ଲନ୍‌ ବୋଲ୍ସରେ ଇତିହାସ ରଚିଲା ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବର୍ମିଂହାମ ସଂସ୍କରଣରେ ଭାରତର ପଦକ ଅଭିଯାନ ଜାରି ରହିଛି । ଖୁବ୍‌ କମ୍‌ ଲୋକ ଜାଣିଥିବା କ୍ରୀଡ଼ା ଲନ୍‌ ବୋଲ୍ସରେ ଭାରତୀୟ ମହିଳା ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଅନନ୍ୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି କ୍ରୀଡ଼ାରେ ଭାରତ ଅଂଶ ଗ୍ରହଣ କରି ସାରା ବିଶ୍ୱକୁ ସ୍ୱର୍ଣ୍ଣିମ ସଫଳତା ସହ ଚକିତ କରିଦେଇଛି । ବିଶେଷକରି ଭାରତୀୟ ମହିଳାଙ୍କ ଏହି ଐତିହାସିକ ସଫଳତା ନୂଆ କ୍ରୀଡ଼ା ଲନ୍‌ ବୋଲ୍ସ ପ୍ରତି ନବାଗତଙ୍କୁ ପ୍ରେରିତ କରିବ ।

ଲନ୍‌ ବୋଲ୍ସରେ ଇତିହାସ ରଚିଲା ଭାରତ

ମଙ୍ଗଳବାର ଭାରତୀୟ ମହିଳା ଖେଳାଳିଙ୍କ ପାଇଁ ଅସଲ ପରୀକ୍ଷା ଥିଲା । ଟାଇଟଲ ମୁକାବିଲାରେ ଦକ୍ଷିଣଆଫି୍ରକାକୁ ଭେଟିଥିଲା ଭାରତ । ଏହି ମହାଲଢ଼େଇରେ ଭାରତ ୧୭-୧୦ ବ୍ୟବଧାନରେ ଦ.ଆଫି୍ରକାକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଦଳର ଲିଡ୍‌ରେ ଲଭ୍‌ଲୀ ଚୋବେ, ଦ୍ୱିତୀୟରେ ପିଙ୍କି, ତୃତୀୟରେ ନୟନମଣି ସାଇକିଆ ଓ ସ୍କିପ୍‌ରେ ରୂପାରାଣୀ ତିର୍କୀ ଭଲ ପ୍ରଦର୍ଶନ କରିଥିଲେ ।

ଲନ୍‌ ବୋଲ୍ସରେ ଇତିହାସ ରଚିଲା ଭାରତ

ସୋମବାର ସେମିଫାଇନାଲରେ ଭାରତ ୧୬-୧୩ ବ୍ୟବଧାନରେ ନୁ୍ୟଜିଲାଣ୍ଡକୁ ଧରାଶାୟୀ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା ।
ଟାଇଟଲ୍‌ ଲଢ଼େଇରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦମ୍‌ଦାର ଥିଲା । ଦ.ଆଫି୍ରକା ଶେଷ ଭାଗରେ ଭାରତକୁ ଟMର ଦେଇ ଲିଡ୍‌ ହାସଲ କରିଥିଲା । କି;ୁ ଭାରତୀୟ ଖେଳାଳି ଜମାଣିଆ ପ୍ରତ୍ୟାବର୍ତ୍ତନ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାତେଇବାକୁ ସକ୍ଷମ ହୋଇଥିଲେ । ପ୍ରଥମ ରାଉଣ୍ଡ ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା । ଦ୍ୱିତୀୟ ରାଉଣ୍ଡରେ ଦ.ଆଫି୍ରକା ୨-୧ରେ ଆଗୁଆ ହୋଇଥିଲା । ତୃତୀୟ ରାଉଣ୍ଡରେ ଭାରତ ୨-୨ରେ ସ୍ଥିତି ବରାବର କରିଥିଲା ।

ଲନ୍‌ ବୋଲ୍ସରେ ଇତିହାସ ରଚିଲା ଭାରତ

୪ର୍ଥ ରାଉଣ୍ଡରେ ୩-୨, ପଞ୍ଚମ ରାଉଣ୍ଡରେ ୪-୨, ୬ଷ୍ଠ ରାଉଣ୍ଡରେ ୭-୨ ଓ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଭାରତ ୮-୨ରେ ଆଗରେ ଥିଲା । ହେଲେ ଏହି ସମୟରେ ଦ.ଆଫ୍ରିକା ପ୍ରତ୍ୟାବର୍ତ୍ତନ କରି ସ୍ଥିତିକୁ ପ୍ରଥମେ ୪-୮ ଏବଂ ପରେ ୬-୮ ଓ ଦଶମ ରାଉଣ୍ଡ ବେଳକୁ ୮-୮ରେ ବରାବର କରିଥିଲା । ୧୧ତମ ରାଉଣ୍ଡରେ ଦ.ଆଫି୍ରକା ୨ ପଏଣ୍ଟ ହାସଲ କରି ସ୍ଥିତିକୁ ୧୦-୮ କରିଥିଲା । ଭାରତ ୧୨ତମ ରାଉଣ୍ଡରେ ବରାବର କରିବା ପରେ ଆଉ ଅଟକି ନଥିଲା । ୧୩ତମ ରାଉଣ୍ଡ ସୁଦ୍ଧା ବ୍ୟବଧାନ ୧୦-୧୨, ୧୪ତମ ରାଉଣ୍ଡରେ ୧୫-୧୦ ଏବଂ ଶେଷ ରାଉଣ୍ଡରେ ୧୭-୧୦ ସହ ଭାରତ ସ୍ୱର୍ଣ୍ଣ ପଦକ ହାତେଇ ଥିଲା ।

ଲନ୍‌ ବୋଲ୍ସରେ ଇତିହାସ ରଚିଲା ଭାରତ

ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ଖେଳାଳିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ପଦକକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏଥିରେ ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି ।

Comments are closed.