ଇଂଲଣ୍ଡ ବିପକ୍ଷ ମହିଳା ଦଳର ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

ହୋଭ୍‌ : ଟି-୨୦ ସିରିଜ୍‌କୁ ୧-୨ରେ ହାରିଥିବା ଭାରତୀୟ ମହିଳା ଦଳ ବିଜୟରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଶୁଭାରମ୍ଭ କରିଛି । ରବିବାର ରାତିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତୀୟ ମହିଳା ଦଳ ଏକତରଫା ଭାବେ ୩୪ ବଲ ପୂର୍ବରୁ ୩ ୱିକେଟ ହରାଇ ଜିତି ନେଇଛି ।

ଇଂଲଣ୍ଡ ବିପକ୍ଷ ମହିଳା ଦଳର ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ
ସ୍ମୃତି ମନ୍ଧାନା

ଏହି ବିଜୟର କର୍ଣ୍ଣଧାର ସାଜିଛନ୍ତି ଓପନର ସ୍ମୃତି ମନ୍ଧାନା ଓ ଅଧିନାୟକ ହରମନପ୍ରୀତ କୌର । ମନ୍ଧାନା ୯୯ ବଲରେ ୯୧ ରନର ଇନିଂସ ଖେଳିଥିବା ବେଳେ କୌର ଅପରାଜିତ ୭୪ ରନ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି । ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଭିଜ୍ଞ ଝୁଲଣ ଗୋସ୍ୱାମୀ ଆରମ୍ଭରୁ ହିଁ ଦମଦାର ବୋଲିଂ କରିଥିଲେ । ସେ ମାତ୍ର ଗୋଟିଏ ୱିକେଟ ନେଇଥିଲେ ମଧ୍ୟ ୧୦ ଓଭରରେ ୨୦ ରନ ଦେଇଛନ୍ତି । ତାଙ୍କୁ ରାଜେଶ୍ୱରୀ ଗାଏକ ୍ୱାଡ ଓ ଦୀପ୍ତି ଶର୍ମା ମଧ୍ୟ ଭରପୂର ସହଯୋଗ କରିଥିଲେ ।

ଇଂଲଣ୍ଡ ବିପକ୍ଷ ମହିଳା ଦଳର ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ
ଇଂଲଣ୍ଡ ମହିଳା ଟିମ୍‌ ୨୧ ରନରେ ଦୁଇ ୱିକେଟ ହରାଇଥିଲେ ମଧ୍ୟ ଶେଷ ଭାଗରେ ଡାନି ୱାଟ୍ଟଙ୍କ ୪୩, ଏଲିସ ଡାଭିଡସନ ରିଚାର୍ଡସଙ୍କ ଅପରାଜିତ ୫୦ ଓ ସୋଫିଆ ଇସେଲଷ୍ଟୋନଙ୍କ ୩୧ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଥିଲା । ୨୨୮ ରନର ଟାର୍ଗେଟ ପିଛା କରୁଥିବା ଭାରତୀୟ ମହିଳା ଦଳ ମାତ୍ର ୩ ରନରେ ଶେଫାଳି ବର୍ମା(୧)ଙ୍କୁ ହରାଇଥିଲା । କି;ୁ ସ୍ମୃତି ମନ୍ଧାନା ଓ ୩ ନଂ ରେ ବ୍ୟାଟିଂ କରିବାକୁ ଆସିଥିବା ୟାସ୍ତିକା ଭାଟିଆ ଦମଦାର ଖେଳ ଦେଖାଇଥିଲେ । ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୬ ରନ ଭାଗିଦାରୀ କରିଥିଲେ ।

ଇଂଲଣ୍ଡ ବିପକ୍ଷ ମହିଳା ଦଳର ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ
ଅଧିନାୟକ ହରମନପ୍ରୀତ କୌର

ଦଳୀୟ ସ୍କୋର ୯୯ ଥିବା ବେଳେ ୟାସ୍ତିକା ୫୦ ରନ କରି କେଟ କ୍ରସଙ୍କ ବଲରଆ ଆଉଟ ହୋଇଥିଲେ । କି;ୁ ସ୍ମୃତି ମନ୍ଧାନା ହାର ମାନିବା ମୁଡରେ ନଥିଲେ । ସେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୯୯ ରନର ଭାଗିଦାରୀ କରିଥିଲେ । କୌର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମୃତି ମନ୍ଧାନା ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ କ୍ରସ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ । ୧୯୮ ରନରେ ଦଳ ତୃତୀୟ ୱିକେଟ ହରାଇଥିଲା । ସ୍ମୃତି ୯୯ଟି ବଲରେ ୯୧ ରନ କରିଥିଲେ । ଏଥିରେ ୧୦ଟି ଚୌକା ଓ ଗୋଟି ଛକା ରହିଛି ।

ଇଂଲଣ୍ଡ ବିପକ୍ଷ ମହିଳା ଦଳର ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ
ସେ ଆଉଟ ହେବା ପରେ ବାକି ଆବଶ୍ୟକ ରନ କୌର ଓ ହରଲୀନ ଦେଓଲ ହାସଲ କରି ନେଇଥିଲେ । ଶେଷ ଯାଏ ଉଭୟ ଅପରାଜିତ ରହିବା ସହ ଦଳକୁ ୩୪ ବଲ ପୂର୍ବରୁ ବିଜୟ ଭେଟି ଦେଇଛନ୍ତି । କୌର ତାଙ୍କ ଅପରାଜିତ ୭୪ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ସେହିପରି ହରଲୀନ ୨୦ ବଲରେ ୬ ରନ କରି କେବଳ କୌରଙ୍କୁ ଶେଷ ଯାଏ ସାଥ ଦେଇଥିଲେ । ନିଜର ଦମଦାର ୯୧ ରନର ଇନିଂସ ପାଇଁ ସ୍ମୃତି ମନ୍ଧାନା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି ।

Govt

Comments are closed.