ଦିଲ୍ଲୀ: ଫେବୃଆରୀ ୧୭: ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଉଠିବା ଯୁଦ୍ଧ ଆଶଙ୍କା ଦିନକୁ ଦିନ ଘନିଭୂତ ହେବାରେ ଲାଗିଛି । ୟୁକ୍ରେନ୍ରେ ରହୁଥିବା ଭାରତୀୟ ଯୁଦ୍ଧ ଆଶଙ୍କା ହେତୁ ନିଜ ଦେଶ ଫେରିବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କୁ ଭାରତକୁ ଆସିବାକୁ ବିମାନ ମିଳୁନାହିଁ ବୋଲି ଖବର ପ୍ରଚାର ହୋଇଛି । ଏହି ଖବର ପରେ ସେଠାରେ ରହୁଥିବା ଭାରତୀୟ ନାଗରିକ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଅନ୍ୟପକ୍ଷରେ ଭାରତୀୟମାନଙ୍କ ଏହିପରି ଅବସ୍ଥା ଦେଖି ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଟୁଇଟ୍ କରାଯାଇଛି । ସେଥିରେ ଭାରତୀୟମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଛି । ଏହାସହିତ ଆହୁରି ମଧ୍ୟ କୁହାଯାଇଛି ଯେ, ଲୋକମାନେ ବିମାନ ଟିକେଟ୍ ପାଉନଥିବା ଖବର ସଂକ୍ରାନ୍ତରେ ଆମେ ସଚେତନ ଅଛୁ । ୟୁକ୍ରେନ୍ରୁ ଅଧିକ ବିମାନ ଚଳାଚଳ ପାଇଁ ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯିବ । ହେଲେ କେବେଠୁ ଅଧିକ ବିମାନ ଚଳାଚଳ ହେବ ସେ ନେଇ ଦୂତାବାସ କୌଣସି ସୂଚନା ଦେଇ ନାହାନ୍ତି ।
ସୂଚନା ଅନୁସାରେ, ଭାରତୀୟଙ୍କ ସମସ୍ୟା ଖବର ଜାଣିବା ପରେ ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି । ସେଥିରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେଉଛି ବୋଲି ସୂଚନା ମିଳିଛି ।
In view of the prevailing situation in Ukraine, a Control Room has been set up at @MEAIndia to provide information and assistance:
📞Phone: 1800118797 (Toll free)
+91-11-23012113
+91-11-23014104
+91-11-23017905📠Fax: +91-11-23088124
📧Email: situationroom@mea.gov.in
— Arindam Bagchi (@MEAIndia) February 16, 2022
In addition, @IndiainUkraine has set up a 24*7 Emergency Helpline:
📞Phone:
+380 997300428
+380 997300483📧Email: cons1.kyiv@mea.gov.in
— Arindam Bagchi (@MEAIndia) February 16, 2022

Comments are closed.