ଭୁବନେଶ୍ୱରରେ ବିଜେଡ଼ିର ପଦଯାତ୍ରା

0

ସମୟ ଲାଇଭ୍‍,୩୦/୧୦ : ଭୁବନେଶ୍ୱରରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି। ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଦଳୀୟ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଥିଲା। ତେବେ ଆଜି ଭୁବନେଶ୍ୱର ମଧ୍ୟ ତୋଶାଳି ପ୍ଳାଜାରେ ଏହି ପଦଯାତଆର ଆୟୋଜନ କରାଯାଇଛି।
ଏହି ପଦଯାତ୍ରାରେ ବିଧାୟକ, ମେୟର, କର୍ପୋରେଟର ଓ ୮ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଛନ୍ତି।

Leave A Reply

Your email address will not be published.