ଦୁର୍ନୀତିରେ କର୍ଣ୍ଣାଟକ ସାରା ଦେଶରେ ଏକ ନମ୍ବର

ସମୟ ଲାଇଭ,୨୯/୧୦:  କିଛିଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଦୁର୍ନୀତି କରିବାରେ ଭାରତ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ପଛରେ ପକାଇ ଅନେକ ଉପରେ ରହିଥିଲା। ଯେଉଁଥିପାଇଁ ସରକାରଙ୍କୁ ଘେରିଥିଲେ ବିରୋଧି। ଆଉ ଏବେ ସେହିଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କର୍ଣ୍ଣାଟକ ଦୁର୍ନୀତି କରିବାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।

୨୦୧୭ ରେ ନ୍ୟାସନାଲ କ୍ରାଇମ୍‍ ରେକର୍ଡ ବ୍ୟୁରୋ (ଏନସିଆରବି) ଦେଇଥିବା ରିପୋର୍ଟ ଅନୁସାରେ କର୍ଣ୍ଣାଟକ ହେଉଛି ଦୁର୍ନୀତି ବୃଦ୍ଧି କରିବାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।। କେବଳ କର୍ଣ୍ଣାଟକ ନୁହେଁ ତା ସହିତ ୧୧ଟି ରାଜ୍ୟରେ ମଧ୍ୟ ଦୁର୍ନୀତି ବୃଦ୍ଦି ପାଇଛି। ଏଥିସହିତ କେନ୍ଦ୍ରଶାସିତ ଅଞ୍ଚଳରେବି ବଢିଛି ଦୁର୍ନୀତି।

୨୦୧୬ ମସିହାରେ ସାରା ଦେଶରେ ୪,୪୩୯ ଟି ଦୁର୍ନୀତି ଜନିତ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ ରେ ଏହି ସଂଖ୍ୟା ୪,୦୬୨ କୁ ହ୍ରସ ପାଇଛି। ସେହିପରି ଦକ୍ଷିଣ ଭାରତରେ ପାଞ୍ଚୋଟି ରାଜ୍ୟ ଯଥା କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ,ତାମିଳନାଡୁ,କେରଳ ଓ ତେଲେଙ୍ଗାନାରେ ଦୁର୍ନୀତି ହାର ବୃଦ୍ଧି ପାଉଛି। ୨୦୧୬ ମସିହାରେ ଏହି ରାଜ୍ୟ ଗୁଡିକରେ ୮୭୮ ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୭ରେ ଏହା ୯୪୨କୁ ବୃଦ୍ଧି ପାଇଛି। 

 

Launching Ceremony of “AYUSHMAN BHARAT

Comments are closed.