ବିଚିତ୍ର ଦୁନିଆରେ ଏପରି ବହୁ ପୁରୁଣା ସାମଗ୍ରୀ ଦେଖିବାକୁ ମିଳିଯାଏ ଯାହା ହଜାର ହଜାର ବର୍ଷ ପୂର୍ବେ ନିର୍ମିତ ହୋଇଛି । ଏଥିମଧ୍ୟରୁ ବହୁ ସାମଗ୍ରୀରେ ପରିବର୍ତ୍ତନ ଆସିଛି କିମ୍ବା ପରିବର୍ତ୍ତନ କରାଯାଇଛି । ହେଲେ ବିଶ୍ୱରେ ଏପରି ଏକ ହୋଟେଲ ରହିଛି ଯେଉଁଥିରେ ଆଜି ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ଯାହା ପୂର୍ବେ ଥିଲା ଏବେ ବି ସେହି ଅବସ୍ଥାରେ ରହିଛି । ଜାପାନରେ ରହିଛି ଏହି ପୁରୁଣା ହୋଟେଲ ଯାହାର ନାମ ‘ନିଶିୟାମା ଓନସେନ କିୟୁନକନ’ । ୭୦୫ ଖ୍ରୀଷ୍ଟାବ୍ଦରେ ଫୁଜିବାରା ମହିତୋ ନାମକ ଜଣେ ବ୍ୟକ୍ତି ଏହି ହୋଟେଲକୁ ନିର୍ମାଣ କରିଥିଲେ । ତେବେ ଏଥିରୁ ଅନୁମାନ କରିପାରୁଥିବେ ଯେ ଏହା ପ୍ରାୟ ୧୩୦୦ ବର୍ଷ ପୁରୁଣା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫୁଜିବାରାଙ୍କ ପରିବାରର ଏପର୍ଯ୍ୟନ୍ତ ୫୨ଟି ପିଢି ବା ବଂଶ ଏହି ହୋଟଲକୁ ଚଲାଉଛନ୍ତି । ବିଶ୍ୱର ସର୍ବପୁରତାନ ହୋଟେଲ ଭାବେ ଏହାର ନାମ ଗିନିଜ ବୁକ୍ ଅଫ୍ ୱାଲïର୍ ରେକର୍ଡରେ ସ୍ଥାନ ପାଇଛି । ତେବେ ଏହି ହୋଟେଲ ବିଶେଷତ୍ୱ ହେଉଛି ନିକଟରେ ଥିବା ଉଷ୍ମ ଝରଣା ଯାହା ପାଇଁ ଏହା ପ୍ରସିଦ୍ଧ ଲାଭ କରିଛି । ଏହାକୁ ଦେଖିବା ପାଇଁ ସମଗ୍ର ବିଶ୍ୱର ପର୍ଯ୍ୟଟକମାନେ ଆସିଥାନ୍ତି । ଏପରିକି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଆସି ଏହି ହୋଟେଲରେ ରହିଥାନ୍ତି । ଗୋଟିଏ ପାଶ୍ୱର୍ରେ ସୁନ୍ଦର ଝରଣା ଏବଂ ଅନ୍ୟପଟେ ଘଞ୍ଚ ଜଙ୍ଗଲ ଏହି ହୋଟେଲକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିଥାଏ । ହୋଟେଲର ଝରକା ଖୋଲିବା ମାତ୍ରେ ହିଁ ମନୋରମ ଦୃଶ୍ୟକୁ ଉପଭୋବ କରିବା ପାଇଁ ସୁଯୋଗ ପାଇବେ । ହୋଟେଲରେ ୩୭ଟି ରୁମ ରହିଛି । ପ୍ରତି ରୁମରେ ରହିବା ପାଇଁ ଗୋଟିଏ ରାତିକୁ ଦେବାକୁ ପଡ଼ିଥାଏ ୩୩ ହଜାର ଟଙ୍କା । ମଝିରେ ମଝିରେ ଏହାର ନବୀକରଣ କରାଯାଇଥାଏ ।

Comments are closed.