୨୪ ଘଣ୍ଟାରେ ଦେଶରେ ୪୩,୨୬୩ କରୋନା ସଂକ୍ରମିତ ଓ ୪୦,୫୬୭ ସୁସ୍ଥ

0

ଦିଲ୍ଲୀ: ସେପ୍‌ଟେମ୍ବର ୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩, ୨୬୩ ରହିଛି । ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୩୧ ଲକ୍ଷ ୩୮ ହଜାର ୮୫୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜି ୪୦, ୫୬୭ ଜଣ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ଯେ, ଗତ କାଲି ଅପେକ୍ଷା ଆଜି ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୩ ହଜାର ୬୧୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୩ ଲକ୍ଷ ୪ ହଜାର ୬୧୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୩୯ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ ୪ ଲକ୍ଷ ୪୧ ହଜାର ୭୮୨ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨. ୪୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୩୮ ପ୍ରତିଶତ ରହିଛି । ଦେଶରେ ୭୧.୬୫ କୋଟିରୁ ଅଧିକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.