କାର୍ତ୍ତିକରେ ଶାଶୁଙ୍କୁ ପରଷନ୍ତୁ ହବିଷ ଡ଼ାଲମା

ସମୟ ଳାଇଭ୍‍,୧୯/୧୦: କାର୍ତ୍ତିକ ମାସରେ ଆପଣଙ୍କ ଘରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କାର୍ତ୍ତିକ ବ୍ରି ବା ହବିଷ କରିଥା’ନ୍ତି। ତେବେ ହବିଷ କରୁଥିବା ବ୍ୟକ୍ତି ହବିଷ ଡ଼ାଲମାକୁ ଭୋଜନରେ ସାମିଲ କରିଥା’ନ୍ତି। ତେବେ ଆପଣ ମଧ୍ୟ ଜାଣି ରଖନ୍ତୁ କିପରି ପ୍ରସ୍ତୁତ କରାଯାଏ ଏହି ସ୍ୱତନ୍ତ୍ର ହବିଷ ଡ଼ାଲମା
ହବିଷ ଡ଼ାଲମା ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ :
ପାଣି କଖାରୁ, ନଡ଼ିଆ, ମୁଗ ଡ଼ାଲି, ଆଳୁ, ସାରୁ, କଞ୍ଚା କଦଳୀ, ଶୁଖିଲା ଲଙ୍କା, ଜିରା, ପଞ୍ଚଫୁଟଣ, ଲୁଣ, ଘିଅ ଓ ପାଣି
ପ୍ରସ୍ତୁତି ପ୍ରଣାଳୀ:
ଗୋଟିଏ ପାତ୍ରରେ କିଛି ପାଣି ନେଇ ଗରମ କରନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଚୋପା ଛଡ଼ା ମୁଗ ଡ଼ାଲି ପକାଇଦିଅନ୍ତୁ। ଟିକେ ଫୁଟି ଆସିବାରେ ସେଥିରେ କଟା ଯାଇଥିବା ପାଣି କଖାରୁ, ଆଳୁ, ଓଉ,ଆଳୁ, ସାରୁ, କଞ୍ଚା କଦଳୀ ପକାଇ ଘାଣ୍ଟି ଦିଅନ୍ତୁ। ଏଥିରେ ଲୁଣ ପକାଇ ସିଝିବାକୁ ଦିଅନ୍ତୁ। ପରିବା ଅଳ୍ପ ସିଝିବା ପରେ ସେଥିରେ ଓଉ ପକାଇ କିଛି ସମୟ ଫୁଟିବା ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ କିଛି ଘିଅ ନେଇ ସାମାନ୍ୟ ଗରମ କରନ୍ତୁ ଏଥିରେ ପଞ୍ଚଫୁଟଣ ଓ ଶୁଖିଲା ଲଙ୍କା ପକାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହି ଛୁଙ୍କକୁ ଡ଼ାଲମାରେ ଦିଅନ୍ତୁ। ପୂର୍ବରୁ ଜିରା ଓ ଲଙ୍କାଙ୍କୁ ଭାଜି ଗୁଣ୍ଡ କରି ରଖନ୍ତୁ। ଏହି ଗୁଣ୍ଡ ଓ କୋରାହୋଇ ରଖାଯାଇଥିବା ନଡ଼ିଆକୁ ଡ଼ାଲମାରେ ପକାଇ ଘୋଡ଼ାଇଦିଅନ୍ତୁ। ଅରୁଆଭାତରେ ଘିଅ ପକାଇ ହବିଷ ଡ଼ାଲମା ସହ ପରଷନ୍ତୁ।

Launching Ceremony of “AYUSHMAN BHARAT

Comments are closed.