ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ, ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି

ଭୁବନେଶ୍ୱର : ମମୀତI ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲ ରେ ଆତ୍ମହତ୍ୟା କରିଛି I ଏହି ଘଟଣାରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରେସମିଟ ରେ କୁହାଯାଇଛି କି,ମମୀତା ହତ୍ୟାକାଣ୍ଡରେ ଶାସକ ଦଳର ବିଧାୟକ ମାନଙ୍କର ସମ୍ପୃକ୍ତି ରହିଥିଲା I ଏହି ଘଟଣା ବିଚାରାଧୀନ ଥିବାବେଳେ କିପରି ଭାବରେ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କଲେ ?? ଦଳ ପକ୍ଷରୁ କୁହାଯାଇଛି ଆତ୍ମହତ୍ୟା ପାଇଁ ଗୋବିନ୍ଦ ଉପରେ ଚାପ ରହିଥିଲା I ତେଣୁ ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲେ I ଜେଲ ଭିତରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପାଇଁ ଏହା ହୋଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ପ୍ରେସମିଟ କରି ଏହା କହିଛନ୍ତି।

ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଅପରାଧ ର ସରକାର ବୋଲି ମଧ୍ୟ କହିଛନ୍ତି I ରାଜ୍ୟ ସରାକର ଇସାରାରେ ଅପରାଧୀ ସହଜରେ ଖସି ଯାଇପାରୁଛନ୍ତି I ଏହା ସହ ସେ କହିଛନ୍ତି ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ରହିଛି । ଗୋବିନ୍ଦ ସାହୁ ପାଖରେ ନିହାତି ଭାବରେ ତଥ୍ୟ ରହିଥିବାରୁ ଗୋବିନ୍ଦଙ୍କ ଉପରେ ଚାପ ପକା ଯାଉଥିଲା । ଯାହା ପାଇଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ବାଧ୍ୟ ହୋଇଛନ୍ତି । ମନ୍ତ୍ରୀ ଓ ନେତାଙ୍କ ପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ସରକାରଙ୍କ ହାତରେ ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଇନ ଦପ୍ତର ସବୁ ରହିଛି । ସେ ଯାହା ଚାହୁଁଛନ୍ତି ସେ କରିବେ । ଯିଏ ନରମ ପଡିଲା ତା ଉପରେ ଗରମ ପଡିଲା । ଗୋବିନ୍ଦଙ୍କ ମୃତ୍ୟୁ ହେଲାନି ଯେ ମମିତା ହତ୍ୟାକାଣ୍ଡ ସରକାରୀ ଖାତାରୁ ହଟିଗଲା । ପୂର୍ବରୁ ଇତିଶ୍ରୀ, ବେବିନା ଭଳି ଖବରକୁ ଚାପି ଦିଆଯାଇଛି । ଆଜି ସେହିଭଳି ମମିତା ଘଟଣା ମଧ୍ୟ ଚାପି ଦିଆଯିବ । କିନ୍ତୁ ଆମେ ଚୁପ ରହିବୁ ନାହିଁ ।ଏବେ ଘଟଣା କେବଳ ମମିତାଙ୍କ ମୃତ୍ୟୁ ମାମଲାରେ ସୀମିତ ହୋଇ ରହି ନାହିଁ । ଏବେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଏହି ଶୀତଳ ପଡିଥିବା ଘଟଣାକୁ ପୁଣି ଥରେ ଜୀବିତ କରିଲା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆମେ ରାଜରାସ୍ତାକୁ ଓହ୍ଲାଇବୁ ଏହା ସହିତ ରାଜ୍ୟ ସରକାରଙ୍କୁ ଏହାର ଉତ୍ତର ଦେବାକୁ ହେବ ବୋଲି ସେ କହିଛନ୍ତି ।

ସୂଚନାନୁସାରେ,ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଆଜି ସକାଳେ ସେ ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ରେ ଥିବା ଏକ ଗଛରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Launching Ceremony of “AYUSHMAN BHARAT

Comments are closed.