ୍ୱାସକ୍ରିୟା କରି ଆପଣ କିଗଲ ମସଲକୁ ୫ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ସଂକୁଚିତ କରି ଦିଅନ୍ତୁ । ଏହାପରେ ମାଂସପେଶୀକୁ ସାମାନ୍ୟ ଆରାମ ଦିଅନ୍ତୁ । ଏହାପରେ ପୁନର୍ବାର ଏହି ପ୍ରକ୍ରିୟାକୁ ଦୋହରାନ୍ତୁ ।

୪-ଏହି ଏକ୍ସରସାଇଜ୍‌ କରିବା ସମୟରେ ଅଣ୍ଟା, ପେଟ ଓ ଜଙ୍ଘର ମାଂସପେଶୀକୁ ଢିଲା ରଖନ୍ତୁ । ଆପଣ ଏହି ଏକ୍ସରସାଇଜ୍‌କୁ ୩ ଥର କରିପାରିବେ ।

Comments are closed.