କବୀର ସିଂ ଦେଖିବା ପରେ ପ୍ରେମିକାକୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ

ସମୟ ଲାଇଭ୍‍, ୨୪/୧୦: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ କବୀର ସିଂ’ ଦେଖିବା ପରେ ଉତ୍ତରପ୍ରଦେଶର ଜଣେ ଯୁବକ ଚରମ ନିଷ୍ପତ୍ତି ନେଇଛଇ। ଅଶ୍ୱୀନ କୁମାର ନାମକ ଏହି ଯୁବକ ଜଣେ ଟିକଟକ ଷ୍ଟାର ହୋଇଥିବାଳେ ତାଙ୍କ ପ୍ରେମିକା ନିକିତା ନାମରେ ଜଣେ ଯୁବତୀ ଥିଲେ। ନିକିତାଙ୍କ ବିବାହ ଆସନ୍ତା ଡ଼ିସେମ୍ବର ମାସରେ ସ୍ଥିର ହୋଇଥିବାବେଳେ ସେ ଏହାକୁ ସହ୍ୟ କରିପାରିନଥିଲେ। ଏଣୁ ସେ କ୍ରୋଧଭର ହୋଇ ନିକିତାଙ୍କ ହତ୍ୟା କରିଥିଲେ। ତେବେ ଏହି ହତ୍ୟାକାଣ୍ଡର କିଛିଦିନ ପରେ ସେ ନିଜେ ମଧ୍ୟ ଆତମହତ୍ରା କରିଥିଲା। ଏହା ପୂର୍ବରୁ କବୀର ସିଂଙ୍କ ଡ଼ାଏଲଗ୍‍ ‘ ଅଗର ତୁମ୍‍ ମେରି ନା ହୋ ସକେ ତୋ ମେଁ ତୁମେ କିସି ଔର୍‍ କା ଭି ନହିଁ ହୋନେ ଦୁଙ୍ଗା’ ଉପରେ ଏକ ଟିକ୍‍ଟକ୍‍ ଭିଡ଼ିଓ ମଧ୍ୟ କରିଛନ୍ତି।
ତେବେ ଘଟଣାର ତଦନ୍ତ ସମୟରେ ପୋଲିସକୁ ନୂଆ ସୁରାକ୍‍ ମିଳିଛି। ଆଗରୁ ମଧ୍‍ୟ ଅନେକ ହତ୍ୟାକାଣ୍ଡରେ ଅଶ୍ୱିନର ସଂପୃକ୍ତ ଥିବା ପୋଲିସ୍‍ ଜାଣିବାକୁ ପାଇଛି। ସୂଚନା ଥାଉ କି, ଚଳିତ ବର୍ଷ ସାହୀଦ କପୁରଙ୍କ ଅଭିନୀତ କବୀର ସିଂ ମୁକ୍ତିଲାଭ କରିଥିଲା। ଏଥିରେ ସାହିଦଙ୍କ ବିପକ୍ଷରେ କିଆରା ଆଡ଼ବାଣୀ ନାୟିକା ସାଜିଥିଲେ।

Launching Ceremony of “AYUSHMAN BHARAT

Comments are closed.