ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ଦିଲ୍ଲୀ: ମାର୍ଚ୍ଚ ୧୭: ପାଲାଣ୍ଡର କାରୋଲିନା ବିଲାଭସ୍କା ପୋର୍ଟ ରିକୋଠାରେ ଆୟୋଜିତ ମିସ୍‌ ୱାର୍ଲï ୨୦୨୧ ପୃଷ୍ଠାର ୭୦ ତମ ଟାଇଟଲ୍‌ର ବିଜେତା ହୋଇଛନ୍ତି । ପୋର୍ଟ ରିକୋ ସ୍ଥିତ ସାନ ଜୁଆନର କୋକାକୋଲା ମ୍ୟୁଜିକ୍‌ ହଲଠାରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ଏହି ପ୍ରତିଯୋଗିତାର ବିଜେତା କରୋଲିନା ହୋଇଥିବାବେଳେ ପ୍ରଥମ ରନର୍‌ ଅପ୍‌ ଆମେରିକାର ଶ୍ରୀ ସାଇନି ଏବଂ ଦ୍ୱିତୀୟ ରନର୍‌ ଅପ୍‌ କୋଟ୍‌ ଦ ଲେ¶ାରିର ଓଲିଭିଆ ୟାକ୍‌ ହୋଇଛନ୍ତି ।
ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ଭାରତର ହାଇଦ୍ରାବାଦ୍‌ରୁ ମନସା ବାରାଣାସୀ ମଧ୍ୟ ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।

ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ
ମନସା ବାରାଣାସୀ

ସେ ଶ୍ରେଷ୍ଠ ୧୩ ପ୍ରତିଯୋଗୀଙ୍କ ମଧ୍ୟରେ ଯୋଗ ଦେଇଥିଲେ କି;ୁ ଶ୍ରେଷ୍ଠ ୬ ବିଜେତା ତାଲିକାରେ ନିଜ ସ୍ଥାନ ଦୃଢ଼ କରିପାରି ନଥିଲେ ।

କାରୋଲିନା ବର୍ତ୍ତମାନ ମ୍ୟାନେଜ୍‌ମେଣ୍ଟ କୋର୍ସରେ ମାଷ୍ଟର ଡିଗ୍ରୀ ପାଠ ପଢ଼ୁଛନ୍ତି ଏବଂ ଏହାପରେ ସେ ପିଏଚ୍‌ଡି କରିବାକୁ ଚାହୁଁଛନ୍ତି ।

ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ
ସେ ବୃତ୍ତିରେ ମଡେଲ ଭାବରେ କାମ କରନ୍ତି ଓ ଆଶା କରନ୍ତି ଯେ ସେ ନିଶ୍ଚିତ ଭାବରେ ତାଙ୍କ ଜୀବନରେ ଏକ ମୋଟିଭେସ୍‌ନାଲ ସ୍ପିକର୍‌ ହେବେ । ଏହା ବ୍ୟତିତ ତାଙ୍କର ରୁଚି ଟେନିସ୍‌, ବ୍ୟାଡମିଣ୍ଟନ୍‌, ସନ୍ତରଣ ଏବଂ ସ୍କୁବା ଡାଇଭିଂରେ ରହିଛି ।
ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

କରୋଲିନା ସାମାଜିକ କାର୍ଯ୍ୟ ପାଇଁ କାମ କରନ୍ତି । ତାଙ୍କ ପ୍ରକଳ୍ପର ନାମ ହେଉଛି ‘ଜୁପା ନା ପିଟ୍ରିନି’ ।
ପୋଲାଣ୍ଡର କାରୋଲିନା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ଏହି ପ୍ରକଳ୍ପ ମାଧ୍ୟମରେ ସେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ସେମାନଙ୍କୁ ଖାଦ୍ୟ, ପୋଷାକ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଇଥାନ୍ତି ।

Govt

Comments are closed.