କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ

ଋତୁଚକ୍ରର ଧାରାରେ ଧରାବତରଣ କରେ ପାର୍ବଣ ଋତୁ ଶରତ । ସୁଷମା ବିମଣ୍ଡିତ ଧରା ପୃଷ୍ଠରେ ନ ଥାଏ ରୌଦ୍ରର ଭୟଙ୍କର ପ୍ରଚଣ୍ଡ ତାପ , ବର୍ଷାର ଘନଘଟା , ଶୀତର ଦାଦାଗିରି । ବର୍ଷା ଋତୁକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ଶରତ ଋତୁ ନିଜର ପ୍ରାଧାନ୍ୟ ବିସ୍ତାର କରେ ଏକ ନିଆରା ଢଙ୍ଗରେ । ଧରଣୀ ବୁକୁର ସବୁଜିମା , ନଦୀ ପଠାରେ କାଶତଣ୍ଡିର ସମ୍ଭାର , ନଦୀ ପୁଷ୍କରିଣୀର କାଚକେନ୍ଦୁ ଜଳ , ଆକାଶରେ ଛେନାଛିଣ୍ଡା ଦୁଧ ପରି ବାଦଲଙ୍କ ପଟୁଆର , ପଚର ପଚର ଗାଆଁ ଦାଣ୍ଡର ଶୁଖିଲା ଶୁଖିଲା ପରିବେଶ କେମିତି ଏକ ନୂତନ ଭାବାବେଗ ଖେଳାଇ ଦିଏ ଶରତକାଳୀନ ଶୋଭା ସମ୍ପଦର ପରିପୂର୍ଣ୍ଣତାକୁ ଆଧାର କରି । କୁସୁମିତ ଜଳସ୍ଥଳର ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ମହକି ଉଠେ ଚଉଦିଗ । ଶରତ ସୁନ୍ଦରୀଙ୍କର ସୌନ୍ଦର୍ଯ୍ୟକୁ ଅଲୋକନ କରି ମୁU ହେଉଥିବା ଜନମାନସକୁ ଆଉ ଟିକିଏ ରସାଣିତ କରିବା ପାଇଁ ନାନାବିଧ ପର୍ବପର୍ବାଣୀ ଚାଲି ଆସନ୍ତି ଗୋଟିକ ପରେ ଗୋଟିଏ । ପର୍ବପର୍ବାଣୀମାନେ ନିଆରା ଢଙ୍ଗରେ ନିଜର ପତିଆରା ଜାହିର କରି ବାହୁଡ଼ି ଯାଆନ୍ତି ପୁନଶ୍ଚ ଆସନ୍ତା ବର୍ଷକୁ ଫେରିବାର ନିର୍ଭର ପ୍ରତିଶ୍ରୁତି ଦେଇ ଛ
ମାତ୍ର ଶରତ ଋତୁର ଶେଷ ଲଗ୍ନରେ ହେମନ୍ତ ଋତୁର ଅୟମାରମ୍ଭରେ ପହଞ୍ଚି ଯାଏ ସମସ୍ତଙ୍କର ଅତି ଆଦରର କୁମାରୋତ୍ସ ।

କୁମାରୋତ୍ସ କୁମାରୀମାନଙ୍କର ଏକ ସ୍ୱତନ୍ତ୍ର ପର୍ବ । ପାର୍ବଣ ଅବକାଶରେ ମହାମାୟୀ ଦେବୀ ଦୁର୍ଗାଙ୍କର ଷୋଡଶ ଦିବସୀୟ ପୂଜା ଅଥବା ନବରାତ୍ରି ପୂଜା କିମ୍ବା ମୃଣ୍ମୟୀ ଦେବୀଙ୍କର ପଞ୍ଚ ଦିବସୀୟ ପୂଜା ପରିସମାପ୍ତି ଘୋଷଣା କରି ବିଦାୟ ନେଇ ଚାଲିଯାଏ ତା ବାଟରେ । ସେତେବେଳକୁ ଆକାଶରେ ହସୁଥାଏ ରୂପା ଥାଳି ପରି ଜ୍ୟୋର୍ତିମୟ ଜହ୍ନ ଛବୁଣି ଚାଲିଥାଏ ରଜତ ଜୋଛନା । ଜହ୍ନର କିରଣ ଏତେ ସ୍‌୍ୱଚ୍ଛ ହୋଇଥାଏ ଯେ ରାତିରେ ମାଟି ଉପରେ ସୋରିଷ ବୁଣି ଦେଇ ଗୋଟି ଗୋଟି ଖୁଣ୍ଟି ଆଣିବାର ଶକ୍ତି ଭରି ଦେଇଥାଏ ଚକ୍ଷୁ ଯୁଗଳରେ ଛନୀଳ ଆକାଶର ନୀଳିମା ଭିତରେ ଜହ୍ନ ବେଳେବେଳେ ବୋହୁଚୋରୀ ଖେଳୁଥାଏ ଦୁଧ ଛିଣ୍ଡା ବାଦଲମାନଙ୍କ ସହ । ପୁଣି କେତେବେଳେ ଉଙ୍କି ମାରୁଥାଏ ବାଦଲ ଫାଙ୍କରୁ । ନିର୍ମଳ ଆକାଶରେ ତାରାମାନେ ଦିଶୁଥାନ୍ତି ବେଶ ଜାଜୁଲ୍ୟମାନ । ସରସୀର କାଚକେନ୍ଦୁ ଜଳରେ ଫୁଟିଥାନ୍ତି କୁମୁଦ , କମଳ । ସନ୍ଧ୍ର୍ୟାକାଳୀନ ମନୋରମ ପରିବେଶରେ ବେଶ ମତୁଆଲା ହୋଇଉଠେ କୁମୁଦିନୀ । ସରସୀର ଢଳଢଳ ଜଳରାଶି ମଧ୍ୟରେ ଚାତକିନୀ ପରି ଚାହିଁ ରହିଥାଏ ତା’ର ପ୍ରାଣପ୍ରିୟ ନିଶାକରଙ୍କୁ । ସତରେ …… କେତେ ନୈସର୍ଗିକ ଅପ୍ରାକୃତ ଭଲପାଇବା ଥାଏ ଏମାନଙ୍କ ମଧ୍ୟରେ । ଜଣେ ମର୍ତ୍ତ୍ୟରେ ତ ଆଉ ଜଣେ ସ୍ୱର୍ଗରେ । ଜଣେ ଚାହିଁ ରହିଛି ଦୀର୍ଘ ସମୟ ପ୍ରତୀକ୍ଷା ନେଇ ଆଉଜଣଙ୍କୁ । ଏହି ନିଷ୍କପଟ ଭଲ ପାଇବା ପାଖରେ ହାରିଯାଏ ଦେହ ସର୍ବସ୍‌୍ୱ ପ୍ରେମ ।
ଏହି ନିଃସ୍‌୍ୱାର୍ଥପର ପ୍ରେମରେ କି ଯାଦୁ ଅଛି କେଜାଣି ଅତି ସହଜରେ ବାରି ହୋଇପଡେ ସ୍ୱର୍ଗୀୟ ପ୍ରେମର ପରିଭାଷା । ସେଥିପାଇଁ ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ
ଯେତେ ଦୂରେ ଥିଲେ ଯିଏ ଯାହାର ତାହାର । ଅପେକ୍ଷାରତ କୁମୁଦିନୀ ର ପ୍ରତୀକ୍ଷାକୁ ବିଳମ୍ବିତ ନ କରି ଉଇଁ ଆସେ ଶରତ ଚନ୍ଦ୍ର । ଫିକ କରି ହସି ଦିଏ କଇଁ । ଅତି ଆବେଗ ଓ ସରାଗରେ ମେଲି ହୋଇଯାଏ ତା’ର ପାଖୁଡାମାନ । ରାତିସାରା ଏକାନ୍ତରେ ଟୁପଟାପ ହୁଅନ୍ତି ଜହ୍ନ ଆଉ ନିରୀମାଖୀ କଇଁ ଛ ବାଃ …. ସ୍ରଷ୍ଟାଙ୍କର ସୃଷ୍ଟିରେ ଏ ଅପୂର୍ବ ମିଳନର ପଟ୍ଟାନ୍ତର ନାହିଁ ।

ବର୍ଷଯାକ ଅନେକ ପୁନେଇଁ ଆସେ ସତ ମାତ୍ର କୁଆଁର ପୁନେଇଁର
ଜହ୍ନ ପରି ଜହ୍ନ କେବେ ଦୃଶ୍ୟମାନ ହୁଏ ନାହିଁ । ଏହି ପୁନେଇଁର ଜହ୍ନ ସ୍‌୍ୱତନ୍ତ୍ର । ନିଆରା ତା’ର ପରିଚୟ । ଏହି ଜହ୍ନ ରାତିରେ ଗାଆଁ ଗହଳିରେ ଚଳଚଞ୍ଚଳ ହୋଇଉଠେ ସନ୍ଧ୍ୟା ବେଳ । ବର୍ଷାକାଳୀନ ସମୟରେ ସଞ୍ଜ ପହରରୁ ଘର ମଧ୍ୟରେ ଅବସ୍ଥାନ କରିବାର ବାଧ୍ୟବାଧକତାରୁ ଏ ଜହ୍ନ ରାତି ସମସ୍ତଙ୍କୁ ଟାଣି ଆଣେ ପଦାକୁ ।
ଜହ୍ନ ରାତିକୁ ଉପଭୋଗ କରିବାର ଦୁର୍ବାର ଇଚ୍ଛା ସମସ୍ତଙ୍କ ଭିତରେ ପ୍ରାବଲ୍ୟ ଜାହିର କରେ । କେଉଁଠି ଗାଆଁ ଦାଣ୍ଡରେ ତାସ ଖେଳର ଆସର ଜମି ଯାଏ ତ କେଉଁଠି ଗପସପର
ମାହାଲ ରୋଚକ ପ୍ରଦାୟକ ହୋଇଥାଏ । ଦାଣ୍ଡ ପିଣ୍ଡାରେ ସପ ପକାଇ ନାତିନାତୁଣୀମାନଙ୍କୁ ଧରି ବୁଢ଼ୀ ମାଆ ଗପର ପେଡି ଖୋଲିଦିଏ ତ ଆଉ କେଉଁଠି ଅଝଟ ପିଲାଙ୍କୁ ବୋଧ କରିବାକୁ ଯାଇ ମାଆ କଣ୍ଠରୁ ସ୍‌୍ୱତଃ ନିନାଦିତ ହୁଏ ଆ ଜହ୍ନ ମାମୁଁ ଶରଦ ଶଶୀର ମୂର୍ଚ୍ଛନା । ଜହ୍ନ ଆଲୁଅରେ ଜହ୍ନି ଫୁଲର କୋଠି କରି କୁମାରୀମାନେ ଗାଇ ଉଠନ୍ତି କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ …. । ସତରେ କୁଆଁରୀର ଛନ୍ନଛନ୍ନ ମନକୁ ଏ ଗୀତ ଢେର ଭାବପ୍ରବଣ କରିପକାଏ । ଠାଏ ଠାଏ କୁମାରୀଏ ଜହ୍ନ ଆଲୁଅରେ ବୋହୁଚୋରୀ ଖେଳରେ ମାତି ଯାଆନ୍ତି ତ ଆଉ କେଉଁଠି ଜହ୍ନି ଓଷାର ଉପସ୍ଥିତି ଜଣାଇ କୁମାରୀ କଣ୍ଠରୁ ସମ୍ମିଳିତ ସ୍‌୍ୱରରୁ ଭାସି ଆସେ
କହନ୍ତି ମିତଣି ଶୁଣ ତୁଳୁସା …. ।
ସତରେ….. କୁମାରୀମାନଙ୍କ ପାଇଁ ଏ ପୁନେଇଁ ଏକ ସ୍ୱତନ୍ତ୍ର ସ୍ୱାକ୍ଷର ବହନ କରେ । କୁମାର ପୂର୍ଣ୍ଣିମା ହେଉଛି କୁମାର କାର୍ତ୍ତିକେୟଙ୍କର ଜନ୍ମତିଥି ।
ଦେବତାମାନଙ୍କର ସେନାପତି କୁମାର କାର୍ତ୍ତିକେୟଙ୍କ ପରି ଜଣେ ଶଯ୍ୟ ,ବୀର୍ଯ୍ୟ ,ସୌନ୍ଦର୍ଯ୍ୟ ତଥା ଗାରିମାମୟ ପୁରୁଷଙ୍କୁ ବର ରୂପେ ପ୍ରାପ୍ତ କରିବା ଆଶାରେ କୁମାରୀମାନେ ଏହି ଉତ୍ସବକୁ ନିଷ୍ଠାର ସହ ପାଳନ କରିବାର ବିଧି ଓ ପରମ୍ପରା ରହିଆସିଛି । ଜହ୍ନର ଜୋଛନା , ବଉଳବେଣୀର ମୂର୍ଚ୍ଛନା ଭିତରେ କୁମାରୀମାନଙ୍କ ଖେଳ କୌତୂକ ଓ ମନୋଭାବର ଆଦାନପ୍ରଦାନ ଭିତରେ ଫୁଟି ଉଠୁଥାଏ ତାରୁଣ୍ୟର ଉନ୍ମାଦନା ସହ ଆଗାମୀ ସାଂସାରିକ ଜୀବନର ଏକ ପ୍ରାକପ୍ରସ୍ତୁତି । ପରସ୍ପର ମଧ୍ୟରେ ଥଟ୍ଟା ପରିହାସର ଝଲକ ମଧ୍ୟରୁ ବେଶ ବାରିହୋଇ ପଡୁଥାଏ ସେମାନଙ୍କ ଅନ୍ତର୍ମନର କିଛି ଗୋପନ କଥା । ହର୍ଷ ଉଲ୍ଲାସ ମଧ୍ୟରେ କୁମାରୀଟିଏ କୁମାରୋତ୍ସ ପାଳନ କରେ ସତ କି;ୁ ମନ ମଧ୍ୟରେ ଏକ ଦୁଃଖ ରହିଯାଏ ଯେ ଏସନ ଯଦି ସେ ବିଭା ହୋଇଯାଏ ତେବେ ଏହି କୁମାରୋତ୍ସ ହେବ ତା କୁଆଁରୀ ଜୀବନର ଶେଷ ଉତ୍ସବ । କିଏ ଜାଣେ ଶାଶୁ ଘରକୁ ଚାଲିଯିବା ପରେ ଆଉ କେବେ ନିଜ ବାନ୍ଧବୀମାନଙ୍କ ସହ ଭବିଷ୍ୟତରେ କେବେ ଭେଟ ହେବ ? ତେଣୁ ଅନେକ ସଂଗୋପନ କଥା ଏକାନ୍ତରେ ଅନ୍ତରର ପ୍ରିୟ ବାନ୍ଧବୀମାନଙ୍କ ଆଗରେ ପରିପ୍ରକାଶ କରିବାର କୁଣ୍ଠାବୋଧ ନ ଥାଏ କୁମାରୀମାନଙ୍କ ମନରେ । ସେଥିପାଇଁ ତ ଅନେକ ବ୍ୟଥା ବେଦନା ମଧ୍ୟରୁ ବି ଉକୁଟି ଉଠୁଥାଏ ବେଶ ମନଖୋଲା
ଉଛୁଳା ହସ ।

ଅବଶ୍ୟ ଆଜିର ଏହି ଅତ୍ୟାଧୁନିକ ଯୁଗରେ ଜହ୍ନର ଜ୍ୟୋତ୍ସ୍ନା ସେମିତି ଆକର୍ଷଣ କରିପାରୁନି କୁମାରୀମାନଙ୍କୁ । ଯୁଗର ଚଳଣି ଅନୁସାରେ ବଦଳି ଯାଇଛି ଜୀବନଚର୍ଯ୍ୟା । ଆଉ ପ୍ରାୟ ଶୁଭୁନାହିଁ ବଉଳବେଣୀ ସଙ୍ଗୀତର ସମ୍ମିଳିତ ମୂର୍ଚ୍ଛନା । କାଁ ଭାଁ ଜହ୍ନି ଓଷାରେ ସାମୟିକ ଏକତ୍ରିତ ହେବା ଛଡା ସେମିତି କିଛି ବିଶେଷ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନି ଏହି ସମୟରେ ଛନିଜକୁ ନୂଆ ବେଶ ପରିପାଟିରେ ସଜାଇ ଦେଇ କୁଆଁର ପୁନେଇଁ ନାଆଁରେ ନାମକୁ ମାତ୍ର କୁମାରୋତ୍ସ ପାଳନ କେବଳ ବିଧି ରକ୍ଷା ପାଇଁ କରାଯାଉଛି । ତଥାପି ବି କୁଆଁରୀ ମନର ଛନ୍ନଛନ୍ନ ଭାବକୁ ପ୍ରତିଫଳନ କରିବା ପାଇଁ କୁଆଁର ପୁନେଇଁ ଆସୁଛି ଓ ଆସୁଥିବ ଚିରାଚରିତ ଢଙ୍ଗରେ ।

କୁମାରୋତ୍ସର ଅନ୍ୟତମ ଆକର୍ଷଣ ଗଜଲକ୍ଷ୍ମୀ ପୂଜା । ଶାରଦୀୟ ଦୁର୍ଗା ପୂଜା ବିଦାୟ ନେବାର ଦୁଃଖକୁ ବିମୋଚନ କରି ଭକ୍ତ ମନରେ ଟିକିଏ ଖୁସି ଓ ଆନନ୍ଦ ଭରି ଦେବା ପାଇଁ ଶତଦଳ ପରେ ପାଦ ଥାପି ଥାପି ଧରାବତରଣ କରନ୍ତି ଜଗତଜନନୀ ଅନ୍ନପ୍ରଦାୟିନୀ ଅମୃତଧାରିଣୀ ବିଷ୍ଣୁପାଟରାଣୀ ବୈକୁଣ୍ଠବିଳାସିନୀ ବରୁଣନନ୍ଦିନୀ ଦେବୀ କମଳିନୀ । ଭାଇର ଏତେ ବଡ଼ ପାର୍ବଣ ମହୋତ୍ସବରେ ଭାଗ ନେବାପାଇଁ କେଉଁ ଭଉଣୀ ଅବା ନିମନ୍ତ୍ରଣକୁ ଅପେକ୍ଷା ରଖିପାରେ ?
ଭାଇ ଚନ୍ଦ୍ରମାର ଏହି ଶରତକାଳୀନ ଉତ୍ସବରେ ନିଜକୁ ସାମିଲ କରିବା ପାଇଁ ବିଶ୍ୱବନ୍ଦନୀୟା ମାତା ଗଜଲକ୍ଷ୍ମୀଙ୍କ ଯୋଗଦାନ ସତରେ ଭାଇଭଉଣୀର ଏକ ନିଆରା ଅତୁଟ ବନ୍ଧନର ପରିଚୟ ପ୍ରଦାନ କରେ । ମାଆଙ୍କର ଆର୍ବିଭାବରେ ଚଳଚଞ୍ଚଳ ହୋଇଉଠେ ପଲ୍ଲୀ ଠାରୁ ନଗର ପର୍ଯ୍ୟନ୍ତ । ଏକ ପୂତ ପବିତ୍ର ବାତାବରଣ ମଧ୍ୟରେ ସର୍ବତ୍ର ଖେଳିଯାଏ ଭକ୍ତିଭାବ ଧାରାର ପ୍ରାବଲ୍ୟ । ମାଆଙ୍କର ଚରଣ ବନ୍ଦନା କରିବା ପାଇଁ ତତ୍ପର ହୋଇଉଠନ୍ତି ମର୍ତ୍ତ୍ୟବାସୀ । ମାଆଙ୍କର କରୁଣା କଟାକ୍ଷରେ ଧନ ଜନ ଗୋପ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଦେବୀଙ୍କର କୃପାରେ ପରିପୂର୍ଣ୍ଣ ହୋଇଯାଏ ଭକ୍ତର ଭଣ୍ଡାର । ମାଆଙ୍କ ପାଇଁ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରାଯାଇ ବେଶ ଜାକଜମକରେ ପୂଜା ମଣ୍ଡପକୁ ସୁଶୋଭିତ କରି ଆରାଧନା କରାଯାଏ । ଭାସିଆସେ ମନ୍ତ୍ରପାଠର ମଙ୍ଗଳ ମଞ୍ଜୁଳ ଧ୍ୱନି ଛଶୁଭୁଥାଏ ନହବତ । ମନୋରଞ୍ଜନର ଖୋରାକ ଯୋଗାଇ ଯାତ୍ରା , ସିନେମା , ସଙ୍ଗୀତ , ସଂକୀର୍ତ୍ତନ , ପାଲା , ଦାସକାଠିର ଆସର ଢେର ଆନନ୍ଦ ଭରିଦିଏ ପ୍ରତିଟି ପ୍ରାଣରେ ।

କୁମାରୋତ୍ସ ଆସେ ଆଉ ଚାଲିଯାଏ ସତ ମାତ୍ର ସମସ୍ତଙ୍କୁ ଏକ ନବ ଉନ୍ମାଦନାରେ ଆହ୍ଲାଦିତ କରିଦେଇ ଯାଏ । ବର୍ଷାକାଳୀନ ପରିବେଶରୁ ବାହାରକୁ ଆଣି ସମସ୍ତଙ୍କ ମନରେ ନୂତନ ପୁଲକ ସଞ୍ଚାର କରିଦେଇ ଚଳଚଞ୍ଚଳ କରିଦେଇ ଯାଏ ସମସ୍ତଙ୍କୁ । ଛାଡ଼ିଦେଇ ଚାଲିଯାଏ ସ୍ମୃତିର ଛାପ ଛସେହି ସ୍ମୃତି ମହମହ ବାସୁଥାଏ ଏକ ନୂତନ ମହକ ନେଇ । ବସନ୍ତକାଳୀନ ସୁଷମା ପରି ଶରତକାଳୀନ ପ୍ରକୃତିର ସୁଷମା ଏକ ନିଆରା ବିଶେଷତ୍ୱ ଜାହିର କରିଥାଏ । ମୁଖ୍ୟତଃ ଶରତ କାଳୀନ ଆଶ୍‌ିନ ଆକାଶର ରୂପା ଜହ୍ନ ପ୍ରକୃତି ଓ ପରିବେଶକୁ ସବୁକାଳେ ମନ୍ତ୍ରମୁU କରି ରଖିଥାଏ ଗୁଣବତ୍ତାରେ । କୁମାରୋତ୍ସ ଥିବ …. .. କୁମାରୋତ୍ସ ଆସୁଥିବ….ଆଉ କୁମାରୀମାନଙ୍କ କଣ୍ଠରୁ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଶୁଭୁଥିବ ଏଥିରେ ଦିମତ ହେବାର ନାହିଁ ନିଶ୍ଚୟ ।

ନିରଞ୍ଜନ ସାହୁ
ନିହଲ ପ୍ରସାଦ ,ଗଁଦିଆ ପାଟଣା
ଢେଙ୍କାନାଳ୭
ମୋ: ୯୯୩୮୭୪୧୫୮୩

Comments are closed.