ନାଗପୁର : ମହାରାଷ୍ଟ୍ର ନାଗପୁରଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତକୁ ଅଷ୍ଟ୍ରେଲିଆ ୯୧ ରନ୍ର ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୮ ଓଭର ମଧ୍ୟରୁ ୭.୨ଟି ବଲ୍ରେ ୪ ୱିକେଟ୍ ହରାଇ ୯୨ ରନ୍ କରିଥିଲା । ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଛି । ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ମ୍ୟାଚ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇପାରିନଥିଲା । ପରେ ଅମ୍ପାୟାର ଓ ମ୍ୟାଚ ରେଫରୀ ପଡ଼ିଆ ପରିଦର୍ଶନ ପରେ ମ୍ୟାଚ ଅବଧିକୁ କମାଇବାକୁ ଘୋଷଣା କରିଥିଲେ ।
ଫଳରେ ଏହି ମ୍ୟାଚ ୮ ଓଭର କରାଯାଇଥିଲା । ରାତି ୯.୩୦ ବେଳେ ଆରମ୍ଭ ହୋଇଥିବା ଏହି ଖେଳ । ଭାରତ ପ୍ରଥମ ଟସ ଜିତି ଫିଲïି କରିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ୩ଟିକା ସିରିଜ୍ର ପ୍ରଥମ ମ୍ୟାଚରେ ଜିତାପଟ୍ଟ ମାରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୯୦ ରନ୍ । ଏହାର ଜବାବରେ ଭାରତ ତାର ପାଳି ଆରମ୍ଭ କରିଛି । ଏହି ମ୍ୟାଚକୁ ବରାବର ସ୍ଥିତିରେ ରଖିବାକୁ ଭାରତ କର ବା ମର ସ୍ଥିତିରେ ପହଞ୍ଚିଥିଲା । ଶୃଙ୍ଖଳା ପରାଜୟରୁ ବଞ୍ଚିବା ପାଇଁ ଭାରତକୁ ବୋଲିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଉଦ୍ୟମ ଚଲାଇଛି ।
ଅପରପକ୍ଷରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ଜିତି ସିରିଜ୍ କବଜା କରିବାକୁ ଲାଗି ପଡ଼ିଛି । ପ୍ରଥମ ଓଭରରେ ଭାରତ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ବେଳେ ପରବର୍ତ୍ତୀ ଓଭରରେ ପ୍ରଥମ ୱିକେଟ୍ର ପତନ ଘଟିଥିଲା । ନିର୍ଦ୍ଧାରିତ ୮ ଓଭର ମଧ୍ୟରୁ ୫ ଓଭର ଖେଳ ସରିଲା ବେଳକୁ ଭାରତ ୩ ୱିକେଟ୍ ହରାଇ ୫୮ ରନ୍ କରିଥିଲା । ଭାରତ ପକ୍ଷରୁ ଦିନେଶ କାର୍ତ୍ତିକ ୨ଟି ବଲ୍ ଖେଳି ୧୦ ରନ୍ କରିବା ସହିତ ଖେଳକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିଲା ।

Comments are closed.