ୟୁକ୍ରେନ ପାଇଁ ଚିନ୍ତାରେ ଭାରତ

ୟୁକ୍ରେନ୍‌: ମାର୍ଚ୍ଚ ୦୧: ୟୁକ୍ରେନର ଅବସ୍ଥା ଖରାପ ହେବା ନେଇ ଚିନ୍ତାରେ ଭାରତ । ହିଂସାକୁ ତୁରନ୍ତ ବନ୍ଦ କରିବା ଏବଂ ଶତ୍ରୁତାକୁ ବନ୍ଦ କରିବା ପାଇଁ ଆହ୍ୱାନ ମଧ୍ୟ ଦେଇଛି। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ୟୁକ୍ରେନ ଉପରେ ମିଳିତ ଜାତିସଂଘର ସାଧାରଣ ସଭାର ଏକ ବିରଳ ଜରୁରୀକାଳୀନ ବିଶେଷ ଅଧିବେଶନକୁ ସୋମବାର ଦିନ କହିଛନ୍ତି ଯେ ୟୁକ୍ରେନ୍ ରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ତୁରନ୍ତ ତଥା ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ନୂଆଦିଲ୍ଲୀ ଯଥାସମ୍ଭବ ଉଦ୍ୟମ କରୁଛି। ସେ କହିଛନ୍ତି, ମୋର ସରକାର ଦୃଢ ବିଶ୍ୱାସ କରନ୍ତି ଯେ କୂଟନତିକ ପଥକୁ ଫେରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ଫେଡେରେଶନ ଏବଂ ୟୁକ୍ରେନର ନେତୃତ୍ୱ ସହ ହୋଇଥିବା ବାର୍ତ୍ତାଳାପରେ ଏହାକୁ ଦୃଢ ଭାବରେ ପ୍ରୋତ୍ସାହିତ କରିଛନ୍ତି ବୋଲି ତିରୁମୁର୍ତ୍ତୀ କହିଛନ୍ତି ଯେ ଆମେ ଆମର ଦୃଢ ବିଶ୍ୱାସକୁ ଦୋହରାଇଛୁ ଯେ ସମସ୍ତ ପାର୍ଥକ୍ୟ କେବଳ ସଚ୍ଚୋଟ, ଆନ୍ତରିକ ଏବଂ ନିରନ୍ତର କଥାବାର୍ତ୍ତା ମାଧ୍ୟମରେ ଦୂର ହୋଇପାରିବ।

Govt

Comments are closed.