ଶରୀରକୁ ସୁସ୍ଥ ରଖେ ଘିଅ ଓ ଗୁଡ

ମିଠା ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ବିଶେଷକରି ଖାଇବା ପରେ ସମସ୍ତେ ମିଠା ଖାଇବାକୁ ଆଗ୍ରହ ଦେଖାଇଥାଆନ୍ତି । ହେଲେ କେତେକ ଲୋକଙ୍କ ମଧୁମେହ ରୋଗ ଯୋଗୁଁ ସେମାନଙ୍କୁ ମିଠା ବାରଣ କରାଯାଇଥାଏ । ତେବେ ମିଠା ସ୍ଥାନରେ ଆପଣ ଗୁଡସହିତ ଘିଅ ମିଶାଇ ଖାଇପାରିବେ, ଯାହା ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ପୂର୍ଣ୍ଣ କରିବା ସହିତ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ । ଘିଅ ସହିତ ଗୁଡ ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ ସୁସ୍ୱାଦୁ ହେବା ସହିତ ସ୍ୱସ୍ଥ୍ୟକର ମଧ୍ୟ । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏହା ଆମର ଚର୍ମ, ନଖ ଓ ଚୁଟିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ଶରୀରରେ ଥିବା ଆଇରନ୍‌ର ଅଭାବକୁ ମଧ୍ୟ ଏହା ଦୂର କରିଥାଏ । ଘିଅରେ ଥିବା ଓମେଗା -୩, ଭିଟାମିନ୍‌ ଏ, ଡି, କେ, ଇ ଆଦି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

Launching Ceremony of “AYUSHMAN BHARAT

Comments are closed.