ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଆଗାମୀ ୨୬ ତାରିଖରୁ ଆଡିଲେଡ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଆରମ୍ଭ ହେବ । ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା ।

ଜାନୁଆରୀ ୨୩ରୁ ଭୁବନେଶ୍ୱର-ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାର ଅଛି । ଏହା ପୂର୍ବରୁ ପ୍ରସ୍ତୁତି ଶେଷ କରିବା ପାଇଁ ଭାରତୀୟ ପୁରୁଷ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଡ୍ରାଗଫ୍ଲିକର ହରମନପ୍ରୀତ ସିଂହ ଦଳର ଅଧିନାୟକ ତଥା ଓଡ଼ିଶା ପୁଅ ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଫରୱାର୍ଡରେ ମନଦୀପ ସିଂହଙ୍କ ସମେତ ଦିଲ୍ପ୍ରୀତି ସିଂହ, ଅଭିଶେକ ଓ ଶୁଖଜିତ ସିଂହ ଅଛନ୍ତି ।

ଏନେଇ ଭାରତୀୟ ହକି ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଦକ୍ଷତା ପରଖିବାର ଭଲ ସୁଯୋଗ ହେବ । ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଆମେ ଶୃଙ୍ଖଳା ଖେଳି ପ୍ରସ୍ତୁତି ଶେଷ କରିବୁ ।
ଭାରତୀୟ ଦଳ: ଗୋଲକିପର କ୍ରିଷ୍ଣା ବାହାଦୂର ପାଠକ, ଶ୍ରୀଜେଶ । ଡିଫେଣ୍ଡର୍ସ- ଜରମନପ୍ରୀତ ସିଂହ, ସୁରେନ୍ଦର କୁମାର, ହରମନପ୍ରୀତ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ, ମନଦୀପ ମୋର, ନିଲମ ସଞ୍ଜୀପ ଜେଶ, ବରୁଣ କୁମାର ।
ମିଡ୍ଫିଲïର୍ସ- ସୁମିତ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ସମସେର ସିଂହ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ, ମହମ୍ମଦ ରାହିଲ ମୌସିନ, ଆକାଶଦୀପ ସିଂହ, ଗୁରଜନ୍ତ ସିଂହ । ଫରୱାର୍ଡ୍ସ- ମନଦୀପ ସିଂହ, ଅଭିଶେକ, ଦିଲ୍ପ୍ରୀତ ସିଂହ, ସୁଖଜିତ ସିଂହ ।

Comments are closed.