ଆଜିଠୁ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା

ପୋଟ ଅଫ୍‌ ସ୍ପେନ୍‌ : ଭାରତ ଓ େୱଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଶ୍ରୁକ୍ରବାର ଠୁ ଆରମ୍ଭ ହେବାକୁଯାଉଛି । ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ େୱଷ୍ଟଇଣ୍ଡିଜ୍‌ର ପୋଟ ଅଫ୍‌ ସ୍ପେନ୍‌ରେ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ସପ୍ତାହକ ପୂର୍ବରୁ ଟିମ୍‌ ଇଣ୍ଡିଆ ଇଂଲଣ୍ଡରେ ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜିତିଥିଲା । ଏହାପରେ ଭାରତୀୟ ଖେଳାଳି ଇଣ୍ଡିଜ୍‌ଗସ୍ତରେ ଯାଇଛନ୍ତି । ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ସାମିଲ ଥିବା ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ହାର୍ନିଆ ସର୍ଜରୀରୁ ସୁସ୍ଥ ହୋଇଫେରିଥିବା ଲୋକେଶ ରାହୁଲ ଇଣ୍ଡିଜ ଗସ୍ତରେ ସାମିଲ ଅଛନ୍ତି । ଶିଖର ଧାୱନ ଦଳର ନେତୃତ୍ୱ ନେବେ ।

ଆଜିଠୁ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା

ଦିନିକିଆ ଫର୍ମାଟରେ ଇଣ୍ଡିଜ୍‌ର ପ୍ରଦର୍ଶନ ଖରାପ ରହିଛି । ଶେଷ ୬ଟି ଯାକ ମ୍ୟାଚ୍‌ରେ ଇଣ୍ଡିଜ୍‌ କ୍ରମାଗତ ଭାବେ ହାରିଛି । ଅଧିନାୟକ ନିକୋଲାସ କୁରନ୍‌ ଓ କୋଚ୍‌ ଫିଲ ସିମନ୍ସଙ୍କ ପାଇଁ ଏହି ଶୃଙ୍ଖଳା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ୨୦୨୧ରୁ ଅଦ୍ୟାବଧି ଦିନିକିଆରେ ଇଣ୍ଡିଜ୍‌ ୧୨ଥର ୧୨ଥର ପ୍ରଥମେ ବ୍ୟାଟିଂ କରିଛନ୍ତି । ଏଥିରୁ ୯ଥର ସମ୍ପୂର୍ଣ୍ଣ ୫୦ ଓଭର କୋଟା ପୁରଣ କରିପାରିନାହାନ୍ତ ଇଣ୍ଡିଜ୍‌ ବ୍ୟାଟର । ତେବେ ଇଣ୍ଡିଜ୍‌ ଖେଳାଳିଙ୍କ ପାଇଁ ଖୁସିର ଖବର ଆସିଛି । ଜାସନ ହୋଲïର ଦଳକୁ ଫେରିଛନ୍ତି । ଗତ ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ହୋଲïରଙ୍କୁ ବିଶ୍ରାମ ଦିଆଯାଇଥିଲା । ହୋଲïରଙ୍କ ଉପସ୍ଥିତି ଯୋଗୁଁ ଇଣ୍ଡିଜ୍‌ର ବୋଲିଂ ବିଭାଗ ତଥା ମଧ୍ୟମକ୍ରମ ବ୍ୟାଟିଂ ମଜଭୂତ ହେବ ।

ଆଜିଠୁ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା

ଏହି ଶୃଙ୍ଖଳାରେ ଶିଖର ଧାୱନ ଦଳର ନେତୃତ୍ୱ ନେଇଛନ୍ତି । କି;ୁ ଅଧୁନା ତାଙ୍କ ଫର୍ମ ମୁଣ୍ଡବ୍ୟଥାର କାରଣ ସାଜିଛି । ଗତ ୫ଟି ଦିନିକିଆ ମ୍ୟାଚ୍‌ରେ ଧାୱନ ମାତ୍ର ୧୧୨ ରନ୍‌ କରିଛନ୍ତି । ଗତ ୨୦ଟି ଇନିଂସ ହେବ ସେ ଶତକ ହାସଲ କରିପାରିନାହାନ୍ତି । ଅଭିଜ୍ଞ ଖେଳାଳିଙ୍କ ଅପୁପସ୍ଥିତିରେ ଶିଖର ଧାୱନ ଦଳର ମାର୍ଗଦର୍ଶନ ହେବେ ବୋଲି ଆଶା କରାଯାଇଛି ।
ସମ୍ଭାବ୍ୟ େୱଷ୍ଟଇଣ୍ଡିଜ୍‌ ଦଳ: ସାଇ ହୋପ୍‌, ବ୍ରାଣ୍ଡନ କିଙ୍ଗ, ସମରା ବ୍ରୁକ୍ସ, କାଏଲ ମେୟସ, ନିକୋଲାସ କୁରନ, ରୋଭମ୍ୟାନ୍‌ ପାେୱଲ, ଜାସନ ହୋଲïର, ଅକିଲ ହୋସେନ, ଅଲଜାରୀ ଜୋସେଫ, କୁଡାକେସ ମୋତି, ଜୟଦିନ ସିଲ୍ସ ।

ଆଜିଠୁ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା

ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ, ଋତୁରାଜ ଗାଏକ୍ୱାର୍ଡ, ଈଶାନ କିଷାନ, ଶ୍ରେୟାସ ଆୟର, ଦୀପକ ହୁଦା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ଆଭେସ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

ହାଇଲାଇଟ୍ସ
. କୁଇନ୍ସ ପାର୍କ ଓଭାଲରେ ଭାରତ ଖେଳିଥିବା ୯ଟି ମ୍ୟାଚ୍‌ରୁ ୮ଟିରେ ଜିତିଛି । ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ଯାଇଥିଲା ।
. ଚଳିତ କ୍ରୀଡା କ୍ୟାଲେଣ୍ଡର ବର୍ଷରେ ଶିଖର ଧାୱନ ଭାରତର ସପ୍ତମ ଅଧିନାୟକ ଭାବେ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି ।
. ଚଳିତ ବର୍ଷ ଦିନିକିଆରେ ଇଣ୍ଡିଜ୍‌ର ଅକେଲା ହୁସେନ ଭଲ ପ୍ରଦର୍ଶନ ଦେଖାଇଛନ୍ତି । ସେ ୧୪ଟି ମ୍ୟାଚ ଖେଳି ୪.୯୦ ହାରରେ ୨୨ ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଟିକେଟ ମିଳିଲାନି, ସମ୍ପୂର୍ଣ୍ଣ ଫ୍ଲାଇଟ୍‌ ବୁକିଂ କଲା ବିସିସିଆଇ

ଆଜିଠୁ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା

ଭାରତୀୟ ଦଳ ୩ଟି ଦିନିକିଆ ଓ ୫ଟି ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଇଣ୍ଡିଜ୍‌ ଯାଇଛି । ତେବେ ଇଂଲଣ୍ଡରୁ ଇଣ୍ଡିଜ୍‌ ଗସ୍ତ ପାଇଁ ସମସ୍ୟା ଉପୁଜି ଥିଲା । ପୋଟ୍‌ ଅଫ୍‌ ସ୍ପେ୍‌ନରେ ବିସିସିଆଇ ଘରୋଇ ବିମାନର ବ୍ୟବସ୍ଥା କରିଥିଲା । ଖେଳାଳିଙ୍କ ଗସ୍ତ ପାଇଁ ଟିକେଟ୍‌ ନମିଳିପାରୁ ବିସିସିଆଇ ଏକ ଘରୋଇ ବିମାନକୁ ବୁକିଂ କରିଥିଲା । ଏଥିପାଇଁ ୩.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାଞ୍ଚେଷ୍ଟର ଠାରୁ ପୋଟ୍‌ ଅଫ୍‌ ସ୍ପେନ ପାଇଁ କର୍ମସିଆଲ ଫ୍ଲାଇଟରେ ଟିକେଟ୍‌ ବୁକ୍‌ କରିବା ସମ୍ଭବପର ହୋଇନଥିଲା । ତେଣୁ ଘରୋଇ ବିମାନର ବ୍ୟବସ୍ଥା କରାଯାଇଥିଲା । ଭାରତୀୟ ଦଳରେ ୧୬ ଜଣ କ୍ରିକେଟ୍‌ରଙ୍କ ବ୍ୟତୀତ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ଅନ୍ୟ କୋଚିଂ ଷ୍ଟାପ୍‌ ରହିଛନ୍ତି । ଏହା ସହ ସମସ୍ତ କ୍ରିକେଟ୍‌ରଙ୍କ ସ୍ତ୍ରୀ ଓ ଅନ୍ୟ ସଦସ୍ୟଙ୍କ ଟିକେଟ୍‌ ବ୍ୟବସ୍ଥା କରାଇଥିଲା ।
ମାଞ୍ଚେଷ୍ଟରରେ ପୋଟ ଅଫ୍‌ ସ୍ପେନ୍‌ ପାଇଁ ଫ୍ଲାଇଟ୍‌ ଟିକେଟ୍‌ ସାଧାରଣତଃ ୨ ଲକ୍ଷ ଟଙ୍କା । ଏଦୃଷ୍ଟିରୁ ବିସିିସିଆଇକୁ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା । ଏତେ ଅଧିକ ଟଙ୍କାରେ କର୍ମସିଆଲ ଫ୍ଲାଇଟ ଅଫ୍‌ ଟିକେଟ ଉପଲବ୍ଧ ନଥିବାରୁ ବିସିସିଆଇ ସମ୍ପୂର୍ଣ୍ଣ ବିମାନକୁ ବୁକ କରିଥିଲା ।

Comments are closed.