ଇଣ୍ଡୋନେସିଆ: ସନ୍ତାନଙ୍କ ନାମ ରଖିବାକୁ ସବୁ ବାପା ମାଆମାନେ ଅନେକ ପରିଶ୍ରମ କରନ୍ତି । ସମସ୍ତେ ଚାହାନ୍ତି କିଭଳି ତାଙ୍କ ପିଲାଙ୍କ ନାମ ଏଭଳି ହେଉ ଯେପରି ସମସ୍ତେ ଭଲ କହିବା ସହିତ କେହି ତାର ମଜାକ ନ ଉଡେଇ ପାରିବେ । କେତେକ ବାପା ମା ଆଗରୁ ସେମାନଙ୍କ ନାମ ଭାବିକୁ ରଖିଥିବା ବେଳେ କିଛି ସନ୍ତାନ ହେବା ପରେ ରଖନ୍ତି । ତେବେ ସୋସିଆଲ ମିଡିଆରେ ଏକ ପିଲାର ନାମ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ପଛର କାରଣ ଏହି ପିଲାଟିର ନାମ ବେଶ୍ ନିଆରା ହୋଇଛି । ପିଲାଟିର ନାମ ହେଉଛି ‘ଏବିସିଡି ଇଏଫ୍ ଜିଏଚ୍ଆଇଜେକେ’ ।
କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ପିଲାଟିର ପୂରାନାମ ହେଲା ଏବିସିଡି ଇଏଫ୍ ଜିଏଚ୍ଆଇଜେକେ ଜୁଜୁ ହୋଇଥିବା ବେଳେ ବୟସ ୧୨ ବର୍ଷ । ପିଲାଟିର ନାମ ଟିକାକରଣ ସମୟରେ ଭାଇରାଲ ହୋଇଥିଲା । ପିଲାଟି ନାମ କହିଥିବା ବେଳେ ପ୍ରଥମେ ସମସ୍ତେ ଭାବୁଥିଲେ ସେ ମଜା କରୁଛି, ହେଲେ ପରେ ଜଣାପଡିଥିଲା ସତରେ ତାର ନାମ ଏହା । ପିଲାଟିର ଏଭଳି ନାମ ପଛରେ ମଧ୍ୟ ରହିଛି ରୋଚକ କାରଣ । ପିଲାଟିର ବାପାଙ୍କୁ କ୍ରସୱାଡ ପଜଲ୍ ବହୁତ ଭଲ ଲାଗିଥାଏ, ତେଣୁ ସେ ନିଜ ପୁଅର ନାମ ଏଭଳି ରଖିଥିଲେ । ତେବେ ପିଲାଟିକୁ ଏଥିପାଇଁ ଅନେକ ସମସ୍ୟା ଭୋଗିବାକୁ ପଡୁଥିବା ପିଲାଟି ମତ ଦେଇଛି ।

Comments are closed.