୧୩୦ ବର୍ଷ ପରେ ସ୍ୱଦେଶ ଫେରିବ କଳାକୃତି

ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ତାଙ୍କର ଚାରି ବର୍ଷର ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି । ୨୦୧୭ରେ ମାକୋ୍ରନ୍‌ ଆଫ୍ରିକୀୟ ଦେଶ ଗସ୍ତ ସମୟରେ ୧୩୦ ବର୍ଷ ପୁରୁଣା କଳାକୃତି ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହିପରିପ୍ରେକ୍ଷୀରେ ଆଇନରେ ଆବଶ୍ୟକୀୟ ସଂଶୋଧନ କରି କଳାକୃତି ଫେରସ୍ତ ପାଇଁ ଫ୍ରାନ୍‌ସ ସରକାର ରାସ୍ତା ସଫା କରିଦେଇଛନ୍ତି । ପଶ୍ଚିମ ଆଫ୍ରିକୀୟ ଦେଶ ବେନିନକୁ ଏହି ସ୍ୱତନ୍ତ୍ର ଏବଂ ମୂଲ୍ୟବାନ କଳାକୃତିକୁ ଫେରାଇବା ପୂର୍ବରୁ ଏହାର ପ୍ୟାରିସରେ ପ୍ରଦର୍ଶିତ କରାଯାଇଛି ।

 ୧୩୦ ବର୍ଷ ପରେ ସ୍ୱଦେଶ ଫେରିବ କଳାକୃତି
ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌

ତେବେ ଆସନ୍ତୁ ଜାଣିବା ଫ୍ରାନ୍‌ସ ଏହି କଳାକୃତିଗୁଡ଼ିକୁ କେବେ ଲୁଣ୍ଠନ କଲା ଏବଂ ଏହି ୨୬ଟି କଳାକୃତିର କ’ଣ ବିଶେଷତ୍ୱ ରହିଛି । ୧୭ ତମ ଶତାବ୍ଦୀରେ ଆଫ୍ରିକାରେ ‘ଡାହୋମେ ସାମ୍ରାଜ୍ୟ’ ପ୍ରତିଷ୍ଠା ହୋଇଥିଲା । ଅଷ୍ଟାଦଶ ଏବଂ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ପ୍ରଭାବଶାଳୀ ସାମ୍ରାଜ୍ୟ ହୋଇ ରହିଥିଲା । ୧୮୯୦ରେ ଡାହୋମେ ସାମ୍ରାଜ୍ୟର ଦାୟିତ୍ୱ ବେହଞ୍ଜିନଙ୍କ ହାତରେ ଥିଲା । ସେହିସମୟରେ ହିଁ ଫ୍ରାନ୍‌ସ ଏହି ଦେଶ ଉପରେ ଆକ୍ରମଣ କରିଥିଲା । ଚାରି ବର୍ଷ ପର୍ଯ୍ୟନ୍ତ ବେହଞ୍ଜିନ ଏହାର ପ୍ରତିରୋଧ କରିଥିଲେ ମଧ୍ୟ ଶେଷରେ ଫ୍ରାନ୍‌ସ ଯୁଦ୍ଧରେ ବିଜୟୀ ହୋଇଥିଲା ଏବଂ ବେହଞ୍ଜିନ ତାଙ୍କ ପରିବାର ସହିତ ଦେଶ ଛାଡି ପଳାୟନ କଲେ ।

 ୧୩୦ ବର୍ଷ ପରେ ସ୍ୱଦେଶ ଫେରିବ କଳାକୃତି

୧୮୯୨ ମସିହାରେ ଫରାସୀ ସୈନ୍ୟମାନେ ବେନିନ ଉପରେ କବଜା କଲେ । ସେହି ସମୟ ମଧ୍ୟରେ ସେନାମାନେ ଅବୋମେୟ ସହରର ପ୍ରାସାଦରୁ ଅନେକ କଳାକୃତି ଲୁଟ୍‌ କରିଥିଲେ ଏବଂ ଏଗୁଡ଼ିକୁ ଫ୍ରାନ୍‌ସକୁ ପଠାଦିଆଯାଇଥିଲା । ୨୦୦୬ରେ ଫ୍ରାନ୍‌ସର ଏକ ପ୍ରଦର୍ଶନୀରେ ଏହି କଳାକୃତିକୁ ପ୍ରଥମ ଥର ପାଇଁ ସାର୍ବଜନୀନ କରାଯାଇଥିଲା । ହେଲେ ୨୦୧୬ରେ ବେନିନ୍‌ ସରକାର ଫ୍ରାନ୍ସକୁ ଏକ ଚିଠି ଲେଖି ଏହି କଳାକୃତିଗୁଡ଼ିକୁ ଫେରାଇବାକୁ କହିଥିଲେ । ସେପର୍ଯ୍ୟନ୍ତ, ଫ୍ରାନ୍ସରେ ରଖାଯାଇଥିବା ସାଂସ୍କୃତିକ ଜିନିଷଗୁଡ଼ିକ ସରକାରୀ ସମ୍ପତ୍ତି ଥିଲା, ଯାହାକୁ କାହାକୁ ଦିଆଯାଇପାରିବ ନାହିଁ ।

 ୧୩୦ ବର୍ଷ ପରେ ସ୍ୱଦେଶ ଫେରିବ କଳାକୃତି

ହେଲେ ୨୦୧୭ରେ ଫ୍ରାନ୍ସର ରାଷ୍ଟ୍ରପତି ବେନିନ୍‌ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ୨୦୨୦ରେ ଏହାକୁ ଫେରାଇବା ପାଇଁ ଅନୁମତି ଦେଇ ଏକ ଆଇନ ପାରିତ କରିଥିଲେ । ତେବେ ଏହି ୨୬ଟି କଳାକୃତି ମଧ୍ୟରେ କିଛି ରାଜକୀୟ ମୂର୍ତ୍ତି ସାମିଲ ରହିଛି । ଏହା ବ୍ୟତୀତ ରାଜଦଣ୍ଡ, ବେଦିକା ଏବଂ ଏକ ସ୍ୱତନ୍ତ୍ର ରାଜକୀୟ ସିଂହାସନ ମଧ୍ୟ ଅନ୍ତର୍ଭୁକ୍ତ `

 ୧୩୦ ବର୍ଷ ପରେ ସ୍ୱଦେଶ ଫେରିବ କଳାକୃତି

ଖବର ଅନୁଯାୟୀ ଫ୍ରାନ୍ସରୁ କଳାକୃତି ପାଇବା ପରେ ସେଗୁଡିକ ବେନିନ୍‌ ସ୍ଥିତ ରାଜ୍ୟପାଳଙ୍କ ଘରେ ପ୍ରଦର୍ଶିତ କରାଯିବ । ପରେ ଏହି ପ୍ରତିମାଗୁଡ଼ିକୁ ଅବାମେୟ ସହରକୁ ନିଆଯିବ, ଯେଉଁଠାରେ ଏକ ନୂତନ ସଂଗ୍ରହାଳୟ ର୍ନିମାଣ ହେବ ।

Launching Ceremony of “AYUSHMAN BHARAT

Comments are closed.