ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌: ସନ୍ତରଣରେ କର୍ଣ୍ଣାଟକ ବିଜେତା, ୨୬ ନୂଆ ରେକର୍ଡ

ଭୁବନେଶ୍ୱର,୨୦ା୭(ସବୁ୍ୟ): କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସୁଇମିଂ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ୪୮ତମ ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌ ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପ୍ଲେକ୍ସରେ ଉଦ୍‌ଯାପିତ ହୋଇଯାଇଛି । ୫ ଦିନିଆ ଏହି ପ୍ରତିଯୋଗିତାରେ ଜମାଣିଆ ପ୍ରଦର୍ଶନ ଦେଖାଇ କର୍ଣ୍ଣାଟକ ୬୨୩ ପଏଣ୍ଟ ସହ ସନ୍ତରଣରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି । ୱାଟରପୋଲ୍‌ର ବାଳକ ବର୍ଗରେ ବେଙ୍ଗଲ ଚାମ୍ପିଅନ୍‌ ହୋଇଥିବା ବେଳେ ବାଳିକାରେ କେରଳ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି ।
ଏହି ପ୍ରତିଯୋଗିତାରେ ଏକାଧିକ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ବାଳକ ବର୍ଗରେ କର୍ଣ୍ଣାଟକର ଉକିର୍ଷ ପାଟିଲ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି । ସେହିଭଳି ଗୁଜରାଟର ଦେବାଂଶ ପରମାର ୩ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । କର୍ଣ୍ଣାଟକର ଅନ୍ୟତମ ବାଳକ ପ୍ରତିଯୋଗୀ ଆର୍‌ ନବନୀତ ଗୌଡା ୫ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବାଳିକା ବର୍ଗରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌ ୫ଟି ସ୍ୱର୍ଣ୍ଣ ସହ ୫ଟି ନୂଆ ମିଟ୍‌ ରେକର୍ଡ କରିଛନ୍ତି । ସେହିଭଳି କର୍ଣ୍ଣାଟକର ହସିକା ରାମଚନ୍ଦ୍ର ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ସହ ୪ଟି ନୂଆ ମିଟ୍‌ ରେକର୍ଡ କରିଛନ୍ତି । ଦଳଗତ ବାଳକ ରେ କର୍ଣ୍ଣାଟକ ୧୨୦ ପଏଣ୍ଟ ସହ ଟିମ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ବାଳିକାରେ ମଧ୍ୟରେ ୧୫୮ ପଏଣ୍ଟ ସହ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି ।

ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌: ସନ୍ତରଣରେ କର୍ଣ୍ଣାଟକ ବିଜେତା, ୨୬ ନୂଆ ରେକର୍ଡ

ଅନୁଷ୍ଠିତ ପୁରସ୍କାର ବିତରଣୀ ଉସିବରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍‌ ମାଧବନ, କ୍ରୀଡା ସଚିବ ଆର୍‌ ଭିନିଲକ୍ରିଷ୍ଣା, ଗୋପାଳ ହୋସୁର (କେଏସ୍‌ଏ ସଭାପତି), ମୋନାଲ ଚୋକସି (ଏସ୍‌ଏଫ୍‌ଆଇ), ସାଧାରଣ ସମ୍ପାଦକ, ସୋମା ମିଶ୍ର (ତୋଷା କାର୍ଯ୍ୟକାରୀ ସଭାପତି) ଏବଂ ଗୋଳାପ ମହନ୍ତ (ତୋଷା ସାଧାରଣ ସମ୍ପାଦକ) ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଅଭିନେତା ଆର୍‌ ମାଧବନ ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉସିବରେ ଯୋଗଦେବା ସହ କଳିଙ୍ଗ ଷ୍ଟାଡିୟମ୍‌ର ନୂଆ ଆକ୍ୱାଟିକ୍‌ ସେଣ୍ଟର ପରିଦର୍ଶନ କରିଥିଲେ । କ୍ରୀଡା ସଚିବ ଆର୍‌ ଭିନିଲ କ୍ରିଷ୍ଣା ତାଙ୍କୁ ଷ୍ଟାଡିୟମ୍‌ର ଏକାଧିକ ଭିତ୍ତିଭୂମି ବୁଲାଇ ଦେଖାଇଥିଲେ ।

୨୬ ନୂଆ ମିଟ୍‌ ରେକର୍ଡ: ଚଳିତ ପ୍ରତିଯୋଗିତାର ସନ୍ତରଣ ବର୍ଗରେ ବହୁ ଗୁଡିଏ ମିଟ୍‌ ରେକର୍ଡ ହୋଇଛି । ବିଶେଷକରି କର୍ଣ୍ଣାଟକ ଓ ମହାରାଷ୍ଟ୍ର ପ୍ରତିଯୋଗୀ ସର୍ବାଧିକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ୧୫ ଶହ ମିଟର ଫ୍ରି-ଷ୍ଟାଇଲ ବର୍ଗରେ ମହାରାଷ୍ଟ୍ରର ବେଦାନ୍ତ ମାଧବନ, ୫୦ ମିଟ୍‌ ବ୍ୟାକଷ୍ଟୋକ୍‌ରେ ହରିୟାଣାର କ୍ରିସ୍‌ ଜେନ୍‌, ୧୦୦ ମିଟର ବ୍ୟାକ୍‌ଷ୍ଟୋକରେ ତେଲେଙ୍ଗାନାର ସୁହାସ ପ୍ରୀତମ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ହରିୟାଣାର ବାଂଶ କନୁ ୨୦୦ ମିଟର ଫ୍ରି-ଷ୍ଟାଇଲର କର୍ଣ୍ଣାଟକର ହସିକା ରାମଚାନ୍ଦ୍ର, ୪୦୦ ମିଟର ଫ୍ରି-ଷ୍ଟାଇଲ୍‌ରେ ହସିକା ରାମଚନ୍ଦ୍ର, ୧୦୦ ମିଟର ବ୍ୟାକ୍‌ଷ୍ଟୋକରେ କର୍ଣ୍ଣାଟକର ରିଦ୍ଧିମାନ ବୀରେନ୍ଦ୍ର କୁମାର, ୫୦ ମିଟର ବ୍ରେଷ୍ଟ ଷ୍ଟୋକ୍‌ରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌ ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌: ସନ୍ତରଣରେ କର୍ଣ୍ଣାଟକ ବିଜେତା, ୨୬ ନୂଆ ରେକର୍ଡ

୫୦ ମିଟର ବ୍ରେଷ୍ଟ ଷ୍ଟୋକ୍‌ରେ କର୍ଣ୍ଣାଟକର ଭିହିଥା ନୟନା, ୧୦୦ ମିଟର ବ୍ରେଷ୍ଟ ଷ୍ଟୋକ୍‌ରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌, ୫୦ ମିଟର ଫ୍ଲାଏରେ କର୍ଣ୍ଣାଟକର ତନିସି ଗୁପ୍ତା, ୧୦୦ ମିଟର ଫ୍ଲାଏରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌, ୧୦୦ ମିଟର ଫ୍ଲାଏରେ କର୍ଣ୍ଣାଟକର ଧିନିଧି ଦେଶିହୁ୍ୟ, ୨୦୦ ମିଟର ଫ୍ଲାଏରେ କର୍ଣ୍ଣାଟକର ହସିକା ରାମଚନ୍ଦ୍ର, ୨୦୦ ମିଟର ବ୍ରେଷ୍ଟ ଷ୍ଟୋକ୍‌ରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌, ୮୦୦ ମିଟର ଫ୍ରି-ଷ୍ଟାଇଲ୍‌ରେ ତେଲେଙ୍ଗାନାର ଭ୍ରିତି ଅଗ୍ରୱାଲ, ୫୦ ମିଟର ଫ୍ଲାଏରେ କର୍ଣ୍ଣାଟକର ଧିନିଧି ଦେସିଂହୁ, ୫୦ ମିଟର ଫ୍ଲାଏରେ କର୍ଣ୍ଣାଟକର ନିନା ଭେଙ୍କଟେଶ, ୨୦୦ ମିଟର ମିଡଲେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌ ଏବଂ ୨୦୦ ମିଟର ମିଡଲେରେ କର୍ଣ୍ଣାଟକର ମାନବୀ ବର୍ମା ନୂଆ ମିଟ୍‌ ରେକର୍ଡ କରିଛନ୍ତି ।

Govt

Comments are closed.