ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା

ଦିଲ୍ଲୀ: ଡିସେମ୍ବର ୦୪: ଆଫ୍ରିକାର ନୂଆ ଭାରିଆଣ୍ଟ ଓମିକ୍ରନ ସଙ୍କଟ ଏବେ ସମଗ୍ର ଦେଶକୁ ଘାରିଛି । ଏହିପରିକି ଅନେକ ଦେଶ ଏବେ ବିମାନ ଯାତ୍ରାକୁ ବ୍ୟାନ୍‌ କଲେଣି । ଏହାରି ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିବେ । ଏନେଇ ବିସିସିଆଇର ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଏହି ଗ୍ରସ୍ତ ମଧ୍ୟରେ ଭାରତୀୟ ଟିମ୍‌ ୩ଟି ଟେଷ୍ଟ ସିରିଜ୍‌ ଏବଂ ୩ଟି ୱାନ୍‌ଡେ ମ୍ୟାଚ୍‌ ଖେଳିବ । ପରବର୍ତ୍ତୀ ସମୟରେ ୪ଟି ଟି-୨୦ ମ୍ୟାଚ୍‌ ଖେଳା ଯିବ । ହେଲେ ଏନେଇ ବିସିସିଅଇର ସଚିବ କୌଣସି ବିଦ୍ଧିବଦ୍ଧ ତାରିଖର ଘୋଷଣା କରିନାହାନ୍ତି ।

ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍‌ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ପ୍ରଥମେ ଖବର ମିଳିଥିଲା । ଏହିପରିକି ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । ପ୍ରଥମେ ଚଳିତମାସ ୧୭ ତାରିଖରୁ ଏହି ମ୍ୟାଚ୍‌ ଆରମ୍ଭ ହେବାର ସୂଚନା ମିଳିଥିଲା । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏଥିରେ ବାଧକ ସାଜିଥିଲା । ଭାରତୀୟ ଟିମ୍‌କୁ ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ବିସିସିଆଇକୁ ପରାମର୍ଶ ଦେଇଥିଲେ କେନ୍ଦ୍ର କ୍ରିଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।
ଅନ୍ୟପକ୍ଷରେ, ଭାରତ ପାଇଁ ଏବେ ଚିନ୍ତାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକଫର ମାନସୁଖ ମାଣ୍ଡଭିଆ କହିଛନ୍ତି ।

Govt

Comments are closed.