ଇମ୍ରାନଙ୍କ ପ୍ରଣ: ଛାଡିବେନି ପ୍ରଧାନମନ୍ତ୍ରୀ ଗାଦି

ଇସ୍ଲାମାବାଦ: ଅପ୍ରେଲ ୦୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ରେକର୍ଡିଂ ବାର୍ତ୍ତା ବଦଳରେ ଦେଶାବାସୀଙ୍କ ସହ ସିଧା ସମ୍ବାଦ କରିବାକୁ ଚାହାଁନ୍ତି ବୋଲି କହିଥିବା ବେଳେ ପାକିସ୍ତାନ ଲାଗି ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କହିଛନ୍ତି। ଏଥିରେ ଦେଶବାସୀ କେଉଁ ରାସ୍ତାକୁ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଇମ୍ରାନ କହିଛନ୍ତି ଯେ ମୋ ପାକିସ୍ତାନୀମାନେ, ଆଜି ମୁଁ ଆପଣଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି। ଆମ ସାମ୍ନାରେ ଏବେ ଦୁଇଟି ରାସ୍ତା ଆସିଛି। ଏଥିରୁ ଆମକୁ ଗୋଟିଏ ବାଛିବାକୁ ହେବ ବୋଲି କହିଛନ୍ତି ଇମ୍ରାନ। ତେବେ ମୋ ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି ମୋ ଭଳିଆ ଲୋକ କାହିଁକି ରାଜନୀତିକୁ ଆସିଲା।
ଆଜି ଦିନରେ ମଧ୍ୟ କୌଣସି ଜିନିଷର ଅଭାବ ନାହିଁ। ହିନ୍ଦୁସ୍ତାନରେ ଯଦି ସବୁଠୁ ଅଧିକ କେଉଁ ପାକିସ୍ତାନୀକୁ ଲୋକେ ଜାଣିଥିଲେ ସେ ମୁଁ ହିଁ ଥିଲି। ଏଥିଯୋଗୁ ନୁହେଁ କି ସେ ଦେଶରେ ମୋର ସାଙ୍ଗସାଥୀ ଅଛନ୍ତି ସେମାନେ ମୋତେ କ୍ରିକେଟ ଯୋଗୁ ଅଧିକ ଚିହ୍ନିଥିଲେ। ଯେତେବେଳେ ୨୫ ବର୍ଷ ପୂର୍ବେ ରାଜନୀତିକୁ ଆସିଲି ମୋର ୩ଟି ଲକ୍ଷ ଥିଲା ନ୍ୟାୟ, ମାନବତା ଓ ଆତ୍ମ ନିର୍ଭରତା ସୁନିଶ୍ଚିତ କରିବା। ରାଜନୀତି ଆରମ୍ଭ କରିବା ବେଳେ ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି ବୋଲି ପଣ କରିଥିଲି। ମୋ ଦେଶକୁ କାହାର ଗୋଲାମୀ କରିବାକୁ ଦେବିନି। ମାର୍ଚ୍ଚ ୮ ତାରିଖ ଦିନ ବିଦେଶରୁ ଏକ ବାର୍ତ୍ତା ଆସିଲା ଯେଉଁଥିରେ ପାକିସ୍ତାନ ଉପରେ କାହିଁକି କ୍ଷୁବ୍ଧ ତାର ବାହାନା ଦିଆଯାଇଥିଲା। ଯଦି ଇମ୍ରାନ ଖାନକୁ ହଟାଇ ଦିଆଯିବ ତେବେ ଆମେ ପାକିସ୍ତାନକୁ କ୍ଷମା କରିଦେବୁ। ଯଦି ଏପରି ନ ହୁଏ ତେବେ ପାକିସ୍ତାନକୁ କଠିନ ସମୟ ଦେଖିବାକୁ ପଡିବ। ମୋର ଋଷିଆ ଗସ୍ତରେ ଆମେରିକା କ୍ଷୁବ୍ଧ। ମୋତେ ହଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ମୁଁ ମଧ୍ୟ କହି ରଖୁଛି କେବେ ହେଲେ ଇସ୍ତଫା ଦେବି ନାହିଁ। ବଳ ଶେଷ ହେବା ପର୍ଯ୍ୟନ୍ତ ମୁଁ ପରିସ୍ଥିତି ଓ ବିରୋଧୀଙ୍କ ମୁକାବିଲା କରିବି ବୋଲି କହିଛନ୍ତି ଇମ୍ରାନ।

Govt

Comments are closed.