ପୁରୀରେ ପଡ଼ିବ ଦିବ୍ୟଶଙ୍କର ହାତ ଗଣ୍ଠି

ଭୁବନେଶ୍ୱର : ପୁଣିଥରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ପଡ଼ିବାକୁ ଯାଉଛି ହାତଗଣ୍ଠି I ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି I ନିଜେ ମନ୍ତ୍ରୀ ଦିବ୍ୟଶଙ୍କର ଏହି ବିବାହ କଥାକୁ ସ୍ୱୀକାର କରି ସାରିଛନ୍ତି । ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବର ଭାବେ ଏହି ବିବାହ ହେବ ଚର୍ଚ୍ଚା ହେଉଛି। ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ। ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ସେ ବିବାହ କରିବେ ବୋଲି କୁହାଯାଉଛି ।

ଉଭୟ ଦିବ୍ୟଶଙ୍କର ଓ ଯୁବତୀଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ସେମାନଙ୍କ ଦ୍ୱିତୀୟ ବିବାହ। ଯୁବତୀଜଣକ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଦିବ୍ୟଶଙ୍କର ମଧ୍ୟ ୧୦ ବର୍ଷା ପୂର୍ବେ ଛାତ୍ରପତ୍ର ହୋଇ ସାରିଛି I ଉଭୟଙ୍କର ୨୦ ବର୍ଷର ଏକ ପୁଅ ଥିବା ଜଣାଯାଇଛି। ସେହିପରି ଯୁବତୀଜଣକ ମଧ୍ୟ ପୂର୍ବରୁ ବିବାହ କରି ଛାଡ଼ପତ୍ର ଦେଇସାରିଛନ୍ତି I

Govt

Comments are closed.