କିଛି ଦିନ ପୂର୍ବରୁ ଇଣ୍ଡିଆନ୍ କାଉଂସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଭାରତୀୟମାନେ ସବୁଠାରୁ ଅଧିକ ଲୁଣ ଖାଉଛନ୍ତି । ଡବ୍ଲì ଏଚ୍ ଓ ଦ୍ୱାରା ଜାରି କରାଯାଇଥିବା ମାତ୍ରା ଠାରୁ ଢେର ଅଧିକ ଲୁଣ ଏମାନେ ଖାଉଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା । ଆସିଏମ୍ଆରର ଏହି ରିପୋର୍ଟ ଏକ ମେଡିକାଲ ଜର୍ନାଲରେ ପ୍ରକାଶ କରାଯାଇଛି, ଯେଉଁଥିରେ ଲେଖାଅଛି କି ଭାରତୀୟମାନେ ପ୍ରତିଦିନ ୮ଗ୍ରାମ ଲୁଣ ଖାଉଛନ୍ତି । ହେଲେ ଡବ୍ଲìଏଚ୍ଓର ନିର୍ଦ୍ଧାରିତ ମାତ୍ରା ଅନୁସାରେ ପ୍ରତିଦିନ ଆମକୁ ମାତ୍ର ୫ଗ୍ରାମ ଲୁଣ ଖାଇବାର ଅଛି । ତେବେ ଅଧିକ ଲୁଣ ଖାଇଲେ ଆମର କିଡନୀ, ହାର୍ଟ, ବ୍ଲଡପ୍ରେସର ଆଦି ଉପରେ ପ୍ରଭାବ ପଡିଥାଏ ବୋଲି ଖୁବ କମ ଲୋକ ଜାଣିଥାଆନ୍ତି । ତେଣୁ ସଚେତନତା ଅଭାବରୁ ମଧ୍ୟ ଅନେକ ଲୋକ ଅଧିକ ଲୁଣ ଖାଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । କେବଳ ଭାରତୀୟ ନୁହେଁ ଅନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି, ଯେଉଁଠି ଲୋକମାନେ ଅଧିକ ଲୁଣ ଖାଉଛନ୍ତି । ଡବ୍ଲìଏଚ୍ଓର ରିପୋର୍ଟ ଅନୁସାରେ ଅଧିକ ଲୁଣ ବା ସୋଡିଅମ ଖାଇବା ଦ୍ୱାରା ପ୍ରତିବର୍ଷ ପାଖାପାଖି ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ତେବେ ଲୁଣ ଆମ ଶରୀର ପାଇଁ ଯେତିକି ଜରୁରୀ ଏହାର ଅଧିକ ମାତ୍ରା ମଧ୍ୟ ଶରୀର ପାଇଁ ସେତିକି କ୍ଷତିକାରକ । ଲୁଣ ଅଧିକ ମାତ୍ରାରେ ଖାଇବା ଭଳି କମ ଖାଇଲେ ମଧ୍ୟ ହାଇପୋନେଟ୍ରୋମିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ଆମ ଶରୀରରେ ସୋଡିଅମର ମାତ୍ରା କମ ହେଲେ ହୋଇଥାଏ । ସେହିଭଳି ଆୟୋଡିନ୍ ଆମ ଶରୀର ପାଇଁ ଖୁବ ଦରକାରୀ । ହେଲେ ଏହାର ମାତ୍ରାକୁ ନିୟନ୍ତ୍ରଣ କରିବାର ଖୁବ ଆବଶ୍ୟକତା ରହିଛି । ତେଣୁ କେବଳ ରନ୍ଧା ଖାଦ୍ୟ ନୁହେଁ ଜଙ୍କଫୁଡ୍ରେ ମଧ୍ୟ ଲୁଣ ରହିଥାଏ । ରନ୍ଧା ଖାଦ୍ୟ ସହିତ ପ୍ୟାକେଡ୍ ଜଙ୍କ ଫୁଡ୍ ଯେପରି ଚି«, ମିକ୍ସଚର ଆଦି ଖାଇବା କମାନ୍ତୁ । ଘରେ ରାନ୍ଧି ଖାଉଥିବା ଖାଦ୍ୟରେ କମ ଲୁଣ ବ୍ୟବହାର କରନ୍ତୁ । ପାଣି ଅଧିକ ପିଅନ୍ତୁ, ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ଏହିଭଳି କିଛି ଛୋଟଛୋଟ ଅଭ୍ୟାସରେ ପରିବର୍ତ୍ତନ ଆଣିଲେ ଆମେ ଅତ୍ୟଧିକ ଲୁଣ କାରଣରୁ ହେଉଥିବା ସମସ୍ୟାରୁ ମୁକ୍ତି ପାଇପାରିବା ।
