ବିଜେପୁରରେ ବିଜେଡ଼ିର ବିରାଟ ବିଜୟ

0

ସମୟ ଲାଇଭ୍‍,୨୪/୧୦: ବହୁ ପ୍ରତୀକ୍ଷିତ ବିଜେପୁର ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ୯୭୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସହୁ ବିଜେପୁର ଉପ ନିର୍ବାଚନ ଜିତିଛନ୍ତି । ରୀତା ସାହୁ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭୯୬୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ ପାଇଛନ୍ତି । ହିନ୍ଦି ମହାସଭା ପ୍ରାର୍ଥୀ ଅଶୋକ ମିତଲ ୧୨୧୯ଖଣ୍ଡ ଭୋଟ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହୀତ ୧୦୫୩ ଖଣ୍ଡ ଭୋଟ ପାଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।
୨୧ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିବାବେଳେ ୧୮ଶ ପର୍ୟ୍ୟାୟରେ ବିଜେଡ଼ି ସପକ୍ଷରେ ୧,୨୦,୯୮୪ ଭୋଟ ରହିଥିବାବେଳେ , ବିଜେପି ସପକ୍ଷରେ ୩୩,୬୧୧ ଭୋଟ ରହିଥିଲା। ତେବେ କଂଗ୍ରେସ ମାତ୍ର ୫,୦୪୭ ଭୋଟ ପାଇଥିଲା।
୧୦ମ ରାଉଣ୍ଡ ଭୋଟ ଗଣତି ସୁଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୫୨,୧୪୨ ଖଣ୍ଡ ଭୋଟରେ ଅଛନ୍ତି । ମୋଟ ୭୧,୧୪୨ ଖଣ୍ଡ ଭୋଟ ପାଇବା ସହ ଆଗରେ ଅଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସନତ ଗଡତିଆ କେବଳ ୧୯,୦୮୭ ଖଣ୍ଡ ଭୋଟ ପାଇଥିଲେ ।
ତେବେ ଷଷ୍ଠ ରାଉଣ୍ଡ ପର୍ୟ୍ୟନ୍ତ ବିଜେଡ଼ି ଆଗରେ ଥିବାଳେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି। ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪, ୩୦୧ ଭୋଟ୍ରେ ଆଗୁଆ ରହିଛି। ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଛି।ପଞ୍ଚମ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟ୍ରେ ଆଗୁଆ ରହିଥିଲା। ପଞ୍ଚମ ରାଉଣ୍ଡ ସୁଦ୍ଧା ରୀତା ସାହୁଙ୍କୁ ୩୮,୩୧୮ଭୋଟ୍ ମିଳିଥିବା ବେଳେ ବିଜେପିର ସନତ ଗଡତିଆଙ୍କୁ ୯,୫୦୭ ଭୋଟ୍ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କୁ ୧୪୩୫ ଭୋଟ୍ ମିଳିଥିଲା।୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୨୩, ୩୬୫ ଭୋଟ୍ରେ ଆଗୁଆ ଥିଲା। ସେହିପରି ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୪୭୩ ଭୋଟ୍ରେ ଆଗୁଆ ଥିଲା।ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଥଇଲା। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଥିଲା ୫୬୯ ଖଣ୍ଡ ଭୋଟ।ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।
ସୂଚନା ଥାଉ କି, ଭୋଟ ୧୨୦ଗଣତିରେ କର୍ମଚାରୀ ନିଯୁକ୍ତ ଅଛନ୍ତି।

Leave A Reply

Your email address will not be published.