ନୂଆଦିଲ୍ଳୀ: ଅପ୍ରେଲ୧୮: ବର୍ତ୍ତମାନ୍ ବିଭିନ୍ନ ରିଆଲିଟି ଶୋର କ୍ରେଜ୍ ସାରା ଦେଶରେ ବଢିବାରେ ଲାଗିଛି । ଏହି ପରି ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍ ଲୋକଙ୍କ ମନୋରଞ୍ଜନ କରି ଆସୁଛି। ଗତକାଲି ଏହି ଶୋ ର ଗ୍ରାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଶୋ ର ଫାଇନାଲରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍ୱାଡ୍, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଛନ୍ତି । ଫାଇନାଲରେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କ ହୃଦୟ ଜିତିଥିଲା।ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟର ବିଜେତା ହେବା ପରେ ଦୁହେଁ ଟ୍ରଫି ସହିତ କାର୍ ଏବଂ ଅର୍ଥ ରାଶି ପୁରସ୍କାର ଭାବରେ ୨୦ ଲକ୍ଷ ଟଙ୍କା ହାତେଇଛନ୍ତି । ଶୋ ର ପ୍ରଥମ ରନର୍ସ-ଅପ୍ ଇଶିତା ବିଶ୍ୱକର୍ମାଙ୍କୁ ୫ ଲକ୍ଷ ଟଙ୍କା ମିଳିଥିବାବେଳେ ଦ୍ୱିତୀୟ ରନର୍ସ-ଅପଙ୍କୁ ୫ଲକ୍ଷ ଟଙ୍କା ମିଳିଛି।

Comments are closed.