ଇଟାଲିର ଦକ୍ଷିଣ ଭାଗରେ ରହିଛି ସହର ପ୍ରେରିସ୍କି, ଯାହା ବର୍ତ୍ତମାନ ନିଜର ନୂଆ ସ୍କିମ ପାଇଁ ଚର୍ଚ୍ଚାରେ ରହିଛି । ସହରର ପ୍ରଶାସନ ବର୍ତ୍ତମାନ ଔପଚାରିକ ଭାବେ ଲୋକଙ୍କୁ ୨୫ ଲକ୍ଷ ପ୍ରଦାନ କରୁଛି । ତେବେ ଏହି ଅର୍ଥ ସହରରେ ଘର କିଣି ରହିବା ପାଇଁ ଦିଆଯାଉଛି । ତେବେ ଏହି ସହରର ଅନେକ ଘରକୁ ସେମାନଙ୍କର ପ୍ରକୃତ ମାଲିକ ଛାଡି ଚାଲିଯାଇଛନ୍ତି ।
ତେବେ ଏହା ପଛର କାରଣ ଜଣା ପଡିନାହିଁ । ତେଣୁ ଆଉ ଥରେ ସେହି ସହରକୁ ଜନ ବହୂଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିକ୍ରି ହେଉଥିବା ସ୍ଥାନ ବେଶ ସୁନ୍ଦର ହୋଇଥିବାବେଳେ ସମୁଦ୍ର କୂଳେ ରହିଛି । ଖୁବଶିଘ୍ର ଲୋକମାନେ ଏହି ସ୍ଥାନରେ ଥିବା ଘରକୁ କିଣିବାକୁ ମନ ବଳାଇବେ ବୋଲି ସ୍ଥାନୀୟ ପ୍ରଶାସନ ଆଶା ରଖିଛି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ତେଣୁ ଖବରଟି ଲୋକଙ୍କ ପାଖରେ ପହଞ୍ଚିବାରେ କୌଣସି ଅସୁବିଧା ନାହିଁ ।

Comments are closed.