ବଲିଉଡ୍ର ବେବୋ ଲକ୍ଡାଉନ୍ରେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେ କ’ଣ କରୁଛନ୍ତି ସେସବୁ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରି ଫ୍ୟାନ୍ମାନଙ୍କୁ ଜଣାଉଛନ୍ତି। ଏକ ଫଟୋରେ ସେ ଘାସଗାଲିଚାରେ ଆରାମ କରୁଥିବା ନଜର ଆସିଥିଲେ। ସୈଫ ମଧ୍ୟ ଘାସ ଉପରେ ଶୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ଛାତି ଉପରେ ଏକ ବହି ରଖିଥିବା ଦେଖିବାକୁ ମିଳିଥିଲା।
ଲକ୍ଡାଉନ୍ ସମୟର ଆଉ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଫ୍ୟାଶନ ଜଲଓ୍ବା ଦେଖାଇଛନ୍ତି। ଘର ଭିତରେ କରୀନା ଏକ ନୂଆ ଡ୍ରେସ୍ ପିନ୍ଧି ଠିଆ ହୋଇଥିବା ନଜର ଆସିଛନ୍ତି। ହଳଦିଆ ରଙ୍ଗର ଏହି ଟ୍ରାଇବାଲ ଡ୍ରେସ୍ଟି ତାଙ୍କୁ ଖୁବ୍ ମାନୁଛି। ଏହା ସହିତ ସେ କିଛି ଭିଡିଓ ମଧ୍ୟ ରେକର୍ଡିଂ କରିଛନ୍ତି। ବ୍ୟାକ୍ଗ୍ରାଉଣ୍ଡ୍ ମ୍ୟୁଜିକ୍ ବି ରହିଛି। ନିଜ ହିସାବରେ କରୀନା ଭିଡିଓଟିକୁ ଏଡିଟିଂ କରିଛନ୍ତି। ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Comments are closed.