ବେଙ୍ଗାଲୁରୁ : ରିଲାଏନ୍ସ ଜିଓ ଏକ ବେସରକାରୀ ଟେଲିକମ୍ୟୁନିକେସନ ସଂସ୍ଥା ଯିଏ କି ଦେଶ ପ୍ରମୁଖ ସହର ମାନଙ୍କରେ ପ୍ରଥମେ ୫-ଜି ସେବା ଆରମ୍ଭ କରିଛି I ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ପ୍ରଥମେ ୫ଜି ସେବା ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା। ଜିଓ ପରେ ଏୟାରଟେଲ ଏହାର ୫ଜି ସେବା ମଧ୍ୟ ଆରମ୍ଭ କରିଛି I ବର୍ତ୍ତମାନ ଉଭୟ କମ୍ପାନୀ ଧୀରେ ଧୀରେ ବିଭିନ୍ନ ସହରରେ ସେମାନଙ୍କର ୫ଜି ସେବା ଆରମ୍ଭ କରିବେ।
ଜିଓ ନିଜର ୫ଜି ସେବା ଦୁଇ ସହରରେ ଲଞ୍ଚ କରିଥିବା ସୂଚନା ମିଳିଛି । ବର୍ତ୍ତମାନ କମ୍ପାନୀର ଜିଓ ଟ୍ରୁ ୫ଜି ସେବା ଦେଶର ୮ ଟି ସହରରେ ଉପଲବ୍ଧ । ଏହି ସେବାକୁ ବ୍ୟବହାର କରିବା ପାଇଁ କମ୍ପାନୀ ଜିଓ ୱେଲକମ୍ ଅଫର୍ ଦେଉଥିବା ଜଣାପଡ଼ିଛି । ଯାହା ଦ୍ୱାରା ୟୁଜର୍ସଙ୍କୁ ଫ୍ରି ଅନଲିମିଟେଡ୍ ୫ଜି ଡାଟା ମିଳିପାରିବ । ଆସନ୍ତୁ ଜାଣିବା ବର୍ତ୍ତମାନ କେଉଁ କେଉଁ ସହରରେ ୫ଜି ସେବା ଉପଲବ୍ଧ ହେବାକୁ ଯାଉଛି I
ବର୍ତ୍ତମାନ ଜିଓ ଚେନ୍ନାଇ ଓ ରାଜସ୍ଥାନର ନାଥଠାରେ ଜିଓ ଟ୍ରୁ ୫ଜି ୱାଇଫାଇ ସେବା ଲଞ୍ଚ କରିଛି । କମ୍ପାନୀ ନିଜର ବିସ୍ତାର କରୁଥିବା ବେଳେ ଅନ୍ୟ କେତେକ ସହରକୁ ମଧ୍ୟ ଏଥିରେ ସାମିଲ କରିଛି । ସେହିପରି ଗୁରୁବାର କମ୍ପାନୀ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ସହରରେ ମଧ୍ୟ ନିଜ ସେବା ଆରମ୍ଭ କରିଥିବା ସୂଚନା ମିଳିଛି । ଦଶହରା ଅବସରରେ କମ୍ପାନୀ ନିଜର ୫ଜି ସେବା ଉପଲବ୍ଧ କରିଥିବା ବେଳେ ମାତ୍ର, ଗୋଟିଏ ମାସ ପରେ ଅନ୍ୟ ସହରମାନଙ୍କରେ ବିସ୍ତାରଲାଭ କରିଛି । ୫ଜି ସେବା ଆରମ୍ଭ ହେବା ପରେ ପ୍ରଥମ କରି ଦିଲ୍ଲୀ, ମୁମ୍ୱାଇ, କଲିକତା ଓ ବାରାଣାସୀରେ ଏହି ୪ଟି ସହରରେ ସେବା ଜାରି କରାଯାଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ବଢ଼ି ୮ଟି ସହରରେ ପହଁଞ୍ଚିଛି ।

Comments are closed.