ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ବିଜୟୀ ୬୩ ରନର ଇନିଂସ ଖେଳିଥିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାଭିଡ୍ଙ୍କ ରେକର୍ଡକୁ ପାର୍ କରିଯାଇଛନ୍ତି । ଏଥିସହ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଦ୍ୱିତୀୟ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି । ପୂର୍ବରୁ ସର୍ବାଧିକ ରନ ହାସଲ କରିଥିବା ତାଲିକାରେ ରାହୁଲ ଦ୍ରାଭିଡ୍ ଦ୍ୱିତୀୟ ସ୍ଥାନରେ ଥିଲେଛ କି;ୁ ରବିବାର ବିରାଟ ୬୩ ରନର ଇନିଂସ ଖେଳିବା ପରେ ତାଙ୍କୁ ପଛକୁ ଠେଲି ଦେଇଛନ୍ତି ।
ଏବେ ବିରାଟଙ୍କ ଉପରେ କେବଳ ସଚିନ ତେନ୍ଦୁଲକର ରହିଛନ୍ତି । ବିରାଟ ଗତକାଲି ୪୮ ବଲରେ ୬୩ ରନର ଇନିଂସ ଖେଳିଥିଲେ । ଏହି ଇନିଂସ ପରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ମୋଟ ରନ ସଂଖ୍ୟା ୨୪,୦୭୮ରେ ପହଞ୍ଚି ଯାଇଛି । ଏହା ରାହୁଲ ଦ୍ରାଭିଡ୍ଙ୍କ ମୋଟ ଅନ୍ତର୍ଜାତୀୟ ସ୍କୋର ଠାରୁ ୧୪ ରନ ଅଧିକ । ତେବେ ତାଙ୍କର ଏସିଆ ଓ ଆଇସିସି ଟିମର ସ୍କୋର ଠାରୁ ବିରାଟ ଏବେ ବି ପଛରେ ଅଛନ୍ତି । ଡ୍ରାଭିଡ୍ ଭାରତ, ଏସିଆ ଟିମ ଓ ଆଇସିସି ଟିମ୍ ପକ୍ଷରୁ ୫୦୯ଟି ମ୍ୟାଚ ଖେଳି ମୋଟ ୨୪,୨୦୮ ରନ କରିଛନ୍ତି । କି;ୁ ବିରାଟ ଏଯାଏ ଏସିଆ ଏକାଦଶ କିମ୍ବା ଆଇସିସି ଏକାଦଶ ପାଇଁ ମ୍ୟାଚ୍ ଖେଳିନାହାନ୍ତି । ବିରାଟ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏଯାଏ ୪୭୧ଟି ମ୍ୟାଚ୍ ଖେଳି ୨୪,୦୭୮ ରନ କରିଛନ୍ତି । ଡ୍ରାଭିଡ୍ ଭାରତ ପାଇଁ ୪୦୪ ମ୍ୟାଚ୍ ଖେଳି ୨୪,୦୬୪ ରନ କରିଥିଲେ ।
ଏହି ତାଲିକାର ୧ନଂ ସ୍ଥାନରେ ଥିବା ସଚିନ ତେନ୍ଦୁଲକର ମୋଟ ୬୬୪ଟି ମ୍ୟାଚ୍ ଖେଳି ଭାରତ ପାଇଁ ୩୪,୩୫୭ ରନ କରିଛନ୍ତି । ୪ର୍ଥ ସ୍ଥାନରେ ସୌରଭ ଗାଙ୍ଗୁଲି ୪୨୧ ମ୍ୟାଚରୁ ୧୮,୪୩୩ ରନ୍ ଓ ୫ମ ସ୍ଥାନରେ ୫୩୫ ମ୍ୟାଚରୁ ୧୭,୦୯୨ ରନ୍ କରି ମହେନ୍ଦ୍ର ସିଂହ ଧୋନି ରହିଛନ୍ତି ।

Comments are closed.