ପ୍ରମୁଖ ବିବାଦୀୟ ସ୍ଥାନରୁ ପଛକୁ ହଟିଲେ ଭାରତ-ଚାଇନା ସୈନ୍ୟ

ନୂଆଦିଲ୍ଲୀ: ଭାରତ ଓ ଚାଇନା ସୀମା ବିବାଦକୁ ନେଇ ବଡ଼ ଖବର ଆସିଛି । ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗସ ଅଞ୍ଚଳରୁ ଉଭୟ ଦେଶ ସେମାନଙ୍କ ସୈନ୍ୟମାନଙ୍କୁ ପଛକୁ ହଟାଇବା ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଣ୍ଟ ନେଇ ସହମତି ପ୍ରକାଶ ପାଇଥିଲା । ଏହି ବୁଝାମଣା ଅନୁଯାୟୀ ଏବେ ଗୋଗ୍ରା-ହଟ ସ୍ପ୍ରିଙ୍ଗସରୁ ସୈନ୍ୟ ଅପସାରଣ କରାଯାଉଥିବା ଦୁଇ ଦେଶ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ହେଲା ଭାରତୀୟ ସୀମା ନିକଟରେ ମୁତୟନ ଥିବା ଚାଇନିଜ ସୈନ୍ୟମାନେ ୨୦୨୦ ମସିହାର ସ୍ଥିତାବସ୍ଥା ବଜାୟୀ ରଖିବେ । ଏହାର ଅର୍ଥ ସେମାନେ ୨୦୨୦ ପୂର୍ବରୁ ଯେଉଁ ସ୍ଥାନରେ ମୁତୟନ ହୋଇଥିଲେ ଏବେ ସେହି ସ୍ଥାନକୁ ଫେରିବେ । ଭାରତୀୟ ସୈନ୍ୟ ମଧ୍ୟ ସ୍ଥିତାବସ୍ଥା ବଜାୟୀ ରଖିବ ବୋଲି ଜଣାପଡ଼ିଛି । ଚାଇନାର ଯବାନମାନେ ବିଭିନ୍ନ ସ୍ଥାନରେ ସୀମା ନିୟମ ଉଲ୍ଲଙ୍ଘନ କରିବାରୁ ୨୦୨୦ ମସିହାର ଏପ୍ରିଲ-ମେରୁ ତିକ୍ତତା ଆରମ୍ଭ ହୋଇଥିଲା । ସ୍ଥିତାବସ୍ଥାକୁ ବିଜୟୀ ନ ରଖିବାରୁ ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦିଆଯାଇଥିଲା । ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ୨୦୨୦ ମସିହା ଜୁନ ମାସରେ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ବିବାଦର ସମାଧାନ କରିବା ପାଇଁ ଉଭୟ ଦେଶ ଆଲୋଚନାକୁ ଫେରିଥିଲେ । ଏବେ ଧୀରେଧୀରେ ଆଲୋଚନା ଫଳପ୍ରଦ ହେବାରେ ଲାଗିଛି ।

ଉଭୟ ଦେଶ ଜାରି କରିଥିବା ମିଳିତ ବିବୃତିରେ କହିଛନ୍ତି, ୧୬ତମ ଭାରତ-ଚାଇନା କ୍ର« କମାଣ୍ଡ ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଠାରୁ ଅର୍ଥାତ ୮ ସେପେଫମ୍ବରରୁ ସୀମାରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ଓ ଚାଇନିଜ ଟ୍ରୁ« ଗୋଗ୍ରା-ହଟ ସ୍ପ୍ରିଙ୍ଗସ(ପିପି-୧୫) ଅଞ୍ଚଳରୁ ଯୋଜନା ଅନୁଯାୟୀ ପଛକୁ ହଟିବାରେ ଲାଗିଛନ୍ତି । ଏହି ପଦକ୍ଷେପ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବାରେ ସହାୟକ ହେବ ବୋଲି ବିବୃତିରେ କୁହାଯାଇଛି । ଜୁଲାଇ ୧୭ରେ ଉଭୟ ଦେଶ ମଧ୍ୟରେ କ୍ର« କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ଭାରତ ଓ ଚାଇନାର ଅଧିକାରୀମାନେ ମାର୍ଚ୍ଚ ମାସରେ ମଧ୍ୟ ବୈଠକ କରିଥିଲେ । ବୈଠକ ପରେ ଉତ୍ତର ଓ ଦକ୍ଷିଣ ପାଙ୍ଗୋଙ୍ଗ ଟିଏସଓ ଏବଂ ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର ହୋଇଥିଲା । କି;ୁ ଆଉ କିଛି ଅଞ୍ଚଳରେ ପୂର୍ବ ଭଳି ବିବାଦ ଲାଗି ରହିଥିଲ । ଏବେ ଲଦାଖର ପ୍ରମୁଖ ଗୋଗ୍ରା- ହଟ ସ୍ପ୍ରିଙ୍ଗସରୁ ସେନା ପ୍ରତ୍ୟାହାର ବଡ଼ ଆଶ୍ୱସ୍ତି ଆଣିଛି ।

Govt

Comments are closed.