ମୁମ୍ବାଇ: ସେପ୍ଟେମ୍ବର ୮: ଜାହ୍ନବୀ କପୁର ଖୁବଶୀଘ୍ର ଷ୍ଟାର୍ ଭର୍ସେସ ଫୁଡ୍ ରିଆଲିଟି ଶୋରେ ନଜର ଆସିବେ । ଏହି ଶୋରେ ଜାହ୍ନବୀ ନିଜ ବିଷୟରେ ଅନେକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି । ଜାହ୍ନବୀ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରୁ ବଞ୍ଚିବା ପାଇଁ କାର ଡିକିରେ ପଶିଯାଆନ୍ତି । ସେହିଭଳି ଥରେ ଜାହ୍ନବୀ ଜିମ୍ରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବଞ୍ଚିବା ପାଇଁ ନିଜ ସାଙ୍ଗଙ୍କର ସାହଯ୍ୟ ନେଇଥିଲେ । ସେଦିନ ଜାହ୍ନବୀଙ୍କର ଜିମ ଆସିବା ପାଇଁ ଇଚ୍ଛା ନଥିଲା । ସେ ବାଧ୍ୟରେ ଜିମ୍ ଆସିଥିଲେ, ହେଲେ ଜିମ୍ରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଜିମ୍ ବାହାରେ ରହିଥିବା ଦେଖି ସେ ନିଜ କାର ଫେରାଇ ସାଙ୍ଗଙ୍କ କାରରେ ଯାଇଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧି ମାନେ ବହୁତ ଭଲ ହେଲେ ସେ ସେଦିନ ବହୁତ ଥକି ଯାଇଥିଲେ ତେଣୁ ସେ ଫଟୋ ଉଠାଇବାକୁ ଚାହୁଁନଥିବା ଜାହ୍ନବୀ ପ୍ରକାଶ କରିଛନ୍ତି । ସେହିଭଳି ଗଣମାଧ୍ୟମ ପ୍ରତିଧି ହୁଅନ୍ତୁ କିମ୍ବା ଅନ୍ୟ କୌଣସି କାରଣରୁ ସେ କାହା ସାମ୍ନାକୁ ଆସିବା ମୁଡ୍ରେ ନଥିଲେ ସେ ନିଜ ଗାଡି ଡିକିର ବ୍ୟବହାର କରନ୍ତି । ସେ ଅନେକ ଥର ଗାଡି ଡିକିରେ ଲୁଚିଥିବା ନେଇ ପ୍ରକାଶ କରିଛନ୍ତି ।

Comments are closed.