ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା I ଦେଶରେ କରୋନା ସଂକ୍ରମଣ ୧୧ହଜାର ଟପିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ଘଟ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୮ ଜଣ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି ପାଇଛି।
ଅନ୍ୟପଟେ କରୋନା ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତକ ଜଣକ ସୁବର୍ଣ୍ଣପୁର ଅଂଚଳର ହୋଇଥିବାବେଳେ ତାଙ୍କର ବୟସ ୭୦ ହୋଇଥିବା ସୂଚନା । ଏହାବାଦ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ସେହିପରି ରାଜ୍ୟରେ ସମୁଦାୟ ସଂକ୍ରାମିତଙ୍କ ମଧ୍ୟରୁ ୯୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୫ଶହ ୫କୁ ବୃଦ୍ଧି ହୋଇଛି ।
ଅପରପକ୍ଷରେ ଗତ ଦୁଇ ଦିନ ପୂର୍ବରୁ ଏସ୍ସିବି ମେଡିକାଲ କଲେଜରେ ଜଣେ ୮୦ବର୍ଷର ବୃଦ୍ଧ କରୋନାରେ ପ୍ରାଣ ହରାଇଥିବା ଘଟଣାକୁ ଏସ୍ସିବି କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ମାତ୍ର ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଏସ୍ସିବି କୋଭିଡ ନୋଡାଲ ଅଧିକାରୀ ସ୍ପଷ୍ଟ କହିଛନ୍ତି। ତେବେ ରାଜ୍ୟରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ପାଇବା ପଛରେ ଓମିକ୍ରନ୍ର ଉପ-ପ୍ରଜାତି ଏକ୍ସବିବି ୧.୧୬ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Comments are closed.