ନିକଟରେ ଘୋଷିତ ହୋଇଥିବା ଓସ୍କାର ପୁରସ୍କାରେ ୱିଲ୍ ସ୍ମିଥଙ୍କର ପତ୍ନୀଙ୍କୁ ନେଇ ହୋଷ୍ଟ ଏକ ମଜାକ କରିଥିଲେ । ଯେଉଁ କାରଣରୁ ୱିଲ୍ ସ୍ମିଥ ହୋଷ୍ଟଙ୍କୁ ଚାପୁଡା ମଧ୍ୟ ମାରିଥିବାର ଚର୍ଚ୍ଚା ହେଉଛି । ତେବେ ୱିଲ୍ ସ୍ମିଥଙ୍କର ପତ୍ନୀ ଜଦା ପିଙ୍କକେଟ୍ ‘ଆଲୋପେସିଆ’ ନାମକ ଏକ ବିରଳ ରୋଗରେ ପୀଡିତ ।
ଆଲୋପେସିଆ ରୋଗରେ ରୋଗୀଙ୍କର ମନକୁ ମନ ଚୁଟି ଝଡିଥାଏ । ତେବେ ଏହି ରୋଗଟି ବ୍ୟକ୍ତି ବିଶେଷରେ ଭିନ୍ନ ଲକ୍ଷଣ ଦେଖାଇଥାଏ । କେତେକଙ୍କ କ୍ଷେତ୍ରରେ କେବଳ ଚୁଟି ଝଡିଥାଏ । ସେହିଭଳି କେତେକଙ୍କ କ୍ଷେତ୍ରରେ ମୁଣ୍ଡରେ ଜାଗା ଜାଗା ଚୁଟି ଝଡିଥାଏ । ଅନ୍ୟ କେତେକଙ୍କ କ୍ଷେତ୍ରରେ ସମୂର୍ଣ୍ଣ ଚୁଟି ଝଡିଯାଇଥାଏ । ଏହି ରୋଗ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ ।
ସେହିଭଳି ଏହି ରୋଗଟି ପ୍ରାୟ ୩୦ ବର୍ଷ ପୂର୍ବରୁ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ସେହିଭଳି କେତେକଙ୍କ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇଥାଏ । ତେବେ ଜଣେ ବ୍ୟକ୍ତି ହଠାତ୍ ଯଦି ଅଧିକା ପରିମାଣରେ ଚୁଟି ଝଡିବାର ଲକ୍ଷ କରନ୍ତି ତେବେ ଏହା ଆଲୋପେସିଆ ହୋଇପାରେ । ଏହି ରୋଗର ଲକ୍ଷଣ ଖୁବ୍ କମଦିନରେ ଜଣା ପଡିଥାଏ । ସେହିଭଳି କେତେକ କ୍ଷେତ୍ରେ ଏହା ଖୁବ ଶୀଘ୍ର ଭଲ ହେବାର ମଧ୍ୟ ଦେଖାଯାଇଛି ।
ତେବେ ଏହି ରୋଗ ହେଲେ ଯେ କେବଳ ମୁଣ୍ଡରୁ ଚୁଟି ଝଡିବ ତାହା ନୁହେଁ, ବ୍ୟକ୍ତିଙ୍କ ଆଖିପତା, ନିଶ,ଦାଢିରୁ ମଧ୍ୟ ଚୁଟି ଖସିଥାଏ । କେତେକ ଲୋକ ରୋଗ ଭଲ ହେବା ପରେ ନିଜ ଚୁଟି ଫେରିପାଇଥାଆନ୍ତି । ତେବେ ଯଦି ଏଭଳି କିଛି ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ କରନ୍ତୁ । ଏହାର ଉପଶମ ହୋଇପାରିବ ।

Comments are closed.