କଂଗ୍ରେସର ଆକ୍ଷେପ, ଜବାବ ମାଗିଲା ବିଜେପି

ସମୟ ଲାଇଭ୍‍,୩୦/୧୦: ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ବଣ୍ଟନକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଯୋଗ୍ୟଙ୍କ ଠାରୁ ‘କାଳିଆ’ ଟଙ୍କା ଫେରେଇ ଆରିବାରେ ସରକାର ବିଫଳ ହୋଇଥିବା କଂଗ୍ରେସ ଆକ୍ଷେପ କରିବା ସହ ଭୋଟ ଆଶାରେ ସରକାର ‘କାଳିଆ’ ଟଙ୍କା ବଣ୍ଟନ କରିଥିବା କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନର ଜବାବ ମାଗିଛି। ବର୍ତ୍ତମାନ ସୁଦ୍ଧା କେତେ ଜଣ ଚାଷୀଙ୍କୁ ଟଙ୍କା ମିଳିଛି ତାହାର ରିପୋର୍ଟ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨୨ ଲକ୍ଷ ହିତାଧିକାରୀଙ୍କୁ କାହିଁକି ଅର୍ଥ ଦିଆଯାଇନି ତାହାର ଉତ୍ତର ରଖିବା ପାଇଁ ଦାବି କରିଛି। ୨୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ଅର୍ଥ କେବେ ମିଳିବ ତାହା ସ୍ପଷ୍ଟ କରିବା ସହ ‘କାଳିଆ’ ଯୋଜନା ପାଇଁ ଶ୍ୱେତପତ୍ର ଆସୁବୋଲି ଦାବି ରଖିଛି ଗେରୁଆ ଦଳ।

Launching Ceremony of “AYUSHMAN BHARAT

Comments are closed.