ଶ୍ରୀଲଙ୍କାର ଗଣତନ୍ତ୍ରକୁ ସମର୍ଥନ କରୁଛି ଭାରତ: ଭାରତୀୟ ହାଇକମିସନ୍‌

ଦିଲ୍ଲୀ: ମେ ୧୧: ଭାରତ ଶ୍ରୀଲଙ୍କା ଗଣମାଧ୍ୟମଙ୍କ ସପକ୍ଷରେ ରହିଛି ଏବଂ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ଭାରତ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି । ସେଥିପାଇଁ ଶ୍ରୀଲଙ୍କାକୁ ଭାରତ ସେନା ପଠାଇବ ନାହିଁ ବୋଲି ଆଜି ଭାରତୀୟ ହାଇକମିସନ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଦିଲ୍ଲୀ କଲୋମ୍ବୋକୁ ଭାରତୀୟ ସେନା ପଠାଉଛି ବୋଲି କେତେକ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରି ଆଜି ଭାରତୀୟ ହାଇକମିସନ୍‌ ଏହିପରି ବିବୃତି ଜାରି କରିଛନ୍ତି ।

ଶ୍ରୀଲଙ୍କାର ଗଣତନ୍ତ୍ରକୁ ସମର୍ଥନ କରୁଛି ଭାରତ: ଭାରତୀୟ ହାଇକମିସନ୍‌

ସେହିପରି, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ଦିନକ ପରେ ଖବର ପ୍ରସାରିତ ହୋଇଛି ଯେ- ପ୍ରଧାନମନ୍ତ୍ରୀ ରାଜପକ୍ଷେ ଏବଂ ତାଙ୍କ ସପରିବାର ଭାରତକୁଚାଲି ଆସିଛନ୍ତି । ଯାହା ସମ୍ପୂର୍ଣ୍ଣ ମିଛ । ଏନେଇ ଭାରତୀୟ ହାଇକମିସନ୍‌ କହିଛି ଯେ , ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ତାଙ୍କ ପରିବାର ଭାରତ ପଳାୟନ କରିଛନ୍ତି ବୋଲି କେତେକ ଶ୍ରେଣୀର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରଣ ହେଉଛି । ଏହି ସବୁ ଖବର ଅବାସ୍ତବ ଏବଂ ମିଛ । ଏଥିରେ କୌଣସି ସତ୍ୟତା ନାହିଁ । ହାଇକମିସନ୍‌ ଦୃଢତାର ସହ ଏ ଖବରକୁ ଅସ୍ୱୀକାର କରୁଛି ।

ଶ୍ରୀଲଙ୍କାର ଗଣତନ୍ତ୍ରକୁ ସମର୍ଥନ କରୁଛି ଭାରତ: ଭାରତୀୟ ହାଇକମିସନ୍‌

ଅନ୍ୟପକ୍ଷରେ, ଜନସାଧାରଣ ମହିନ୍ଦ୍ରା ରାଜପକ୍ଷେଙ୍କ ଗିରଫ ଦାବି କରି ପ୍ରବଳ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି । ସେମାନେ କେତେକ ଗାଡ଼ି ଜାଳିଦେବା ସହିତ ସରକାରଙ୍କୁ ସମର୍ଥନ କରୁଥିବା ନେତା ଓ ସାଂସଦଙ୍କ ବାସଘରେ ନିଆଁ ଲଗାଇ ଦେଇଛନ୍ତି । ଏହି ହିସାଂକାଣ୍ଡରେ ସମୟରେ ସାଧାରଣ ଜନତା ଓ ସରକାର ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା । ଏଥିରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ପ୍ରତିବାଦକାରୀ ଆହତ ହୋଇଛନ୍ତି ।

Govt

Comments are closed.