କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଇଷ୍ଟଦେବୀ ମାଁ ଲଙ୍କେଶ୍ୱ୍ରୀଙ୍କ ଐତିହାସିକ ଖଣ୍ଡାବସା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପର୍ବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଅଶ୍ୱିନୀ ମୂଳାଷ୍ଟମୀ ଦିନ ମାଁ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ପାଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପର୍ବ ଜାକଜମକରେ ପାଳିତ ହୋଇଯାଇଛି । ଏହି ଦିନ ମାଁ ଙ୍କୁ ବିଭିନ୍ନ ସ୍ୱ୍ର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ମାନସିକଧାରି ମାନେ ନିଜ ମାନସିକ ପୂରଣ ପାଇଁ ବିଭିନ୍ନ ପ୍ରକାର ଭୋଗ ମାଁ ଙ୍କୁ ଅର୍ପଣ କରିଥାନ୍ତି । ସଂଧ୍ୟାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ମାଁ ଙ୍କ ମନ୍ଦିରରେ ଆରମ୍ଭ ହୋଇ ପ୍ରଥମେ ପାଟଖଣ୍ଡା ଦୁଇଟିକୁ ମନ୍ଦିର ପୂଜକ ପାରମ୍ପରିକ ଶୋଭାଯାତ୍ରାରେ ସ୍ଥାନୀୟ ଡାକବଙ୍ଗଳାକୁ ନେଇ ସେଠାରେ ଦୁଇଟି ପାଟଖଣ୍ଡା କୁ ସ୍୍ୱର୍ଣକାରଙ୍କ ଦ୍ୱାରା ମାର୍ଜନା କରାଯାଇଥିଲା । ପୁଣି ଦୁଇଟି ଖଣ୍ଡାକୁ ମନ୍ଦିରକୁ ନେଇ ମାଁ ଲଙ୍କେଶ୍ୱରୀଙ୍କ ବାମ ଓ ଦକ୍ଷିଣ ପାଶ୍ୱର୍ର୍୍ରେ ଅରୁଆ ଚାଉଳ ଉପରେ କଳାହାଣ୍ଡି ମହାରାଜଙ୍କୁ ଦ୍ୱାରା ବସା ଯାଇ ମଧ୍ୟ ରାତ୍ରୀରେ ପାରମ୍ପରିକ ରୀତିରେ ପୋଢ଼ ବଳି ଦିଆଯାଇଥିଲା । ପର୍ବ କିପରି ଶାନ୍ତି ଶୃଙ୍ଖଳା ସହିତ କରାଯିବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଖଣ୍ଡାବସା ଉପଲକ୍ଷେ ମାଁ ଙ୍କ ପୀଠ ନିକଟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ଡ୍ୟାନ୍ସ ଡ୍ୟାନ୍ସ, ଘୁମୁରା ଆୟୋଜନ କରାଯାଇଥିଲା ।
ସନ୍ତାନଙ୍କ ମଙ୍ଗଳ କାମନାରେ ପୁଓ ଜିଉଁତିଆ ଓଷା ପାଳିତ
ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଆଶ୍ୱିନ କୁଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୁଓ ଜିଉଁତିଆ ବା ଦୂତି ବାହନ ଓଷା ପାଳନ କରାଯାଉଛିା ସନ୍ତାନମାନଙ୍କ ଦୀର୍ଘ, ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ, ସୁଖ ସମୃଦ୍ଧି କାମନା କରି ମହିଳାମାନେ ଏହି ବ୍ରତ ପାଳନ କରନ୍ତିା ଏହି ଉପଲକ୍ଷେ ସଂନ୍ଧ୍ୟାର ମହିଳାମାନେ ଦଳ ଦଳ ହୋଇ ମନ୍ଦିର ପ୍ରାଙ୍ଗଣ, ଛକ, କଲୋନୀ, ଗାଁ ଦାଣ୍ଡ ଆଦି ଜାଗାରେ ଏକତ୍ରିତ ହୋଇ ସ୍ୱତନ୍ତ୍ର ଓ ଚାନ୍ଦୁଆ, ବିବିଧ ଫୁଲ, ପତ୍ର ଏବଂ ଫଳରେ ସଜ୍ଜିତ ବେଦୀରେ ପୂଜା କରିଥିଲୋ ଏଠାରେ ବର୍ଗାକାର ଜଳାଶୟ କରାଯାଇ ଜିଆଁ ମାଛ ଛଡ଼ା ଯାଇଥିଲାା ପୂଜା ସ୍ଥଳରେ ଦୂତିବାହନଙ୍କ ଆରାଧନା ପୂର୍ବକ ନବବସ୍ତ୍ର ପରିଧାନ କରି ମହିଳାମାନେ ଦୂତିବାହନ ଓଷା ବ୍ରତ କଥା ଶୁଣିଥିଲୋ ଚଳିତ ଋତୁର ବିଭିନ୍ନ ନୂଆ ଫଳ ଫୁଲ, ୧୦୨ ଲେଖାଁଏ ଦୁବ ଓ ଅକ୍ଷତ ଅରୁଆ ଚାଉଳ, ନୈବେଦ୍ୟ ସହ ଜୁଗାର ଅର୍ପଣ ପୂର୍ବକ ପୂଜା କରାଯାଇଥିଲାା ଓଉ, କାକୁଡ଼ି, ଆଖୁ, କରମଙ୍ଗା, କନ୍ଦମୂଳ, ନଡ଼ିଆ ଆସନ୍ତା କାଲି ନବମୀ ତିଥିରେ ବ୍ରତ କରିଥିବା ମହିଳା ମାନେ ନଦୀ, ପୋଖରୀ ଆଦି ଜଳାଶୟକୁ ଯାଇ ବାଲି ବେଦୀରେ ପୂଜା କରିବୋ ପରେ ଘରେ ସନ୍ତାନ ଓ ସନ୍ତତୀଙ୍କୁ ପର୍ବଦିନ ପୂଜାପରେ ରଖାଯାଇଥିବା ନୈବେଦ୍ୟକୁ ବନ୍ଦାଣ କରିବୋ ଏହାବାଦ ସେମାନେ ୨୪ଘଣ୍ଟାରୁ ଅଧିକ ସମୟ ଧରି ରଖିଥିବା ଉପବାସକୁ ପ୍ରତ୍ୟାହାର କରିବୋ ଅନ୍ୟପକ୍ଷରେ ନବବିବାହିତା ମହିଳାମାନେ ସନ୍ତାନ କାମନା କରି ଏବଂ କନ୍ୟାମାନେ ମଧ୍ୟ ବାପାଙ୍କ ସକାଶେ ଏହି ବିଧି ପାଳନ କରନ୍ତିା ଏହି ଅବସରରେ ନବବସ୍ତ୍ର ଆଦାନ ପ୍ରଦାନ ହୋଇଥାଏା ସନ୍ତାନମାନେ ବଡ଼ ହେଲେ ମାଆମାନଙ୍କୁ ଶାଢୀ ଆଦି ଉପହାର ଦେବାର ପରମ୍ପରା ମଧ୍ୟ ରହିଛି । ପଶ୍ଚିମ ଓଡ଼ିଶାର ସବୁବର୍ଗର ମହିଳା ମାନେ ଏହି ଓଷା ପାଳନ କରନ୍ତି ।
ମା ଭୈରବୀଙ୍କ ପୀଠରେ ଷୋଳ ପୂଜା
ଷୋଳ ଦିନ ଧରି ଗୁପ୍ତ ପୁଜା , ଭକ୍ତଙ୍କୁ ଦର୍ଶନ ମନା
ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ୧୪ ତାରିଖ ରବିବାର ଠାରୁ ଅଷ୍ଟମୀ ତିଥିରୁ ଷୋଳପୁଜା ଆରମ୍ଭ ହୋଇଛି । ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୁରୁଣାକଟକ ପୀଠରେ ମଧ୍ୟ ରବିବାର ଠାରୁ ଷୋଳପୂଜା ଆରମ୍ଭ ହୋଇଛି । ସକାଳୁ ଦେବୀଙ୍କ ନିକଟରେ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନ ୪ ଟା ସମୟରେ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରୁ ଏକ ବିରାଟ ଶୋଭାଯାତ୍ରାରେ ଛତ୍ର ଛତ୍ରୀ ଘଣ୍ଟ ଘଣ୍ଟା ଢୋଲ ନିଶାଣ ଧରି ଭକ୍ତଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାଙ୍କୁ ନେଇ ପୁରୁଣାକଟକ ବଜାର ପରିକ୍ରମା ପରେ ମନ୍ଦିର ପରିସରରେ ପହଁଚିଥିଲେ । ଆଜି ମଧ୍ୟରାତ୍ରୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋଳଦିନ ଧରି ଷୋଳପୁଜା ଚାଲିବ । ମନ୍ଦିରରେ ମାଙ୍କ ପୁଜା ସମ୍ପୁର୍ଣ୍ଣ ଗୁପ୍ତ ଭାବେ ଚାଲିବ ପ୍ରତ୍ୟେକ ମଧ୍ୟରାତ୍ରରେ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହେବ । ପ୍ରଥା ଅନୁଯାୟୀ ଆଜି ଠାରୁ ମାଙ୍କ ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ସଂମ୍ପୁର୍ଣ୍ଣ ନିଷେଧ । ଏପରିକି ମନ୍ଦିର ପରିସରରେ କଥୋପକଥନ ମଧ୍ୟ ନିଷିଦ୍ଧ ଅଟେ । ଏହି ଷୋଳ ଦିନ ମନ୍ଦିର ବାହାରେ ଥିବା ସାହାଡା ବୃକ୍ଷପୁଜା କରାଯାଇଥାଏ । ଏହିଠାରେ ଭକ୍ତ କେବଳ ଦୀପ ଜାଳିଥାନ୍ତି । ଷୋଳଖଣ୍ଡ ମୌଜା ର ଜନସାଧାରଣ ଏହି ପର୍ବରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥାନ୍ତି । ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସୁକାନ୍ତ କୁମାର ଦାଶଙ୍କ ସୁଚନା ଅନୁଯାୟୀ ଷୋଳଦିନ ଧରି ମାଙ୍କ ଗୁପ୍ତପୁଜା ଚାଲିବ । ନବମୀ ଦିନ ମାଙ୍କ ପୀଠରେ ନବାନ୍ନ ଲାଗିହୁଏ । ଦଶମୀ ଦିନ ଠାରୁ ମା ଭୈରବୀ ସବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ମାଁ ଭୈରବୀଙ୍କ ପୀଠରେ ଷୋଲ ପୂଜା ବା ଖଣ୍ଡା ବସା ପର୍ବ ଆରମ୍ଭ ହୋଇଛି । ଆଜିର ଦିନରେ ଅଞ୍ଚଳର ମାଁ ମାନେ ନିଜ ନିଜ ପୁଅଙ୍କ ଶୁଭ ମନାସୀ ପୁଅ ଜୀଉନ୍ତିଆ ପୂଜା କରିଥାନ୍ତି ।
ଗଡଜାତର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଷୋଳପୂଜା
ବୌଦ୍ଧର ପ୍ରାଚୀନ କିର୍ତ୍ତିରାଜୀ ମଧ୍ୟରୁ ପୁରୁଣାକଟକ ସ୍ଥିତ ଦେବୀ ଭୈରବୀଙ୍କ ମନ୍ଦିର ଅନ୍ୟତମା ମା ଙ୍କର ପ୍ରତ୍ୟକ୍ଷତା ଓ ମହିମା ପ୍ରତି ବିଶ୍ୱାସ ଭକ୍ତଙ୍କୁ ଟାଣି ଆଣିଥାଏ ଏହି ମନ୍ଦିରକୁା ବୌଦ୍ଧ ସହର ଠାରୁ ୩୦ କିମି ଭୁବନେଶ୍ୱର ରାସ୍ତାରେ ଗଲେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ କଡରେ ରହିଛି ପୁରୁଣାକଟକ ଅଞ୍ଚଳା ବୌଦ୍ଧ ଜିଲାର ପୁରୁଣାକଟକ ଏକ ପ୍ରମୁଖ ସ୍ଥାନ ନହେଲେ ମଧ୍ୟ ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠ ପାଇଁ ଏହି ସ୍ଥାନଟି ରାଜ୍ୟର ଅନ୍ୟଏକ ପ୍ରସିଦ୍ଧ ଦୈବୀପିଠ ଅଟୋ ଭୁବନ ଭରଣ କରୁଥିବାରୁ ଦେବୀଙ୍କୁ ଭୈରବୀ ବୋଲି କୁହାଯାଏା ମନ୍ଦିର ସମ୍ମୁଖରେ ପ୍ରବାହିତ ହେଉଛି ଲକ୍ଷ୍ମୀନାଳା ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ମାଭୈରବୀ କେଉଁ ଆବାହାନ କାଳରୁ ଏଠାରେ ପୁଜା ପାଇ ଆସୁଛନ୍ତି ସେ ସମ୍ପର୍କରେ ଇତିହାସ ନିରବା ପ୍ରାକ୍ତନ ଗଡଜାତର ଶାସକ ରାଜା ମାନେ ମାଙ୍କୁ ଗଡଜାତର ଅଧିଷ୍ଠାତ୍ରୀ ଦେବୀ ଭାବେ ପୁଜାର୍ଚ୍ଚନା କରି ଆସୁଥିଲୋ ବର୍ତ୍ତମାନ ପୁଜା ପାଉଥିବା ମନ୍ଦିର ପୁର୍ବରୁ ମା ଭୈରବୀ ନିକଟସ୍ଥ ଅର୍ଗଳିଆ ପାହାଡ ଶିଖରେ ପୁଜା ପାଇ ଆସୁଥିଲୋ ଧିରେ ଧିରେ ସେଠାକୁ ଯାତାୟତର ଅସୁବିଧା ହେତୁ ବର୍ତ୍ତମାନ ପୁଜା ପାଉଥିବା ମନ୍ଦିର ଠାରେ ଥିବା ବାଉଁଣ ବଣରେ ଖୋଲାରେ ଦେବୀ ପୁଜା ପାଇଆସୁଥିଲୋ ବର୍ତ୍ତମାନ ମନ୍ଦିର ସ୍ଥାନଟି ପୁର୍ବରୁ ଏତେ ବାଉଁଶ ବଣରେ ଭରପୁର ଥିଲା ଯେ ସେଠାକୁ ଗଲେ ଆପେ ଆପେ ଭୟ ଲାଗୁଥିଲା ସେଠାରେ ଖୋଲା ଆକାଶ ତଳେ ମାଙ୍କ ପୁଜା କରାଯାଉଥିବା ହେତୁ ସେଠାକୁ ଭକ୍ତମାନେ ନିଷ୍ଠାରସହ ଯାଇଥାନ୍ତି ଦର୍ଶନ କରିବାପାଇାଁ
ବର୍ତ୍ତମାନ ପୁଜାପାଉଥିବା ସ୍ଥାନଟିରେ ସୁନ୍ଦର ମନ୍ଦିରରେ ମା ପୁଜା ପାଉଛନ୍ତିା ମହାମାୟା ଦେବୀ ଭୈରବୀ ଠାକୁରାଣୀ ସିଦ୍ଧ ତନ୍ତ୍ର ପୀଠରେ ଶଶକ୍ତି ଉଗ୍ରମୁର୍ତ୍ତି ଧାରଣ କରି ବିରାଜ ମାନ କରିଅଛନ୍ତିା ମା ଭୈରବୀଙ୍କ ପୁଜା ବିଭିନ୍ନ ମାସ ଅନୁସାରେ ଭିନ୍ନ ଭିନ୍ନ ଧରଣରେ ହୋଇଥାଏା କିନ୍ତୁ ମାଙ୍କ ପୁଜା ଆଶ୍ୱିନ ମାସରେ ଅତି ନିଆରା ସହକାରେ ହୋଇଥାଏା ଏହି ସମୟରେ ମାଙ୍କ ଷୋଳ ପୁଜା ବା ଖଣ୍ଡା ବସା ପର୍ବ ହୋଇଥାଏା ଏହି ଷୋଳ ପୁଜା ରାଜା ରାଜୁଡା ଅମଳରୁ ହୋଇ ଆସୁଛିା ଷୋଳ ପୁଜା ଆଶ୍ୱିନ ମୁଳାଷ୍ଟମୀ (କୃଷ୍ଣ ପକ୍ଷ ଅଷ୍ଟମୀ) ଦିନ ଠାରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଅଷ୍ଟମୀ ଦିନ ଶେଷ ହୋଇଥାଏା ଆଶ୍ୱିନ ମୁଳାଷ୍ଟମୀ ଦିନ ମା ଭୈରବୀଙ୍କ ମୁଖ୍ୟ ପୁଜଙ୍କ ଘରୁ ବାଜା ବଜାଇ ବାନା, ବଇରଖ, ଛତ୍ର ଧରି ସନ୍ଧ୍ୟା ସମୟରେ ଗା୍ରମ ପରିକ୍ରମା କରି ସିଧା ମନ୍ଦିର କୁ ଆସିଥାଆନ୍ତିାଏବଂ ନିଶା ରାତ୍ରିରେ ତାଳପତ୍ର ପୋଥି ( ମାଦାଳା ପାଞ୍ଜି ) ଅନୁସାରେ ମାଙ୍କ ଗୁପ୍ତ ପୁଜା ହୋଇଥାଏ, ଓ ମାଙ୍କ ଠାରେ ଖଣ୍ଡା ବସିଥାଏା ଏହି ଗୁପ୍ତ ପୁଜା ଆରମ୍ଭ ହେଲା ମାତ୍ରେ ଢୋଲ, ନିଶାନ ବାଜି ଉଠିଥାଏ , ବାଜା ବାଜିବା ମାତ୍ରେ ଅଞ୍ଚଳର ପୁତ୍ରବତୀ ମହିଳା ମାନେ ପୁଅ ଜୁଉନ୍ତିଆ ପର୍ବ କରିଥାଆନ୍ତିା ଷୋଳ ପୁଜା ସମୟରେ ମାଙ୍କ ଠାରେ ୧୬ ଖଣ୍ଡ ଗା୍ରମର ଲୋକ ମାନେ ପ୍ରତ୍ୟହ ଦିନେ ଦିନେ କରି ମାଙ୍କ ପାଇଁ ଭୋଗ ଅର୍ପଣ କରିଥାଆନ୍ତି ଓ ସେହି ଭୋଗ ଲାଗିଥାଏା ଏହି ଗ୍ରାମ ଗୁଡିକ ଗଡଜାତ ରାଜାଙ୍କର ପ୍ରସ୍ତାବମତେ ସେବା କରି ଆସୁଛନ୍ତିା ଷୋଳ ପୁଜା ଦିନଠାରୁ ମାଙ୍କ ପ୍ରତ୍ୟକ୍ଷ ଦର୍ଶନ ଭକ୍ତ ମାନଙ୍କ ପାଇଁ ମନ୍ଦିର ଭିତରକୁ ପୁରାପୁରି ମନା ହୋଇଥାଏା ଷୋଳ ପୁଜା ସମୟରେ ଭକ୍ତ ମାନେ ନିଜର ମନସ୍କାମନା ପୁର୍ଣ୍ଣ ପାଇଁ ମାଙ୍କ ମନ୍ଦିର ବାହାରେ ପୁଜା ଅର୍ଚ୍ଚନା କରିଥାଆନ୍ତିା ଷୋଳ ପୁଜା ମଧ୍ୟରୁ ୪ ଦିନ ପୁରାପୁରି ସ୍ୱତନ୍ତ୍ର ଭାବେ ଗୁପ୍ତ ପୁଜା ହୋଇଥାଏ ବୋଲି ମୁଖ୍ୟ ପୁଜକ ପ୍ରକାଶ କରିଛନ୍ତିା ଷୋଳ ପୁଜା ସମୟରେ ବା୍ରହ୍ମଣ ମାନେ ହୋମ, ଚଣ୍ଡିପାଠ ଓ ଅନ୍ନ ପୁଜା କରିଥାଆନ୍ତି ଓ ଅନ୍ୟ ସମୟରେ କେବଳ ମାଙ୍କ ଦେହୁରୀ ମାନେ ପୁଜା କରିଥାନ୍ତିା ଷୋଳ ପୁଜା ୧୬ ଦିନ ଧରି ଚାଲିଥାଏ ଏବଂ ପ୍ରତିଦିନ ରାତି ୧୦ ଟାରୁ ରାତି ୩ଟା ପର୍ଯନ୍ତ ନିଶା ରାତିରେ ଘଣ୍ଟ, ଶଙ୍ଖ, ଢୋଲ ,ନିଶାଣ ବଜାଇ ପୁଜା ହୋଇଥାଏ ଓ ପୁଜା ସମୟରେ ଏହି ଅଂଚଳରେ ଏକ ଭୟର କମ୍ପନ ଜାତ ହୋଇଥାଏା ପୁଜାପରେ ମାଙ୍କୁ ବେଶ ଧାରଣ କରାଯାଇଥାଏା ଏହି ବେଶକୁ ଗୁପ୍ତ ବେଶ ବୋଲି କୁହାଯାଇଥାଏ କାରଣ ଏହି ବେଶ ସାଧାରଣରେ ଦର୍ଶନୀୟ ହୋଇନଥାଏା ପୁଜକ ଙ୍କ କହିବା ଅନୁସାରେ ମା ଙ୍କ ବାହାନ ମହାବଳ ବାଘ ପ୍ରତ୍ୟହ ପୁଜା ସମୟରେ ନିଶା ରାତିରେ ଆସି ଖିରି ଓ ଉଖୁଡା (ଲିଆ)ଭୋଗ ଖାଇ ଯାଇଥାଏ , ଏହା କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁଭୁତିରୁ ମଧ୍ୟ ପ୍ରକାଶା ମହାନବମୀ ଦିନ ମାଙ୍କ ଠାରେ ନବାନ୍ନ ଲାଗି ଥାଏା ସେହି ଦିନ ମାଙ୍କ ଠାରେ ନୁଆ ଚାଉଳର ଖିରି ଓ କାକରା ଦେଇ ନବାନ୍ନ ଭକ୍ଷଣ କରାଯାଇଥାଏା ଏହା ପରେ ଗଡଜାତ ଅଞ୍ଚଳର ବାସିନ୍ଦା ମାନେ ନୁଆ ଖାଇଥାଆନ୍ତିା ଷୋଳ ପୁଜା ଶେଷ ପରେ ମା ଗ୍ରାମ ପରିକ୍ରମା କରି ପୁଜଙ୍କ ଘରକୁ ଯାଇଥାଆନ୍ତିା ପୁଜକ ଙ୍କ ଘରକୁ ଯିବା ସମୟରେ ମା ଗା୍ରମର ସମସ୍ତଙ୍କ ଘର ସମ୍ମୁଖରେ ପୁଜା ପାଇଥାଆନ୍ତିା ଏହି ମହାଅଷ୍ଟମୀ ଦିନ ମାଙ୍କ ପୁଜା ଆରମ୍ଭ ମାତ୍ରେ ଅଞ୍ଚଳର ଭଉଣୀ ମାନେ ଭାଇଙ୍କ ମଙ୍ଗଳ କାମନା କରି ଭାଇ ଜିଉନ୍ତିଆ କରିଥାଆନ୍ତିା ଏହି ଦିନ ମାଙ୍କ ଠାରେ ମହାବଳୀ ଉସିର୍ଗ କରାଯାଇଥାଏା ଷୋଳପୁଜା ଆରମ୍ଭରେ ମାଙ୍କ ନିକଟରେ ଛାଗବଳୀ, ଏହାର ଚାରିଦିନ ବାଦ ମେଷବଳୀ ଓ ଏହାପରେ ମସିବଳୀ ଉସିର୍ଗ କରାଯାଇଥାଏା ଆଶ୍ୱିନ ମାସ ପୁର୍ଣିର୍ର୍ମାରେ ମାଙ୍କ ପତ୍ର ଭସାଣୀ ଉସିବ ହୋଇଥାଏା ଏହି ପତ୍ର ଭସାଣି ପର୍ବ ଦିନ ପୁଜକ ଓ ସେବକ ମାନେ ନିଷ୍ଠା ଓ କାଷ୍ଟାରେ ରହିଥାଆନ୍ତିା ଷୋଳ ପୁଜା ପରି ବିଭିନ୍ନ ମାସ ଗୁଡିକରେ ମଧ୍ୟ ମାଙ୍କ ପୁଜା ହୋଇଥାଏା ଦୀପାବଳୀ ଅମାବାସ୍ୟା ଦିନ ଶ୍ୟାମାକାଳୀ ପୁଜା, ମାଘ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ଦିନ ଉଗ୍ରତାରା ପୁଜା, ଚୌତ୍ର ମାସ ଶୁକ୍ଳପକ୍ଷ ଅଷ୍ଠମୀ ଠାରୁ ଦଶମୀ ପର୍ଯନ୍ତ ବାସନ୍ତିକା ଦୁର୍ଗାପୁଜା ବା ଦକ୍ଷିଣ କାଳି ପୁଜା, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ସ୍ୱନକ୍ଷେତ୍ର ପୁଜା, ଭାଦ୍ରବ ମାସ ଚର୍ତୁଦଶୀ ମହାସ୍ନାନ ପୁଜା , ଭାଦ୍ରବ ମାସ ଅମାବାସ୍ୟା ସପ୍ତପୁରୀ ଅମାବାସ୍ୟା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଠମୀ ଦୁର୍ଗା ଶୟନୀ ପୁଜା ଓ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପାଶ୍ୱର୍ପରିବର୍ତ୍ତନ ପୁଜା ହୋଇଥାଏା ମାଙ୍କର ଏହି ସବୁ ପୁଜା ଗୁଡିକ ପୂଜକ ବ୍ରାହ୍ମଣ,ମାଳି,ଦେହୁରୀ ସେବକ ମାନେ ମାଙ୍କ ପ୍ରତ୍ୟକ ପୁଜାକୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ସମାପନ କରିଆସୁଅଛନ୍ତିା ବିଶ୍ୱାସ ଅଛିଯେ ଭକ୍ତମାନେ ନିଷ୍ଠାର ସହ ମାଙ୍କ ନିକଟରେ ନିଜର ମନସ୍କାମନା ପୁର୍ଣ୍ଣ ପାଇଁ ଦୀପଟିଏ ଜାଳି ଗୁଆଟିଏ ବସାଇଲେ ନିଶ୍ଚିତ ଭାବେ ତାଙ୍କର ଆଶା ପୁରଣ ହୋଇଥାଏା ସେଥିପାଇଁ ମାଙ୍କ ପ୍ରତ୍ୟକ୍ଷତା ଓ ମହିମା ଏତେ ପ୍ରସାରିତ ହୋଇଛିଯେ ବର୍ଷ ସାରା ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ମାନେ ବିଭିନ୍ନ ମନସ୍କାମନା ପୁର୍ଣ୍ଣ ଆଶାରେ ଏଠାକୁ ଚାଲି ଆସିଥାନ୍ତିା
