JN.1- ଦେଶରେ ୨୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ,ଓଡ଼ିଶାରେ ନାହିଁ

ଭୁବନେଶ୍ୱର : ଦେଶରେ ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ JN.1 ବ୍ୟାପୁଥିଲେ ବି ସାଂଘାତିକ ହେଉନାହି I ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା,କାଶ ଓ ଜ୍ୱର ଲାଗି ରହୁଛି ।

ସେହିପରି ଓଡ଼ିଶାରେ କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ।ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଥିବା ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହିତ ପ୍ରତି ୩ ମାସରେ ମକ ଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି । ଭୟ ଓ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Govt

Comments are closed.