ସମୟ ଲାଇଭ୍,୨୭/୧୨: ଭାରତୀୟ ଖାଦ୍ୟରେ ଭୃଶଙ୍ଗ ପତ୍ରର ଖୁବ୍ ବ୍ୟବହାର କରାଯାଇଥାଏ। ଭୃଶଙ୍ଗ ପତ୍ର ଖାଦ୍ୟର ସ୍ୱାଦ ବଢ଼ାଇବା ସହ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ।![]()
ଦୃଷ୍ଟିଶକ୍ତି ବଡ଼ିଥାଏ:
କୌଣସି ଖାଦ୍ୟରେ ଫୁଟଣ କରି କିମ୍ବା ଭୃଶଙ୍ଗ ପତ୍ର ଗୁଣ୍ଡ କରି ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହ ମୋତିଆବିନ୍ଦୁ ଭଳି ସମସ୍ୟା ଦୂର ହୋଇଥାଏ।
ଓଜନ ନିୟନ୍ତ୍ରଣ:
ପ୍ରତ୍ୟେକଦିନ କିଛି ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ରହିଥାଏ। ଏଥିରେ ଥିବା ଆଇରନ୍, କ୍ୟାଲସିୟମ, ଫସଫରସ ତତ୍ତ୍ୱ ଓଜନ ମାତ୍ରାଧିକ ଓଜନ ବୃଦ୍ଧିରେ ରୋକ ଲଗାଇଥାଏ।![]()
ପାଚନକ୍ରିୟା ତ୍ୱରଣ:
ଯେଉଁ ବ୍ୟକ୍ତିଙ୍କର ହଜମ କ୍ରିୟାରେ ସମସ୍ୟା ଥାଏ ସେମାନେ ପ୍ରତ୍ୟେକ ଦିନ ଲେମ୍ବୁ ପାଣିରେ ଭୃଶଙ୍ଗ ପତ୍ର ଗୁଣ୍ଡ ପକାଇ ପିଇବା ଦ୍ୱାରା ପାଚନକ୍ରିୟା ତ୍ୱରାନ୍ୱିତ ହୋଇଥାଏ।
କିଡ଼ନୀ ରୋଗରୁ ମୁକ୍ତି :
କିଡ଼ନୀ ସଂକ୍ରମଣ ଜନିତ ସମସ୍ୟା ଥିବା ରୋଗୀମାନେ ପ୍ରତ୍ୟହ ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା ଭଲ ଫଳ ମିଳିଥାଏ।![]()
କେଶକୁ ରଖେ ମଜବୁତ:
ଭୃଶଙ୍ଗ ପତ୍ର ବାଟି ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡ଼ିବା, ଋପି ସମସ୍ୟା, କେଶ ଫାଟିବା ଆଦି ସମସ୍ୟା ଦୂର ହୋଇଥାଏ।




Comments are closed.