ଜାପାନ: ସପେ୍ଯେମ୍ବର ୨୨: ଦୁନିଆରେ ବିଭିନ୍ନ ପ୍ରକାରର ଗିନିଜ୍ ରେକର୍ଡ ରହିଛି । ତେବେ ବର୍ତ୍ତମାନ ଏକ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାପାନର ଦୁଇଜଣ ଭଉଣୀ ଏହି ନିଆରା ରେକର୍ଡ କରିଛନ୍ତି । କିନ୍ ନରିତା ଓ ଜିନ୍ କୈନି ପ୍ରାୟ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହି ଦୁଇଜଣ ଦୁନିଆର ସବୁଠାରୁ ବୟଜୈଷ୍ଠ ଯମଜ ଭଉଣୀ ଭାବେ ଏହି ରେର୍କଡ କରିଛନ୍ତି । ଦୁଇଭଉଣୀଙ୍କ ଜନ୍ମ ୧୯୧୩ ମସିହାରେ ହୋଇଥିଲା । ଜାପାନରେ ୨୦ ସେପେଫମ୍ବରରେ ‘ଏଜ୍ଡେ ଡେ’ ବା ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଦିବସ ପାଳନ ହୋଇଥାଏ । ଏହି ଦିନ ଦୁଇ ଭଉଣୀଙ୍କୁ ଏହି ରେକର୍ଡ ପ୍ରଦାନ କରାଯାଇଛି । ତେବେ ଦୁଇଜଣ ଅଲଗା ଅଲଗା ବୃଦ୍ଧାଶ୍ରମରେ ରହୁଛନ୍ତି । ପୂର୍ବରୁ ଏହି ରେକର୍ଡ କିନ୍ ଏବଂ ଜିନ୍ଙ୍କ ନାମରେ ଥିଲା । ବର୍ତ୍ତମାନ ହୋଇଥିବା ରେକର୍ଡରେ ଏହି ଯାଆଁଳା ଭଉଣୀଙ୍କର ବୟସ ୧୦୭ ବର୍ଷ ୩୦୦ ଦିନରୁ ଅଧିକ ରହିଛି । ଯାହା ପୂର୍ବ ରେକର୍ଡଠୁ ଅଧିକ ।
Comments are closed.