ଜଗନ୍ନାଥଙ୍କ ଭିତର ବେଢାର ଦୃଶ୍ୟ ଖୁବ ମନୋରମ ହୋଇଥାଏ । ଏଠାରେ ପ୍ରତ୍ୟେକଦିନ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ସମସ୍ତେ ମହାପ୍ରଭୁଙ୍କ ସହିତ ଏହି ମନ୍ଦିର ଗୁ଼ଡିକର ମଧ୍ୟ ଦର୍ଶନ କରିଥାଆନ୍ତି ।
ବେଢାକାଳୀଙ୍କ ମନ୍ଦିର
ଏହି ମନ୍ଦିରରେ ଥିବା ବେଢାକାଳୀ ଠାକୁରାଣୀର ସେବକମାନେ ଦୈନିକ ନୀତି କରିଥାଆନ୍ତି । ଏଥିପାଇଁ ସେବା ବେଢ ନିର୍ଦ୍ଧିଷ୍ଟ ହୋଇଅଛି ।
ନୀଳମାଧବ ମନ୍ଦିର
ଏହି ମନ୍ଦିରରେ ଥିବା ନୀଳମାଧବ ଠାକୁରଙ୍କୁ ଦଇତା ପତି ନିଯୋଗ ସେବା କରନ୍ତି । ଦୈନିକ ନୀତି ସକାଶେ କୋଠରୁ ଖଞ୍ଜା ଅଛି, ଯଥା ବଲ୍ଲଭ ଏକ ଓଳି, କୋରା ଏକ ଗୋଟା, ସାନ କାକରା ଦୁଇଟା ।
ଦେବୀଙ୍କ ମନ୍ଦିର
ଭିତର ବେଢାରେ ଶ୍ରୀଭୁବନେଶ୍ବରୀ, ସରସ୍ବତୀ, ଷଷ୍ଠୀ, ସାବିତ୍ରୀ ଓ ଗାୟତ୍ରୀ ଦେବୀଙ୍କ ମନ୍ଦିର ରହିଛି । ସମସ୍ତ ଦେବୀମାନଙ୍କର ନିର୍ଦ୍ଧିଷ୍ଠ ପୂଜା ହୋଇଥାଏ ।
ଚୋରା ଗୋପୀନାଥଙ୍କ ମନ୍ଦିର
ଏହି ଠାକୁରଙ୍କ ଭୋଗ ନିମିତ୍ତ ଦୈନିକ କୋଠରୁ ଖଞ୍ଜା କୋରା ତିନୋଟି, ବଲ୍ଲଭ ଏକ ଓଳି ଓ କାକରା ।
ଗୋପୀନାଥ ଠାକୁର
ଏହି ଠାକୁରଙ୍କ ଦୈନିକ ଖର୍ଚ୍ଚ ସୁକିନ୍ଦା ରାଜା ବହନ କରନ୍ତି, ଏବେ କିନ୍ତୁ ଏହା ନାହିଁ । କୋଠରୁ ଦୈନିକ ଖଞ୍ଜା ବଲ୍ଲଭ ଓଳିଏ, କୋରା, କାକରା ଓ ମୋହନ ଭୋଗ ରହିଛି ।
କାଞ୍ଚି ଗଣେଶ ମନ୍ଦିର
ଏଥିପାଇଁ କୋଠରୁ ଦୈନିକ ଖଞ୍ଜା କୋରା ଦୁଇଟି କାକରା ତିନୋଟି ରହିଛି । ଗଣେଶ ପୂଜାରେ ବୋଇରାଣୀ ଶାଢି ଏକଖଣ୍ଡ ପ୍ରଦାନ କରାଯାଇଥାଏ ।
ସାକ୍ଷୀଗୋପାଳ ମନ୍ଦିର
କୋଠରୁ ଦୈନିକ ଖଞ୍ଜା ବଲ୍ଲଭ, ଛୋଟ କାକେରା ରହିଛି । ଶ୍ରୀକୃଷ୍ଣ ଜନ୍ମ ଓ ଶ୍ରୀରାଧା ଜନ୍ମ ଦିନରେ କୋଠରୁ ବୋଇରାଣୀ ଶାଢି ଦିଆଯାଇଥାଏ । ଏହାସହ ଅନ୍ୟାନ ପର୍ବରେ ବିଶେଷ ନୀତି ସମ୍ପାଦନ କରାଯାଇଥାଏ ।
ମଣ୍ଡଣି ଘର
ଏହି ଘରେ ଭୂପେଶ୍ବର ମହାଦେବ, ନନ୍ଦ, ଯଶୋଦା, ବସୁଦେବ, ଦେବକୀ, ଦାମ, ସୁଦାନ,ରାମ, ବଳରାମ, ଗୋପାଳ ମୃସିଂହ, ରାମଚନ୍ଦ୍ର ଦାହୀ ବଛା ଓ ଅନବସର ତାଟ ମହାପ୍ରଭୁ ପୂଜା ପାଆନ୍ତି ।
ବେଣୁମାଧବ ମନ୍ଦିର
ଏହି ମନ୍ଦିରରେ ଥିବା ବେଣୁ ମାଧବ ବିଗ୍ରହଙ୍କୁ ନିର୍ଦ୍ଦିଷ୍ଟ ସେବକ ଦୈନିକ ପୂଜା କରନ୍ତି । ଏଥିପାଇଁ ଦୈନିକ ବଲ୍ଲଭ ଏକ ଓଳି, କୋରା ଦୁଇଟି, ଛୋଟ କାକରାର ବ୍ୟବସ୍ଥା ରହିଛି । ରାଧାଜନ୍ମ ଓ କୃଷ୍ଣଜନ୍ମରେ କୋଠରୁ ଖଣ୍ଡିଏ କରି ଖଣ୍ଡୁଆ ଯୋଗାହୁଏ ।
ଉପରୋକ୍ତ ତଥ୍ୟ ପରମାନନ୍ଦ ତ୍ରିପାଠୀଙ୍କ ଲିଖିତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ପୁସ୍ତକରୁ ଆନିତ ।
