ଦିଲ୍ଲୀ: ଚଳିତ ବର୍ଷ କମନ୍େୱଲ୍ଥ ଖେଳରେ ଏକ ନିଶ୍ଚିନ୍ତ ପଦକର ଆଶା ମଉଳିଛି । ଭାରତ ଜାଭ୍ଲିନ୍ ଷ୍ଟାର ନୀରଜ ଚୋପ୍ରା ଏଥର କମନ୍େୱଲ୍ଥ ଖେଳରେ ଭାଗ ନେଇପାରିବେ ନାହିଁ । ଶାରୀରିକ ଅସୁସ୍ଥତା କାରଣରୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍େୱଲ୍ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୀରଜ ଶତ ପ୍ରତିଶତ ସୁସ୍ଥ ନଥିବାରୁ ସେ ଖେଳରେ ଖେଳିବେ ନାହିଁ । ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେ ବିଶ୍ୱ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ ।
ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍ ଚାଲିଥିବା ବିଶ୍ୱ ଜାଭ୍ନିଲ୍ ଚାମ୍ପିୟନ୍ସିପ୍ରେ ଆୟୋଜିତ ପୁରୁଷ ଜାଭ୍ଲିନ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ । ନୀରଜ ୮୮.୧୩ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଲେ ।
Comments are closed.